ଓଡିଶା

odisha

ଓଡ଼ିଶାରେ ଇଣ୍ଡୋନେସିଆ ଗାନ୍ଧୀ ! ବାଲିରେ ବାଲିଯାତ୍ରା କରିବାକୁ ରାଜ୍ୟପାଳଙ୍କୁ ଦେଲେ ପ୍ରସ୍ତାବ

By

Published : Mar 6, 2023, 9:58 PM IST

ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ଗାନ୍ଧୀ ଅଗସ୍ ଇନ୍ଦ୍ର ଉଦ୍ୟାନ । ରାଜ୍ୟପାଳଙ୍କୁ ଭେଟି ଇଣ୍ଡୋନିସାଆର ବାଲିରେ ବାଲିଯାତ୍ରା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢ଼ନ୍ତୁ

agus indra udayana visits odisha
ଅଗସ୍ ଇନ୍ଦ୍ର ଉଦ୍ୟାନଙ୍କ ଓଡ଼ିଶା ଗସ୍ତ

ଓଡ଼ିଶାରେ ଇଣ୍ଡୋନେସିଆ ଗାନ୍ଧୀ

ଭୁବନେଶ୍ବର: ଓଡ଼ିଶାରେ ପଦ୍ମଶ୍ରୀ ଅଗସ୍ ଇନ୍ଦ୍ର ଉଦ୍ୟାନ । ଭୁବନେଶ୍ବର ଗସ୍ତରେ ଆସି ରାଜ୍ୟପାଳଙ୍କୁ ଭେଟିଛନ୍ତି ଇଣ୍ଡୋନେସିଆ ଗାନ୍ଧୀ ଅଗସ୍ ଇନ୍ଦ୍ର ଉଦ୍ୟାନ । ରାଜ୍ୟପାଳଙ୍କୁ ଭେଟିବା ସମୟରେ ଇଣ୍ଡୋନେସିଆର ବାଲିରେ ଐତିହାସିକ ବାଲିଯାତ୍ରା କରିବାକୁ ପ୍ରସ୍ତାବ ଦେଇଛନ୍ତି ଅଗସ୍ ଇନ୍ଦ୍ର ଉଦ୍ୟାନ । ଓଡ଼ିଶା ସହ ବାଲିକୁ ଯୋଡ଼ିବା ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ।

ଗାନ୍ଧୀ ଅଗସ୍ ଇନ୍ଦ୍ର ଉଦ୍ୟାନ ଇଣ୍ଡୋନେସିଆ ଗାନ୍ଧୀ ଭାବେ ପରିଚିତ । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଜୀବନଦର୍ଶନକୁ ବିଶ୍ବରେ ପ୍ରଚାର ପ୍ରସାର କରିଥାନ୍ତି । ଆଉ ବିଶ୍ଵର କୋଣ ଅନୁକୋଣରେ ଯାଇ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ବିଷୟରେ ଶିକ୍ଷା ଦେଇଥାନ୍ତି ଏବଂ ତାଙ୍କ ମାର୍ଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥାନ୍ତି । ବିଶେଷ ଭାବେ ଛାତ୍ରମାନଙ୍କୁ ଗାନ୍ଧିଜୀଙ୍କ ଅହିଂସା ନୀତି ଓ ଶାନ୍ତି ପ୍ରତିଷ୍ଠା ଦିଗରେ ବାର୍ତ୍ତା ଦେଇଥାନ୍ତି । ଖାଲି ସେତିକି ନୁହେଁ ତାଙ୍କ ଗାଥାକୁ ପ୍ରଚାର କରିବା ସମୟରେ ସଂସ୍କୃତିର ଶ୍ଳୋକ ମାଧ୍ୟମରେ ବ୍ୟାଖ୍ୟା କରି ବୁଝାଇଥାନ୍ତି । ଅଗସ୍ ଇନ୍ଦ୍ର ଉଦୟାନ ଇଣ୍ଡୋନେସିଆର ହୋଇଥିଲେ ହେଁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ତାଙ୍କୁ ଇଣ୍ଡୋନେସିଆର ଗାନ୍ଧୀ କୁହାଯାଉଛି ।

ଅଗସ୍ ଇନ୍ଦ୍ର ଉଦୟାନଙ୍କ ଗସ୍ତ ସମୟରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ କଳିଙ୍ଗ-ବାଲି ସଙ୍ଗମ ନେଇ ଆଲୋଚନା କରିଛନ୍ତି । ଆଉ ବାଲିରେ ଐତିହାସିକ କଳିଙ୍ଗ ବାଲିଯାତ୍ରା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏନେଇ ସେ କହିଛନ୍ତି, "ବାଲି ଓ କଳିଙ୍ଗର ପ୍ରକୃତି ପରମ୍ପରା ସବୁ ସମାନ । ଆଉ ଏହି ସମ୍ପର୍କ କେଉଁ କାଳର ଇତିହାସକୁ ବଖାଣେ । ତେଣୁ ବାଲିରେ କଳିଙ୍ଗ ବାଲିଯାତ୍ରା କରିବା ପାଇଁ ଆଲୋଚନା କରିବାକୁ ଆସିଛି ଯାହା ଭାରତ ଓ ଇଣ୍ଡୋନେସିଆକୁ ଏକ ସେତୁରେ ବାନ୍ଧିବ । ଆଉ ଆମମାନଙ୍କ ଭିତରେ ସମ୍ପର୍କକୁ ଦୃଢ କରିବ ।"

ଏହି ଐତିହାସିକ ଯାତ୍ରାକୁ ସାରା ବିଶ୍ବ ଦେଖିବ । ଯାହାଦ୍ବାରା କଳିଙ୍ଗ ସହ ବାଲିର ଏକ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ସେ କହିଛନ୍ତି । ସେ ଆହୁର ମଧ୍ୟ କହିଛନ୍ତି, କଳିଙ୍ଗର ଇତିହାସ ଓ ପରମ୍ପରା ସହ ବାଲିକୁ ଯୋଡାଯିବା ଏବଂ ବାଲିର ଇତିହାସ ସଂସ୍କୃତି ଓ ପରମ୍ପରା ସହ କଳିଙ୍ଗକୁ ଯୋଡିବା ହେଉଛି ମୂଳ ଉଦ୍ଦେଶ୍ୟ । ମୋଟାମୋଟି ଭାବେ କଳିଙ୍ଗର ଲୋକଙ୍କ ସହ ବାଲି ଲୋକଙ୍କର ଗୋଟେ ଉତ୍ତମ ବନ୍ଧୁତା ଓ ସୁସମ୍ପର୍କ ସ୍ଥାପନ କରିବା ଓ ଉଭୟ ସଂସ୍କୃତିର ଅଦଲବଦଳ ହୋଇପାରିବ । ଅପରପକ୍ଷେ ଅଗସ୍ ଇନ୍ଦ୍ର ଉଦୟାନ ମହାନଦୀ ବୁଲିବା ସହ ନଦୀ ଆବାବାହିକରୁ ବାଲି ନେଇ ଯାଇଛନ୍ତି । ସେହିପରି ଖୁବଶୀଘ୍ର ବାଲି ସହ ଓଡିଶାକୁ ଯୋଡିବାକୁ ବିମାନ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ପୂର୍ବରୁ ସେ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିସାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ଉତ୍ତର ମିଳିବା ପରେ ଓଡିଶା ଆସି ରାଜ୍ୟପାଳଙ୍କୁ ଭେଟିଛନ୍ତି । ପରେ ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆଉ ତାଙ୍କୁ ମୁଖ୍ୟ ଅତିଥିର ନିମନ୍ତ୍ରଣ ଦେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details