ଓଡିଶା

odisha

ETV Bharat / state

Padampur bypoll: ସୁରଙ୍କ ଫଳାଫଳ ଆକଳନ, କହିଲେ ଆମେ ତୃତୀୟରେ ରହିବୁ - ପଦ୍ମପୁର ଫଳାଫଳ ନେଇ ସୁରଙ୍କ ପ୍ରତିକ୍ରିୟା

ପଦ୍ମପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ଫଳାଫଳ ପ୍ରକାଶ ପୂର୍ବରୁ ଆକଳନ କରିଛନ୍ତି ବିଧାୟକ ସୁର ରାଉତରାୟ । ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ବିଜେପିଙ୍କ ଟଙ୍କା ବଣ୍ଟା ଯୋଗୁଁ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ଅଧିକ ପଢନ୍ତୁ

Congress on padmapur byelection
Padampur bypoll: ସୁରଙ୍କ ଫଳାଫଳ ଆକଳନ, କହିଲେ ଆମେ ତୃତୀୟରେ ରହିବୁ

By

Published : Dec 6, 2022, 4:18 PM IST

Updated : Dec 6, 2022, 4:25 PM IST

ଭୁବନେଶ୍ବର: ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି । ପଦ୍ମପୁର ଉପନିର୍ବାଚନ ଫଳାଫଳ ଆସନ୍ତା 8 ତାରିଖରେ ପ୍ରକାଶ ପାଇବ । ହେଲେ ଫଳ ପ୍ରକାଶ ପୂର୍ବରୁ ହାର ମାନି ନେଇଛି କଂଗ୍ରେସ । ହାତ ଟେକି ଦେଇଛନ୍ତି ବିଧାୟକ ସୁର ରାଉତରାୟ । ବିଜେଡି ବିଜେପିଙ୍କ ଟଙ୍କା ବଣ୍ଟା ଯୋଗୁଁ କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Padampur bypoll: ସୁରଙ୍କ ଫଳାଫଳ ଆକଳନ, କହିଲେ ଆମେ ତୃତୀୟରେ ରହିବୁ

ବିଧାୟକ ସୁର ରାଉତରାୟ ଆହୁରି କହିଛନ୍ତି, ''ପୂର୍ବ ବର୍ଷ ଅପେକ୍ଷା କଂଗ୍ରେସ କମ ଭୋଟ ପାଇବ । ବିଜେଡି ଅପର୍ଯ୍ୟାପ୍ତ ଟଙ୍କା ବାଣ୍ଟିଛି ସେହିପରି ବିଜେପି ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ମଦ ମାଂସ ବାଣ୍ଟିଛନ୍ତି ଦୁଇ ଦଳ । ଆମର ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ବହୁତ ଭଲ ପ୍ରାର୍ଥୀ ହେଲେ ବିଜେଡି ବିଜେପି ଟଙ୍କା ବାଣ୍ଟିବା ଆଗରେ କଂଗ୍ରେସ ବହୁ ପଛରେ ରହିଗଲା । ମୋ ହିସାବରେ ଆମେ ତୃତୀୟ ସ୍ଥାନରେ ରହିବୁ ।''

ପଦ୍ମପୁର ଗଳିକନ୍ଦିରେରେ ମଦ ମାଂସ ବଣ୍ଟା ହୋଇଛି । ଗଣତନ୍ତ୍ର ନାହିଁ ଭୋଟ ବି ନାହିଁ । ଧାମନଗରରେ ହାରିବା ପରେ ନବୀନ ପଟ୍ଟନାୟକ ପଦ୍ମପୁରରେ ବିଜୟ ପାଇଁ ଏହି ସବୁ କରିଛନ୍ତି । ଭୋଟ ଗୋଟିଏକୁ ବିଜେଡି 6 ହଜାର ଓ ବିଜେପି 5 ହଜାର ଦେଇଛି ବୁଥ ଭିତରେ ବି ଟଙ୍କା ବଣ୍ଟା ହୋଇଥିବା କହିଛନ୍ତି ସୁର । ତେବେ କଂଗ୍ରେସର ପରାଜୟ କାହିଁକି ହେଉଛି ଆଗକୁ ନିର୍ବାଚନ ନେଇ ସମୀକ୍ଷା କରାଯିବ କଣ ପାଇଁ ଏଭଳି ସ୍ଥିତି ହେଉଛି ଆଲୋଚନା ହେବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

Padampur bypoll: ପଦ୍ମପୁର ଉପନିର୍ବାଚନରେ 81.29% ମତଦାନ

ପ୍ରକାଶ ଥାଉ କି, ପଦ୍ମପୁରରେ ରେକର୍ଡ ଭୋଟିଂ ହୋଇଛି । ୮୧.୨୯% ମତଦାନ ହୋଇଥିବା ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ସୂଚନା ମିଳିଛି । ସମୁଦାୟ ୨ ଲକ୍ଷ ୯ ହଜାର ୩୦୯ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । କାହା ମୁଣ୍ଡରେ ହାତୀ କଳସ ଢାଳିବ, କିଏ ପଦ୍ମପୁରବାସୀଙ୍କ ପ୍ରଥମ ପସନ୍ଦ ହେବ ତାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ତେବେ କାହା ସପକ୍ଷରେ ଯିବ ପଦ୍ମପୁରବାସୀଙ୍କ ରାୟ । କିଏ ଜିତିବ ପଦ୍ମପୁର ବାଜି । 3 ଦଳ ପାଇଁ ଅହ୍ବାନ ହୋଇପାରେ ରେକର୍ଡ ସଂଖ୍ୟକ ଭୋଟ । ରେକର୍ଡ ଭୋଟିଂ କଣ ସଙ୍କେତ ଦେଉଛି ତାହା ଆସନ୍ତା 8 ତାରିଖରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 6, 2022, 4:25 PM IST

ABOUT THE AUTHOR

...view details