ଓଡିଶା

odisha

ETV Bharat / state

ଗୀତ ଚୋରି କରି ଗୀତ ବ୍ୟବସାୟୀ ଗିରଫ, ସାମ୍ନାକୁ ଆସିଲେ ଚର୍ଚ୍ଚିତ ଗୀତର ଅସଲ ଗୀତିକାର

ସାମ୍ନାକୁ ଆସିଲେ କେତେ ଥର ହୃଦୟ ମୋ ଭାଙ୍ଗିବ କୁହ ଓ ତୁମ ଓଠରେ ଥିଲା ଦିନେ ମୋର ନାଁ ଗୀତର ଅସଲ ଗୀତିକାର ରଞ୍ଜନ ଗାହାଣ । ତାଙ୍କୁ ମୃତ ଘଷଣା କରି ତାଙ୍କ ଗୀତକୁ ମାର୍କେଟରେ ବିକ୍ରି କରାଯାଉଥିବା ଅଭିଯୋଗରେ ପବିତ୍ର ଏଣ୍ଟରଟେନମେଣ୍ଟ୍‌ସ୍‌ର ମାଲିକ ପବିତ୍ର ନାୟକଙ୍କୁ ଗିରଫ କରିଛି ବଡଗଡ ଥାନା ପୋଲିସ । ଅଧିକ ପଢ଼ନ୍ତୁ

ଗୀତ ଚୋରି କରି ଗୀତ ବ୍ୟବସାୟୀ ଗିରଫ
ଗୀତ ଚୋରି କରି ଗୀତ ବ୍ୟବସାୟୀ ଗିରଫ

By

Published : Mar 18, 2023, 4:52 PM IST

ଗୀତ ଚୋରି କରି ଗୀତ ବ୍ୟବସାୟୀ ଗିରଫ

ଭୁବନେଶ୍ବର: କେତେ ଥର ହୃଦୟ ମୋ ଭାଙ୍ଗିବ କୁହ... କେତେ ଆଉ ଆଖିରୁ ମୋ ଝରିବ ଲୁହ... ଏହି ଗୀତ ଆଜି ବି ଅନେକ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି । କିନ୍ତୁ ଏହି ଗୀତର ଗୀତିକାର ତଥା ସଂଗୀତକାର ଓ ଯାହାଙ୍କ କଣ୍ଠରେ ଏହି ଗୀତ ଲୋକଙ୍କ ମନକୁ ଛୁଇଁଥିଲା, ଅସଲରେ ସେହି ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷଣା କରି ତାଙ୍କରି ଗୀତକୁ କିଛି ଖଳ ବ୍ୟବସାୟୀ ନିଜ ନାଁରେ ଗ୍ଲୋବାଲ ମାର୍କେଟରେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏନେଇ ଏହି ଗୀତର ପ୍ରକୃତ କଣ୍ଠଶିଳ୍ପୀ ଆଇନର ଦ୍ବାରସ୍ତ ହେବାପରେ ଏହା ପଛର ମୁଖ୍ୟ କାର୍ପଟଦାର ତଥା ଗୀତ ଚୋରି କରିଥିବା ଅଭିଯୁକ୍ତ ପବିତ୍ର ଏଣ୍ଟରଟେନମେଣ୍ଟ୍‌ସ୍‌ର ମାଲିକ ପବିତ୍ର ନାୟକଙ୍କୁ ଗିରଫ କରିଛି ବଡଗଡ ଥାନା ପୋଲିସ ।

କଣ୍ଠଶିଳ୍ପୀ ରଞ୍ଜନ କୁମାର ଗାହାଣ ଏପରି ଅନେକ ଗୀତ ଗାଇଛନ୍ତି । ଯାହାଙ୍କ ଗୀତକୁ କିଛି ଟେଲିକମ ଅପରେଟରଙ୍କ ହେଲୋଟ୍ୟୁନ୍ସଠାରୁ ଆରମ୍ଭ କରି ବିଭିନ୍ନ ସଂଗୀତ ଆପ୍‌ର ପ୍ଲାଟଫର୍ମରେ ମଧ୍ୟ ଅପଲୋଡ଼ କରି ଓ ଗୀତ ପାଇଁ ପରମିସନ ଦେଇ କୋଟି କୋଟି ଟଙ୍କା ଇନକମ କରି ମାଲମାଲ ହେଉଥିଲେ ଏଣ୍ଟରଟେନମେଣ୍ଟ୍‌ସ୍‌ ଦୁନିଆର କିଛି ଖଳ ବ୍ୟବସାୟୀ । ଏନେଇ ଏହି ଗୀତର ଅସଲ ସଂଗୀତକାର ତଥା କଣ୍ଠଶିଳ୍ପୀ ରଞ୍ଜନ ଗାହାଣ ଏହି ଗୀତକୁ ନେଇ ଆଇନର ଦ୍ବାରସ୍ଥ ହୋଇଥିଲେ । ଏପରିକି ତାଙ୍କ ଗୀତକୁ ଚୋରି କରିବା ବା କପିରାଇଟ ନନେଇ ଏହାକୁ ବିକ୍ରି କରିବା ଏବଂ ଫର୍ଜରୀ ଡକ୍ୟୁମେଣ୍ଟ ତିଆରି କରି ଏହାକୁ ଗ୍ଲୋବାଲ ପ୍ଲାଟଫର୍ମରେ ବିକ୍ରି କରିବା ଆଦି ନେଇ କୋର୍ଟର ଆଶ୍ରୟନେଇଥିଲେ କଣ୍ଠଶିଳ୍ପୀ ରଞ୍ଜନ । ଏନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହା ପଛର ମୁଖ୍ୟ କାର୍ପଟଦାର ତଥା ଗୀତ ଚୋରି କରିଥିବା ଅଭିଯୁକ୍ତ ପବିତ୍ର ଏଣ୍ଟରଟେନମେଣ୍ଟ୍‌ସ୍‌ର ମାଲିକ ପବିତ୍ର ନାୟକକୁ ଗିରଫ କରିଛି ବଡଗଡ ଥାନା ପୋଲିସ ।

ତେବେ ମରିଯାଇଥିବା ନେଇ ଚର୍ଚ୍ଚା ହେଉଥିବା କଣ୍ଠଶିଳ୍ପୀ ତଥା ସଂଗୀତକାର ରଞ୍ଜନ କୁମାର ଗାହାଣ ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଜଣେ କଳାକାର ହିସାବରେ ମୋର ଏକ ଗୀତ ଯାହାକୁ ମୁଁ ଲେଖିଛି, ଗୀତ ସଂଯୋଜନା କରି ନିଜେ ଗୀତ ଗାଇଛି । ଆଜି ମଧ୍ୟ ଏହି ଗୀତକୁ ନେଇ ଅନ୍ୟ କଣ୍ଠଶିଳ୍ପୀ ଅନେକ ଷ୍ଟେଜ ଶୋ କରି ଅନେକ ଟଙ୍କା ଇନକମ କରୁଛନ୍ତି । ଏପରିକି ସୋସିଆଲ ମିଡିଆରେ ଏହା ଏକ ସେନସେସନ ହୋଇଛି । ହେଲେ ଅସଲରେ ଏହି ଗୀତର ଅସଲ ହକଦାର ମୁଁ । କିନ୍ତୁ କୌଣସି ସ୍ଥାନରେ ମୋ ନାଁକୁ ବ୍ୟବହାର ହେଉନାହିଁ ।" ଏପରିକି ତାଙ୍କୁ ମୃତ ସଜାଇ ଫର୍ଜରୀ ଡକ୍ୟୁମେଣ୍ଟ ଜରିଆରେ ଏହି ଗୀତକୁ ନେଇ କିଛି ଅସାଧୁ ବ୍ୟବସାୟୀ ମାଲାମାଲ ହେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଏହି ଗୀତକୁ ଗ୍ଲୋବାଲ ମାର୍କେଟରେ ଅପଲୋଡ଼ କରିଥିବା ପବିତ୍ର ଏଣ୍ଟରଟେନମେଣ୍ଟ୍‌ସ୍‌ର ମଲିକ ପବିତ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ବୁଝିବା, ଦେଖିବା ଆଦି ଆଳ ଦେଖାଇ ତାଙ୍କୁ ଭୂଆଁ ବୁଲାଇ ଚାଲିଥିଲେ ବୋଲି ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତକାର ରଞ୍ଜନ କୁମାର ଗାହାଣ ।

ତେବେ ଏନେଇ ଗୀତ ଚୋରି, କପି ରାଇଟ ଭାଇଲେସନ ଓ ତାଙ୍କ ଗୀତରେ ଆର୍ଥିକ ଲାଭବାନ ହେବା ଆଦି ସାଙ୍ଘାତିକ ଅଭିଯୋଗ ନେଇ ଏଭଳି ୩୨ଟି ଗୀତକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ପରେ କୋର୍ଟ ତାଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ପବିତ୍ର ଏଣ୍ଟର୍‌ଟେନମେଣ୍ଟ୍‌ସ୍‌ର ମାଲିକ ପବିତ୍ର ନାୟକଙ୍କୁ ଗିରଫ କରିଛି ପୋଲିସ । ଏନେଇ ଗିରଫ ହୋଇଥିବା ପବିତ୍ର ନାୟକ କହିଛନ୍ତି, "ସେଭଳି କିଛି ଆମେ କରିନାହୁଁ । ଗୀତିକାର ରଞ୍ଜନ ଗାହାଣଙ୍କ ସହ କଣ୍ଟ୍ରାକ୍ଟରେ ଏହି ଗୀତକୁ ରିଲିଜ କରିଛୁ । ଏ ଗୀତକୁ ପ୍ରୋମୋସନ କରି ଅନାମଧେୟ ଏହି ଗୀତିକାରଙ୍କୁ ମାର୍କେଟରେ ପରିଚୟ ଦେଇଛୁ । ଏନେଇ ମଧ୍ୟ ଗୀତିକାରଙ୍କ ପରମିସନ ନେଇଛୁ । ହେଲେ ଗୀତ ହିଟ୍‌ ହେବାପରେ ସେ ଏଥିପାଇଁ ମୋଟା ଅଙ୍କର ଟଙ୍କା ମାଗୁଛନ୍ତି । ଦେବାରୁ ଏନେଇ ସେ ଏପରି ଆଇନରେ ଦ୍ବାରସ୍ଥ ହୋଇଛନ୍ତି ।" ତେଣୁ ଏନେଇ ମିଡିଆ ଆଗରେ ଅଧିକ କିଛି କହିବାକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି । ତେବେ ଏନେଇ ଜୋନ-୪ ଏସିପି ଏସଏନ୍ ମୁଦୁଲି କହିଛନ୍ତି, "କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହା ସହିତ କିଛି ଗ୍ଲୋବାଲ ପ୍ଲାଟଫର୍ମର କିଛି କମ୍ପାନୀକୁ ମଧ୍ୟ ଏନେଇ ନୋଟିସ ସର୍ଭ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details