ଓଡିଶା

odisha

ETV Bharat / state

ମୋବାଇଲ ଫାଇନାନ୍ସ କରେଇ ଦେବା ନାଁରେ କୋଟିଏରୁ ଊର୍ଦ୍ଧ୍ବ ଠକେଇ - ଖୋର୍ଦ୍ଧାରେ କୋଟିଏରୁ ଉର୍ଦ୍ଧ୍ବର ଠକେଇ

ମୋବାଇଲ ଫାଇନାନ୍ସ କରେଇ ଦେବାକୁ କହି ବଡଧରଣର ଠକେଇ । ୩ଟି ମୋବାଇଲ ଦୋକାନରୁ ଫୋନ ଫାଇନାନ୍ସ କରେଇବା ଦେବା ନାଁରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ । କେଉଁଠି ହୋଇଛି ଏହି ଠକେଇ । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ମୋବାଇଲ ଫାଇନାନ୍ସ କରେଇ ଦେବା ନାଁରେ କୋଟିଏରୁ ଉର୍ଦ୍ଧ୍ବର ଠକେଇ
ମୋବାଇଲ ଫାଇନାନ୍ସ କରେଇ ଦେବା ନାଁରେ କୋଟିଏରୁ ଉର୍ଦ୍ଧ୍ବର ଠକେଇ

By

Published : Jul 28, 2022, 11:22 AM IST

ଖୋର୍ଦ୍ଧା:ମୋବାଇଲ ଫାଇନାନ୍ସ କରେଇ ଦେବାକୁ କହି ବଡଧରଣର ଠକେଇ । ୩ଟି ମୋବାଇଲ ଦୋକାନରୁ ଫୋନ ଫାଇନାନ୍ସ କରେଇବା ଦେବା ନାଁରେ ଠକିନେଲେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା । ଏଭଳି ବଡ ଧରଣର ଠକେଇର ଅଭିଯୋଗ ଆସିଛି ଖୋର୍ଦ୍ଧା ସହରରେ ଥିବା ଓଁମା କମୁନିକେସନର 3ଟି ଦୋକାନ ନାଁରେ । ଏହି ଘଟଣାରେ ୨ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ମୋବାଇଲ ଫାଇନାନ୍ସ କରେଇ ଦେବା ନାଁରେ କୋଟିଏରୁ ଉର୍ଦ୍ଧ୍ବର ଠକେଇ

ସୂଚନାଅନୁସାରେ, ମାସେ ପୂର୍ବରୁ ଲୋନ କରେଇବା ନାଁରେ କର୍ମଚାରୀମାନଙ୍କ ମାଧ୍ୟମରେ କାଗଜପତ୍ର ସଂଗ୍ରହ କରି ମୋବାଇଲ ବଦଳରେ ଫୋନ ଖୋଳ ଦେଇ ଟଙ୍କା ନେଇ ଛୁ ମାରିଥିଲେ ମୋବାଇଲ ଦୋକାନୀ ମାଲିକ । ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଠାରୁ ଏଭଳି ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଲୋନ ଅର୍ଥ ଆକାଉଣ୍ଟକୁ ପଠାଯିବ କହି ମୋବାଇଲ ଦୋକାନୀ ଆଉ ଧରାଛୁଆଁ ଦେଲେନାହିଁ । କିନ୍ତୁ ସେପଟେ ମାସକୁ ଲୋନ କିସ୍ତି ଭରିବାକୁ ବ୍ୟାଙ୍କରୁ କଲ ଓ ମେସେଜ ଆସିବା ପରେ ଠକେଇର ଶିକାର ହୋଇଥିବା ଜାଣିପାରି ଖୋର୍ଦ୍ଧା ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛି ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକ । ସେପଟେ ଘଟଣା ଜଣାପଡିବା ପରେ ମୋବାଇଲ ଦୋକାନୀ ଫେରାରଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ଆଦର୍ଶ ଥାନା ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details