ଓଡିଶା

odisha

ଅତିଥି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ, ହାଇସ୍କୁଲରେ ନିଯୁକ୍ତ ହେବେ ୪୦୦୦ରୁ ଅଧିକ

By

Published : Aug 13, 2023, 11:24 AM IST

ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ନାହାନ୍ତି ଶିକ୍ଷକ । ହାଇସ୍କୁଲରେ ନିଯୁକ୍ତ ହେବେ ୪ ହଜାରରୁ ଅଧିକ ଅତିଥି ଶିକ୍ଷକ । ଅଧିକ ପଢନ୍ତୁ

ହାଇସ୍କୁଲରେ ନିଯୁକ୍ତ ହେବେ ୪୦୦୦ରୁ ଅଧିକ ଅତିଥି ଶିକ୍ଷକ
ହାଇସ୍କୁଲରେ ନିଯୁକ୍ତ ହେବେ ୪୦୦୦ରୁ ଅଧିକ ଅତିଥି ଶିକ୍ଷକ


ଭୁବନେଶ୍ବର: ଆରମ୍ଭ ହେଲାଣି ନୂଆ ଶିକ୍ଷାବର୍ଷର ପାଠପଢ଼ା । କିନ୍ତୁ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ନାହାନ୍ତି ଶିକ୍ଷକ । ଖାଲି ପଡ଼ିଛି ହଜାର ହଜାର ଶିକ୍ଷକଙ୍କ ପଦ ପଦବୀ । ଫଳରେ ପାଠପଢା ବାଧାପ୍ରାପ୍ତ ହେଉଛି । ରାଜ୍ୟ ସରକାର ବାରମ୍ବାର ଶିକ୍ଷକଙ୍କ ନିଯୁକ୍ତି ପଦ ସୃଷ୍ଟି କରୁଥିଲେ ମଧ୍ୟ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଏବେ ବି ଶିକ୍ଷକ ପଦ ପୂରଣ ହୋଇପାରିଲା ନାହିଁ । ତେଣୁ ସ୍କୁଲରେ ଖାଲି ଶିକ୍ଷକ ପଦ ଗୁଡ଼ିକରେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ନିଯୁକ୍ତି ହେବେ ୪ ହଜାର ୪୦୩ ଅତିଥି ଶିକ୍ଷକ । ସେମାନଙ୍କ ଭରସାରେ ଏ ବର୍ଷର ପାଠପଢ଼ା ହେବ ।

୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ୪,୪୦୩ ଅତିଥି ଶିକ୍ଷକ ନିଯୁକ୍ତି ହେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ଅତିଥି ଶିକ୍ଷକ ନିଯୁକ୍ତ କରାଯିବ । ଖାଲିଥିବା ପଦରେ ପ୍ରାଥମିକତା ଭିତ୍ତିରେ ଏହି ଶିକ୍ଷକ ନିଯୁକ୍ତି ହେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୧୮୦୬, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୧୧୫୩ ଏବଂ ନୂତନ ଗ୍ରାଣ୍ଟ୍ ଇନ୍ ଏଡ୍‌ ବିଦ୍ୟାଳୟ ଗୁଡ଼ିକରେ ୧୪୪୪ ଜଣ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଆଉ ପାଦେ ଆଗେଇଲା ବସ୍ତିକୁ ଚାଲ ଅଭିଯାନ, ଖୋଲିଲା ପ୍ରଥମ ପାଠାଗାର

ତେବେ ଜିଲ୍ଲାୱାରୀ ତଥ୍ୟ ଅନୁସାରେ, ଅନୁଗୋଳ ଜିଲ୍ଲାରେ ମୋଟ ୧୦୫ ଜଣ ଅତିଥି ଶିକ୍ଷକ ନିଯୁକ୍ତ ହେବାକୁ ଥିବାବେଳେ ବାଲେଶ୍ବରେ ୨୧୨ ଜଣ, ବରଗଡ଼ରେ ୧୧୫ ଜଣ, ଭଦ୍ରକରେ ୨୨୦ ଜଣ, ବଲାଙ୍ଗୀରରେ ୧୪୦ ଜଣ, ବୌଦ୍ଧରେ ୬୦ ଜଣ, କଟକରେ ୨୨୦ ଜଣ, ଦେବଗଡ଼ରେ ୧୩୨ ଜଣ, ଢେଙ୍କାନାଳରେ ୨୨୦ ଜଣ, ଗଞ୍ଜାମରେ ୨୨୦ ଜଣ, ଗଜପତିରେ ୩୦ ଜଣ, ଝାରସୁଗୁଡ଼ାରେ ୭୦ ଜଣ, ଜଗତସିଂହପୁରରେ ୧୬୦ ଜଣ, ଯାଜପୁରରେ ୨୨୦ ଜଣ, କଳାହାଣ୍ଡିରେ ୧୩୦, କନ୍ଧମାଳରେ ୯୦, କେନ୍ଦ୍ରାପଡ଼ାରେ ୨୨୦, କୋରାପୁଟରେ ୧୫୦, ଖୋର୍ଦ୍ଧାରେ ୧୧୦ ଜଣ, କେନ୍ଦୁଝରରେ ୨୨୦ ଜଣ, ମାଲକାନଗିରିରେ ୧୧୦ ଜଣ, ମୟୂରଭଞ୍ଜରେ ୨୨୦ ଜଣ, ନୟାଗଡ଼ରେ ୯୪ ଜଣ, ନବରଙ୍ଗପୁରରେ ୧୦୦ ଜଣ, ନୂଆପଡ଼ାରେ ୧୭୫ ଜଣ, ପୁରୀରେ ୧୫୦ ଜଣ, ରାୟଗଡ଼ାରେ ୧୦୦ ଜଣ, ସମ୍ବଲପୁରରେ ୧୧୦ ଜଣ, ସୋନପୁରରେ ୮୦ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୨୨୦ ଜଣ ଅତିଥି ଶିକ୍ଷକ ଭାବରେ ନିଯୁକ୍ତି ପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details