ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ । ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ସୂଚନା । ଏଥିରେ 3 ଜଣ କର୍ମଚାରୀ ଆହାତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟକ କରିବାକୁ କାର୍ଯ୍ୟ ଆରମ୍ଭ କରିଛି । ମରାମତି କାମ ଚାଲିଥିବା ବେଳେ ହେଲା ବିସ୍ଫୋରଣ ସିକ୍ୟୁରିଟି ଗାର୍ଡ ଓ ଷ୍ଟାଫ ଆହତ ହୋଇଥିବା ସୂଚନା । ତେବେ ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ।
ତେବେ ଆହତ ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ୨୫ଜଣ ଡାକ୍ତର ସହ ୪୦ନର୍ସ କରୁଛନ୍ତି ଚିକିତ୍ସା । ଏନେଇ ହସ୍ପିଟାଲର ସିଇଓ ଜ୍ୟୋତିର୍ମୟ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାରାମେଡିକାଲ ଟିମ୍ ମଧ୍ୟ ନିୟୋଜିତ ଅଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । କୌଣସି ରୋଗୀ ଏଥିରେ ଆହାତ ବା କିଛି କ୍ଷୟକ୍ଷତି ହୋଇନାହାନ୍ତି । କୌଣସି ଅଗ୍ନିକାଣ୍ଡ ଘଟିନାହିଁ । ସଟ ସର୍କିଟ ଯୋଗୁଁ ଏସି କମ୍ପ୍ରେସର ଫିଲିଙ୍ଗ ବେଳେ ଏଭଳି ଘଟଣା ଘଟିଛି । ତୃତୀୟ ମହଲା ଛାତ ଉପରେ ଆଉଟଡୋର ଏସି ରକ୍ଷଣାବେକ୍ଷଣ ମରାମତି ବେଳେ ଫାଟିଥିଲା । ଏନେଇ ହସ୍ପିଟାଲରେ କାମ କରୁଥିବା ଏକ ଏଜେନ୍ସିର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ ଆହାତ ହୋଇଛି ।ଏନେଇ ସଭିଙ୍କ ଅବସ୍ଥା ଏକ ପ୍ରକାର ସ୍ଥିର ରହିଛି । ପରେ ଆଉ ଜଣେ ଆହାତ ହୋଇଥିବା କହିଛନ୍ତି ।"
ଅନ୍ୟପଟେ ଅଗ୍ନିଶମ କର୍ମଚାରୀ ବାହାରକୁ ଆସିବା ପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଏନେଇ ହସ୍ପିଟାଲ ମୁଖ୍ୟ ଗେଟରେ ଗଣମାଧ୍ୟମକୁ ବାରଣ କରାଯାଇଛି । ତେବେ ବାସ୍ତବିକ ଘଟଣା କିପରି ଘଟିଛି ସେ ନେଇ ତଥ୍ୟ ସାମ୍ନାକୁ ଆସିପାରୁନାହିଁ । ଅଗ୍ନିଶମ ଅଧିକାରିୀ ଅବନୀ କାନ୍ତ ସ୍ବାଇଁଙ୍କ ସୂଚନା ଅନୁସାରେ କୌଣସି ଅଗ୍ନିକାଣ୍ଡ ଜନିତ ଘଟଣା ଘଟିନାହିଁ ।