ଓଡିଶା

odisha

By

Published : Apr 13, 2023, 10:34 PM IST

ETV Bharat / state

ରାଜ୍ୟରେ ନିଆଁ ବର୍ଷା, ଫସଲ ପରିଚାଳନା ପାଇଁ ପରାମର୍ଶ ଦେଲା ଓୟୁଏଟି

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିର ରଖି କୃଷକଙ୍କୁ ଓୟୁଏଟିର ପରାମର୍ଶ । ପ୍ରବଳ ଖରାରେ କେଉଁ ଫସଲ କରିବା ଆବଶ୍ୟକ, ଖରାରୁ କିପରି ଫସଲ ସୁରକ୍ଷିକ କରିହେବ ସେନେଇ କୃଷକଙ୍କୁ ସଚେତନ କଲା ଓୟୁଏଟି । ଅଧିକ ପଢ଼ନ୍ତୁ

ଗ୍ରୀଷ୍ମ ପ୍ରବାଦକୁ ଦୃଷ୍ଟିର ରଖି କୃଷକଙ୍କୁ ଓୟୁଏଟିର ପରାମର୍ଶ
ଗ୍ରୀଷ୍ମ ପ୍ରବାଦକୁ ଦୃଷ୍ଟିର ରଖି କୃଷକଙ୍କୁ ଓୟୁଏଟିର ପରାମର୍ଶ

ଗ୍ରୀଷ୍ମ ପ୍ରବାଦକୁ ଦୃଷ୍ଟିର ରଖି କୃଷକଙ୍କୁ ଓୟୁଏଟିର ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ନିଆଁ ବର୍ଷା । ଅଧିକାଂଶ ଜିଲ୍ଲାରେ ତାପମାତ୍ର ୪୦ ଡିଗ୍ରୀ ପାର କରିଛି । ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ଵାଭାବିକଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହୁଛି । ଏହି ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଛି ଓୟୁଏଟି ।

ଫସଲକୁ ନେଇ ଓୟୁଏଟିର ପରାମର୍ଶ: ଅତ୍ୟଧିକ ଉତାପରୁ ଫସଲକୁ ରକ୍ଷା କରିବା ପାଇଁ ଧାନ, ଆଖୁ, ଚିନାବାଦାମ, ମକା ଆଦି ଫସଲରେ ଅଧିକ ଥର ଜଳସେଚନ କରନ୍ତୁ । ପନିପରିବା ଫସଲରେ ଜଳ ସଂରକ୍ଷଣ କରିବା ପାଇଁ ଛାଦିକରଣ କରନ୍ତୁ । ଏହା ସହ ନଡ଼ା, ଶୁଖୁଲା ପତ୍ର, କରତକଳ ଗୁଣ୍ଡ ଆଦି ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ଉପଲବ୍ଧ ଜଳର ସୁବିନିଯୋଗ କରିବା ପାଇଁ ସ୍ପ୍ରିଙ୍କଲର, ବୁନ୍ଦା ଜଳସେଚନର ଅଧିକ ବ୍ୟବହାର କରନ୍ତୁ । ଜଳ ଅପଚୟ ରୋକିବା ପାଇଁ ଚାଷ କିଆରୀରେ ହିଡ଼ ସୁଦୃଢ଼ୀକରଣ କରିବା ସହିତ ଗାତଗୁଡ଼ିକୁ ବନ୍ଦ କରନ୍ତୁ ।

ବିଭିନ୍ନ ଫସଲ ପାଇଁ ବିଭିନ୍ନ ରାସାୟନିକ:ବାୟୁମଣ୍ଡଳର ତାପମାତ୍ରା ଅଧିକ ରହୁଥିବାରୁ ଧାନ ଫସଲରେ କାଣ୍ଡବିନ୍ଧା କୀଟର ପ୍ରାଦୁର୍ଭାବ ବୃଦ୍ଧି ହେବାର ସମ୍ଭାବନା ଅଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪ କିଗ୍ରା କ୍ଲୋରୋଟ୍ରାନିପ୍ରୋଲ ୦.୪% ଦାନାଦାର ବିଷ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଡାଲି ଜାତୀୟ ଫସଲ, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦି ଫସଲରେ ପତ୍ର ଉଙ୍କୁଣୀ ସମସ୍ୟା ବୃଦ୍ଧି ପାଇବ । ତେବେ ଏହାର ନିରାକରଣ ପାଇଁ ଏକର ପ୍ରତି ୨୫ ଗ୍ରାମ ଫିପ୍ରୋନିଲ ୮୦ ଡବ୍ଲୁ. ଗ୍ରାମ କିମ୍ବା ୮୦ ଗ୍ରାମ ଥାୟୋମେଥୋକ୍ସାମ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ OUAT ପକ୍ଷରୁ ପରାମର୍ଶ ଦିଆଯାଇଛି।

ଚାଷୀ ଭାଇମାନଙ୍କୁ ଓୟୁଏଟିର ପରାମର୍ଶ:ଅତ୍ୟଧିକ ଟାଣ ଖରା ସମୟରେ ବିଭିନ୍ନ କୃଷିକାର୍ଯ୍ୟ ଓ ବିକ୍ରିବଟା ସାମୟିକ ଭାବରେ ସ୍ଥଗିତ ରଖନ୍ତୁ । ଅସୁସ୍ଥ ଅନୁଭବ କଲେ, ତୁରନ୍ତ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରର ସହାୟତା ନିଅନ୍ତୁ । କୃଷି କାର୍ଯ୍ୟ ସମୟରେ ଚାଷୀଭାଇମାନେ ଯଥା ସମ୍ଭବ ପାଣି ପିଅନ୍ତୁ । ଟାଣ ଖରା ସମୟରେ ନିଜ ଚାଷ କାମରେ ବ୍ୟବହୃତ ହେଉଥିବା ଜୀବଜନ୍ତୁଙ୍କୁ ଗଛ ଛାଇରେ ରଖିବା ସହିତ ପିଇବା ପାଣିର ବ୍ୟବସ୍ଥା କରନ୍ତୁ । ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଚାଷୀଭାଇମାନେ କୃଷିକାର୍ଯ୍ୟ ସମୟରେ ମୁଣ୍ଡରେ ଓଦା ଗାମୁଛା ବା ଲୁଗା ରଖି କାର୍ଯ୍ୟ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details