ଓଡିଶା

odisha

ETV Bharat / state

OTP Sharing Scam: PIO ଏଜେଣ୍ଟକୁ ରିମାଣ୍ଡରେ ନେଲା ଓଡିଶା STF, ମିଳିପାରେ ବଡ଼ ଲିଙ୍କ୍‌ - ଇକବାଲକୁ ରିମାଣ୍ଡରେ ନେଲା ଓଡ଼ିଶା ଏସଟିଏଫ

ପାକିସ୍ତାନ ଓଟିପି ସେୟାର ମାମଲା । ଖୋଲିବ ପାକିସ୍ତାନ ଗୁଇନ୍ଦାଗିରି ତଥ୍ୟ । ଓଡ଼ିଶା ଏସଟିଏଫ ସ୍କାନରରେ ପାକିସ୍ତାନୀ ଅଫିସର । ପାକିସ୍ତାନୀ ଅଫିସର ଅବଦୁଲ ହମିଦ୍ ଓରଫ ଖୁରାନ ସହ ଲିଙ୍କରେ ଥିବା ପିଆଇଓ ଏଜେଣ୍ଟ ଇକବାଲ ହୁସେନଙ୍କୁ ରିମାଣ୍ଡରେ ନେଇଛି ଓଡ଼ିଶା ଏସଟିଏଫ ଟିମ୍ । ଅଧିକ ପଢନ୍ତୁ

OTP Sharing Scam
OTP Sharing Scam

By ETV Bharat Odisha Team

Published : Oct 4, 2023, 2:56 PM IST

Updated : Oct 4, 2023, 4:58 PM IST

ଖୋଲିବ ପାକିସ୍ତାନ ଗୁଇନ୍ଦାଗିରି ତଥ୍ୟ

ଭୁବନେଶ୍ବର:ପାକିସ୍ତାନ ଓଟିପି ସେୟାର ମାମଲା । ଖୋଲିବ ପାକିସ୍ତାନ ଗୁଇନ୍ଦାଗିରି ତଥ୍ୟ । ଓଡ଼ିଶା ଏସ୍‌ଟିଏଫ୍‌ ସ୍କାନରରେ ପାକିସ୍ତାନୀ ଅଫିସର । ପାକିସ୍ତାନୀ ଅଫିସର ଅବଦୁଲ ହମିଦ୍ ଓରଫ ଖୁରାନ ସହ ଲିଙ୍କରେ ଥିବା ପିଆଇଓ ଏଜେଣ୍ଟ ଇକବାଲ ହୁସେନଙ୍କୁ ରିମାଣ୍ଡରେ ନେଇଛି ଓଡ଼ିଶା ଏସଟିଏଫ ଟିମ୍ । ଝାରପଡ଼ା ଜେଲରୁ ଦିନିକିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ STF ଓ ଆଇବିର ପଚରାଉଚରା ଜାରି ରହିଛି । ଦୁଇ ଜଣିଆ ଟିମ୍ ଆସି ଏସଟିଏଫ ଅଫିସରେ ପଚରାଉଚରା କରାଯାଉଛି । ଏନେଇ ୨୭ତମ ଏଭିଡେନ୍ସ ଆକ୍ଟରେ ଡିସକ୍ଲୋଜର ଷ୍ଟେଟମେଣ୍ଟ ମଧ୍ୟ ଗ୍ରହଣ କରାଯିବ । ଏଥିସହ ଆଇବିର ଜାଣିବାକୁ ପାଇଛନ୍ତି ଯେ, ୨୭ଟି ମୋବାଇଲରେ ୫୦୦ସିମ ବ୍ୟବହାର କରି ତାର ଓଟିପି ପାକିସ୍ତାନୀ ଏଜେଣ୍ଟକୁ ପଠାଇଛି । ଏଥିସହ ଜଣେ ମହିଳା ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି ।

ଭାରତୀୟ ଗୁପ୍ତ ତଥ୍ୟ ପାକିସ୍ତାନୀ ଗୁଇନ୍ଦାକୁ ପ୍ରେରଣ କରିବା ଓ ଓଟିପି ସେୟାର ଲିଙ୍କରେ ଗିରଫ ଅଭିଜିତ ସଞ୍ଜୟ ଜାମ୍ବୁରେର ଆଉ ଏକ ସହଯୋଗୀକୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ STF ଓ ଆଇବି । ତେବେ ସଞ୍ଜୟ ଜାମ୍ବୁରେର ଅନ୍ୟଏକ ସହଯୋଗୀ ଅର୍ଥାତ ଆସାମର ରିକ୍ସା ଚାଳକ ଇକବାଲ ହୁସେନକୁ ରିମାଣ୍ଡରେ ନେଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫ । ଇକ୍‌ବାଲ୍‌ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଅବଦୁଲ୍‌ ହମିଦ୍ ଓରଫ ଖୁରାନ ସହ ସମ୍ପର୍କରେ ଥିଲେ ।

ଏହାମଧ୍ୟ ପଢନ୍ତୁ..OTP Sharing Scam: ଭୁବନେଶ୍ବରରେ NIA ଟିମ, ISI ଲିଙ୍କ୍ ନେଇ ଖୋଳତାଡ ଆରମ୍ଭ

ଅନ୍ୟତମ ପାକିସ୍ତାନୀ ଏଜେଣ୍ଟ ଦାନିଶ ଅଲି ସହ ମଧ୍ୟ ଯୋଗାଯୋଗରେ ଥିଲା ଇକବାଲ ହୁସେନ । ତେବେ ପାକିସ୍ତାନୀ ଗୁଇନ୍ଦାର ଟପ୍ ଅଫିସର ଅବଦୁଲ ହମିଦ୍ ଓରଫ ଖୁରାନ ସହ କିଭଳି ଯୋଗାଯୋଗରେ ଆସିଥିଲା ? କେତେ ଟଙ୍କା କେଉଁ ଜରିଆରେ ପାଇଛି ଇକବାଲ ହୁସେନ ? ଏନେଇ ଇକବାଲ ହୁସେନ‌ ପାକ୍ ଗୁଇନ୍ଦାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ କେଉଁ ଗୁପ୍ତ ତଥ୍ୟ ପ୍ରେରଣ କରିଛି ? ତଥ୍ୟ ଦେଇ କେତେ ଟଙ୍କା ଓ କିଭଳି ଟଙ୍କା ପାଇଛି ? ଏସମସ୍ତ ଦିଗ ନେଇ ଇକବାଲକୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ।

ତେବେ ଇକବାଲଠାରୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀର ତଥ୍ୟ ହସ୍ତଗତ ହେଲେ ଏହା ଭାରତ ପାଇଁ ବଡ ସଫଳତା ହେବ । ଭାରତ ବିରୋଧରେ ପାକର ଷଡଯନ୍ତ୍ରର ବିଷୟରେ ତଥ୍ୟ ମିଳିପାରିବ । ତେବେ ଗତ ସେପ୍ଟେମ୍ୱର 22 ତାରିଖରେ ଆସାମର ଗାଧୁଆ ପଥର, ନାଗୁଆ ଅଞ୍ଚଳରୁ ଗିରଫ କରିଥିଲା ଏସଟିଏଫ ଟିମ୍ । ତେବେ ଇକବଲ ଜଣେ ରିକ୍ସା ଚାଳକ ଭାବେ କାମ କରୁଥିବା ଜଣାପଡିଥିଲା । ହେଲେ ତାର ଆକାଉଣ୍ଟକୁ ପୁର୍ବରୁ ଏସଟିଏଫ ଦ୍ବାରା ଗିରଫ ହୋଇଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ ଜରିଆରେ ଟଙ୍କା କାରବାର ହୋଇଥିଲା।ଏପରିକି ୨୨ଲକ୍ଷ ଟଙ୍କାର କାରବାର ହୋଇଥିବା ନେଇ ତଥ୍ୟ ଲାଗିଥିଲା ଏସଟିଏଫ ହାତରେ ।


ଏହାମଧ୍ୟ ପଢନ୍ତୁ..OTP Sharing Scam: ସଫ୍ଟୱେର କମ୍ପାନୀ କର୍ମଚାରୀ ଗିରଫ

ତେବେ ଓଟିପି ସେୟାରି ଘଟଣାରେ ପ୍ରଥମେ ନୟାଗଡ଼ରୁ ଆଇଟିଆଇ ଶିକ୍ଷକ ପଠାଣି ସାମନ୍ତ ଲେଙ୍କାକୁ ଗିରଫ କରିଥିଲା ପୋଲିସ ।ପରେ ଏସଟିଏଫ ତଦନ୍ତ ବେଳେ ଏହି ଲିଙ୍କରେ ଅଭିଜିତ ସଞ୍ଜୟ ଜାମ୍ବୁରେ ବି ଗିରଫ କରାଯାଇଥିଲା । ଏମାନେ PIO ପାକିସ୍ତାନୀ ଏଜେଣ୍ଟ ପାଇଁ କାମ କରୁଛନ୍ତି । ଏପରିକି ବିଭିନ୍ନ ଅଞ୍ଚଳରୁ ପ୍ରି ଆକ୍ଟିଭେଟ ସିମ କାର୍ଡ ଜବତ କରି ସେସବୁର ନମ୍ବର ର ଓଟିପି ପାକିସ୍ତାନୀ ଏଜେଣ୍ଟକୁ ପଠାଉଥିଲେ । ପରେ ସେହି ସବୁ ନମ୍ବର ଜରିଆରେ ଦେଶରେ ଦେଶଦ୍ରୋହୀ କାର୍ଯ୍ୟକଳାପ,ଦଙ୍ଗା ଓ ହିଂସାତ୍ମକ ପ୍ରଚାର ଭଳି ବିଭିନ୍ନ ଉତ୍ତେଜନାମୂଳକ ମେସେଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଥିଲେ ।

ତେବେ ଏଥିପାଇଁ ପାକିସ୍ତାନୀ ଏଜେଣ୍ଟ ଏମାନଙ୍କୁ ମୋଟା ଅଙ୍କର ଟଙ୍କା ଦେଉଥିଲେ‌ । ତେବେ ଏହି ସବୁ ଆର୍ଥିକ କାରବାରର ତନାଘନା ବେଳେ ଆତଙ୍କୀ ଫଣ୍ଡିଂର ସୁରାକ ଲାଗିଥିଲା ଏସଟିଏଫ ହାତରେ । ଏନେଇ ପ୍ରଥମେ ଗିରଫ ହୋଇଥିବା ଅଭିଯୁକ୍ତ ପଠାଣି ସାମନ୍ତ ଠାରୁ ଏକାଧିକ ଅଭିଯୁକ୍ତଙ୍କ ଲିଙ୍କ ସାମ୍ନାକୁ ଆଣିଥିଲା ଏସଟିଏଫ । ପରେ ଏନେଇ ଏହି ଘଟଣାରେ‌ ଅଭିଜିତ ସଞ୍ଜୟକୁ ଜାମ୍ବୁରେ ଗିରଫ କରିଥିଲା । ପରେ ତଦନ୍ତ ବେଳେ ଇକବାଲ ଲିଙ୍କ ନେଇ ପୋଲିସ ସୁରାକ ପାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 4, 2023, 4:58 PM IST

ABOUT THE AUTHOR

...view details