ଭୁବନେଶ୍ବର:ଓଡ଼ିଶାର ଲୁଚି ରହିଥିବା ଐତିହ୍ୟକୁ ଖୋଜି ବାହାର କରିବେ ସୋସିଆଲ ମିଡିଆ ବ୍ଲଗର । ଓଡ଼ିଶାର ପାଣି ପବନ ଠାରୁ ଆରମ୍ଭ କରି ଏତିହ୍ୟ କଳା ସଂସ୍କୃତି ଓ ଖାଦ୍ୟ ଓ ବସ୍ତ୍ରର ମିଠା ମିଠା ଗୂଢ ରହସ୍ୟକୁ ଖୋଜି ବାହାର କରିବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ବ୍ଲଗର । କାହିଁକି ନା ଅନେକ ଗାଥା ପରମ୍ପରା ଇତିହାସ ଓ କଳା ବାଣିଜ୍ୟର ଅଲୌକିକ ଛବି ଯାହା ଲୁଚି ରହିଛି ସେସବୁକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଓଟିଡିସି ଓ ଓଡିଶା ପର୍ଯ୍ୟଟନ ବିଭାଗ । ଏନେଇ ଓଡ଼ିଶାର ଚର୍ଚ୍ଚିତ ବ୍ଲଗରଙ୍କୁ ଏକାଠି କରି ଏମାନଙ୍କ ଜରିଆରେ ଓଡ଼ିଶାର ପର୍ଯ୍ୟଟନକୁ ଆହୁରି ଲୋକାଭିମୁଖୀ ଓ ଲୋକଲୋଚନକୁ ଆଣିବା ପାଇଁ ଏହି ବ୍ଲଗରଙ୍କ ସାହାରା ଲୋଡିଛି ଓଟିଡିସି ।
ଗତକାଲି(ରବିବାର) ଭୁବନେଶ୍ୱର ପାନ୍ଥ ନିବାସରେ ଚଲୋ ଓଡ଼ିଶା ସହାୟତାରେ ଓଡ଼ିଶାର କୋଣ ଅନୁକୋଣରେ ଥିବେ ବ୍ଲଗରଙ୍କୁ ନେଇ ଏକ ବୈଠକ କରାଯାଇଛି । ଯେଉଁଥିରେ ରାଜ୍ୟର ଐତିହାସିକ ଗାଥାକୁ ଲୋକଙ୍କ ପାଖରେ ପହଚାଇଥିବା କିଛି ବ୍ଲଗରଙ୍କୁ ସମ୍ମାନିତ ସହ ସେମାନଙ୍କୁ ନେଇ କିପରି ଓଡ଼ିଶାର ସିକ୍ରେଟ ବା ରହସ୍ୟ ଆହୁରି ଉନ୍ମୋଚନ ହେବ ସେ ଦିଗରେ ଆଲୋକପାତ କରାଯାଇଛି । କାରଣ କଳାର ପ୍ରତୀକ ଓଡ଼ିଆ ଜାତିର ଗୌରବ ଓଡ଼ିଆଙ୍କର ପ୍ରିୟ ନାଚ ଗୀତ ଖାଦ୍ୟ ବସ୍ତ୍ରଠୁ ଆରମ୍ଭ କରି ଆଦିବାସୀ ପରମ୍ପରାର ଅନ୍ୟନ୍ୟ ଇତିହାସକୁ କିପରି ଅଧିକରୁ ଅଧିକ ଲୋକପ୍ରିୟ ହେବ ।
ସୁଉଚ୍ଚ ପର୍ବତମାଳାଠୁ ଆରମ୍ଭ କରି ଶସ୍ୟ ସାମଳାର ସୁନ୍ଦର ଅନୁଭବ ଏବେ ବି କେତେକାଶଂରେ ଲୁକାୟିତ ଅବସ୍ଥାରେ ରହିଯାଇଛି । ନଦୀ ଝରଣା ଓ ପାହାଡି ଜଙ୍ଗଲର ସବୁଜ ସବୁଜିମା ହେଉ ବା ଫୁଲ ଫଳ ଭଳି ନାନାଦି ଶସ୍ୟର ସୁନ୍ଦର ଅନୁଭବ କିପରି ଲୋକଙ୍କ ପାଖରେ ପହଞ୍ଚିବ। ଦେଶ ଦୁନିଆର ଲୋକେ ଓଡ଼ିଶାକୁ ଜାଣିବେ ଓଡ଼ିଶାର କଳା ପରମ୍ପରା ଭାଇଚାରା ଓ ଖାଦ୍ୟର ଭିନ ସ୍ବାଦର ପସରା ଦେଶ ଦୁନିଆର ଲୋକଙ୍କୁ ଆକୃଷ୍ଟ କରିବ ।