ଓଡିଶା

odisha

ETV Bharat / state

ରମାଦେବୀ କଲେଜ ପାଚେରୀ ଭୁଶୁଡ଼ିବା ଘଟଣା: କାରଣ ଦର୍ଶାଇଲା OSPHC, ସୌନ୍ଦର୍ଯ୍ୟକରଣ ପାଇଁ ଭୁଶୁଡ଼ିଥିଲା - clarification on boundary collapse

ରମାଦେବୀରେ ପାଚେରୀ ଭୁଶୁଡ଼ିବାର କାରଣ ଦର୍ଶାଇଛି OSPHC। ପାଚେରୀ ବାହାର ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଖୋଳି ଦିଆଯିବାରୁ ଏବଂ ଭେଣ୍ଡିଂ ଜୋନ୍‌ ବର୍ଜ୍ୟ ଜଳ ଯୋଗୁ ପାଚେରୀ ଭୁଶୁଡିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅଧିକ ପଢନ୍ତୁ

clarification on boundary collapse
ପାଚେରୀ ଭୁଶୁଡ଼ିବା ନେଇ କାରଣ ଦର୍ଶାଇଲା OSPHC

By ETV Bharat Odisha Team

Published : Sep 21, 2023, 10:02 PM IST

ଭୁବନେଶ୍ବର:ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ ଭୁଶୁଡ଼ିବା ଘଟଣାରେ କାରଣ ଦର୍ଶାଇଲା OSPHC। ପାଚେରୀ ବାହାର ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଖୋଳି ଦିଆଯିବାରୁ ଭୁଶୁଡ଼ିଥିଲା ପାଚେରୀ। ଏପରିକି ଭେଣ୍ଡିଂ ଜୋନ୍‌ ବର୍ଜ୍ୟ ଜଳ ପାଚେରୀ ମୂଳରେ ଜମିବାରୁ ମଧ୍ୟ ପାଚେରୀ ଭୁଶୁଡ଼ିଥିଲା ବୋଲି ସ୍ପଷ୍ଟୀକରଣ ଦେଇଛି OSPHC। ଏନେଇ ଜୁଲାଇ ୨୮ ତାରିଖରେ ରିପୋର୍ଟ ମାଗିଥିଲା ଉଚ୍ଚ ଶିକ୍ଷା ବିଭାଗ ।

ପାଚେରୀ ଭୁଶୁଡ଼ିବା ନେଇ କାରଣ ଦର୍ଶାଇଲା OSPHC
ତେବେ ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ ଭୁଶୁଡ଼ିବା ଘଟଣାରେ OSPHC ନିର୍ଦ୍ଦିଷ୍ଟ କାରଣ ଦର୍ଶାଇଛି। ପାଚେରୀ ବାହାର ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଖୋଳି ଦିଆଯିବାରୁ ଏବଂ ଭେଣ୍ଡିଂ ଜୋନ୍‌ ବର୍ଜ୍ୟ ଜଳ ଯୋଗୁ ପାଚେରୀ ଭୁଶୁଡିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଘାସ ଗାଲିଚା ବିଛାଇବା ପାଇଁ ପାଚେରୀର ବାହାର ପାର୍ଶ୍ବ ଖୋଳି ଦିଆଯାଇଥିଲା। ତେବେ ଘଟଣାସ୍ଥଳକୁ OSPHC ଯାଇ ସର୍ଭେ କରିବା ପରେ ରିପୋର୍ଟକୁ ବିସ୍ତୃତ ଭାବେ ପ୍ରସ୍ତୁତ କରିଛି। ରିପୋର୍ଟରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ବର୍ଷା ଜଳ ନିଷ୍କାସନ ପାଇଁ କ୍ୟାମ୍ପସରେ ଡ୍ରେନେଜ ବ୍ୟବସ୍ଥା ନାହିଁ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେଲେ ପାଚେରୀ କାନ୍ଥକୁ ପ୍ରଭାବିତ କରୁଛି। ସମଗ୍ର ପାଚେରୀର କାନ୍ଥ ଦୁର୍ବଳ ହେବା ସହ ପାଚେରୀ ନିକଟରେ ବର୍ଷା ଜଳ ଜମି ରହୁଛି।

ପାଚେରୀ ନିକଟରେ ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଶଯ୍ୟା ପ୍ରସ୍ତୁତ କରିବା ପାଇଁ ପ୍ରାୟ ୨ ଫୁଟ ଗଭୀର ମାଟି ବାହାର କରାଯାଇଥିଲା। ଯାହା ଫଳରେ କି ପାଚେରୀ ସମ୍ପୂର୍ଣ ଭାବରେ ଦୁର୍ବଳ ହୋଇପଡ଼ିଥିଲା। ଅନ୍ୟପଟେ ଭେଣ୍ଡିଂ ଜୋନର ବିକ୍ରେତାମାନେ ପାଚେରୀ ନିକଟରେ ଲଗାତାର ଜଳ ନିଷ୍କାସନ କରୁଛନ୍ତି। କାରଣ ସେମାନଙ୍କର କୌଣସି ବର୍ଜ୍ୟ ଜଳ ପରିଚାଳନା ବ୍ୟବସ୍ଥା କିମ୍ବା ଡ୍ରେନେଜ୍ ବ୍ୟବସ୍ଥା ନାହିଁ। ସେମାନେ ବିଶ୍ଵବିଦ୍ୟାଳୟର ପାଚେରୀ ଦେଇ ପାଇପ୍ ମାଧ୍ୟମରେ କ୍ୟାମ୍ପସରେ ଜଳ ନିଷ୍କାସନ କରୁଛନ୍ତି। ଫଳରେ କାନ୍ଥରେ ଜମା ହୋଇ କାନ୍ଥକୁ ମଧ୍ୟ ଦୁର୍ବଳ କରୁଛି। ଏପରି ଅନେକ କିଛି କାରଣ ଦର୍ଶାଇଛି ଓଡ଼ିଶା ପୋଲିସ ହାଉସିଂ ବୋର୍ଡ (OSPHC)।

ଏହା ବି ପଢନ୍ତୁ...ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ


ସୂଚନା ଅନୁଯାୟୀ, ଜୁଲାଇ ୨୮ ତାରିଖରେ ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରୀ ଭୁଶୁଡ଼ିବା ସହ ନିମ୍ନମାନର କାମକୁ ନେଇ ପୋଲିସ ହାଉସିଂକୁ ରିପୋର୍ଟ ମାଗିଥିଲା ଉଚ୍ଚ ଶିକ୍ଷା ବିଭାଗ। ପାଚେରୀ ଭୁଶୁଡ଼ିବାର ୩ ମାସ ପରେ ଉଚ୍ଚ ଶିକ୍ଷା ବିଭାଗ ତତ୍ପରତା ଦେଖାଇଥିଲା। ପରେ ପୁନ ନିର୍ମାଣ ପାଇଁ ବିଶ୍ବବିଦ୍ୟାଳୟକୁ ଦିଆଯାଇଥିଲା ୧୦୦ ପୁଟର ପାଚେରୀ ପାଇଁ ୧୪ ଲକ୍ଷ ଟଙ୍କା। ଗତ ଫେବୃଆରୀ ମାସ ୧୦ ତାରିଖରେ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ରାଷ୍ଟ୍ରପତି ଆସିବା ପୂର୍ବରୁ ଏହି ପାଚେରୀର ସମସ୍ତ ନିର୍ମାଣ କାମ ଶେଷ କରିବାକୁ ପୋଲିସ ହାଉସିଂକୁ ଦିଆଯାଇଥିଲା। କିନ୍ତୁ କାମ ଏତେ ନିମ୍ନ ମାନର ହୋଇଥିଲା ଯେ ବର୍ଷ ଟିଏ ମଧ୍ୟ ଏହା ତିଷ୍ଠି ପାରିଲା ନାହିଁ। ଶେଷରେ ପାଚେରୀଟି ଭୁଶୁଡ଼ି ପଡ଼ିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details