କଟକ: ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ମାମଲା । ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ହାଇକୋର୍ଟରୁ ଝଟକା । ମାମାଲା ଏବେ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଥିବାରୁ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହା ସହ ଏହି ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ପାଇଁ ଆବେଦନ ପ୍ରକ୍ରିୟାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ସୋମାଲିକା ଦାସ ।
ସେପଟେ ଆସନ୍ତା ୭ ତାରିଖ ଦିନ ବିଜୟ ଶଙ୍କର ତାଙ୍କର ବର୍ତ୍ତମାନର ବାନ୍ଧବୀ ଓ ପୂର୍ବତନ ବାନ୍ଧବୀ ତଥା ସୋମାଲିକାଙ୍କୁ ହାଜର ହେବାକୁ କଟକ ବିବାହ ପଞ୍ଜିକରଣ ଅଧିକାରୀ ନୋଟିସ ଜାରି କରିଛନ୍ତି। ଆସନ୍ତା ୭ ତାରିଖ ଦିନ ଅପରରାହ୍ନ ୩ ଟାରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି । ହାଜର ବେଳେ ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ କରିଛନ୍ତି କଟକ ବିବାହ ପଞ୍ଜିକରଣ ଅଧିକାରୀ । ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର ସୋମାଲାକିଙ୍କ ପରିବର୍ତ୍ତେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଯାହାକୁ ବିରୋଧ କରି ନ୍ୟାୟ ଦାବି କରୁଛନ୍ତି ସୋମାଲିକା ଦାସ ।