ଓଡିଶା

odisha

ETV Bharat / state

ଯୁବପିଢ଼ିଙ୍କ ଭବିଷ୍ୟତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ହାତରେ: ମୁଖ୍ୟମନ୍ତ୍ରୀ

ଦିଗଦର୍ଶନ କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ। ଯୁବପିଢ଼ିଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ

By

Published : Feb 21, 2023, 11:23 AM IST

orientation programme for the new college teachers
orientation programme for the new college teachers

ଭୁବନେଶ୍ବର: ଲୋକସେବା ଭବନରେ ନବ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ଗତକାଲି(ସୋମବାର) ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ 914 ସହକାରୀ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା । ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଜ୍ଞାନର ସ୍ତରକୁ ବିସ୍ତାର କରିବାକୁ ଅଧ୍ୟାପକମାନଙ୍କୁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସମସ୍ତ ଅଧ୍ୟାପକ ଆମ ଶିକ୍ଷା ବ୍ୟବସ୍ଥାରେ ନିଜକୁ ସମର୍ପିତ କର, ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଅ। ବର୍ତ୍ତମାନ ‌ହେଉଛି ଟେକ୍ନୋଲୋଜିର ଯୁଗ । ତେଣୁ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର କରାଯିବା ଆବଶ୍ୟକ । ଯାହାଫଳରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ଜ୍ଞାନ ପାଇପାରିବେ । ଗବେଷଣାରେ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ଛାତ୍ରଛାତ୍ରୀ ଯେଭଳି ଭାବରେ ସଫଳତା ହାସଲ କରିପାରିବେ ସେନେଇ ଗୁରୁତ୍ଵ ଦେବାକୁ ପଡ଼ିବ । ଆମର ଅଧିକ ଛାତ୍ରଛାତ୍ରୀ କିପରି ସଫଳତା ହାସଲ କରିବେ, ସେଥିପ୍ରତି ଗୁରୁତ୍ବ ଦେବାକୁ ହେବ । ଏକ ଉଜ୍ବଳ ଭବିଷ୍ୟତ ପାଇଁ ଆମ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାରେ ଆପଣମାନେ ଏକ ବଡ଼ ଭୂମିକା ନିର୍ବାହ କରିବା ଆବଶ୍ୟକ । ଯୁବପିଢ଼ିଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ଗତ ଦୁଇବର୍ଷ ହେଲା ରାଜ୍ୟର ଉଭୟ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ରେକର୍ଡ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରାଯାଉଛି । ଏହି ପ୍ରୟାସ ରାଜ୍ୟରେ ଶିକ୍ଷାର ଗୁଣବତ୍ତାରେ ଉନ୍ନତି ଆଣିବ । ନୂତନ ପିଢ଼ି ପାଇଁ ବୌଦ୍ଧିକ ବିକାଶ, ଚରିତ୍ର ନିର୍ମାଣର ଏକ ବଡ଼ ଦାୟିତ୍ବ ଦିଆଯାଇଛି ।'' ଦାୟିତ୍ବର ସହ ଏହାକୁ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ନବନିଯୁକ୍ତ ସହକାରୀ ଅଧ୍ୟାପକଙ୍କୁ ଆହ୍ବାନ କରିଛନ୍ତି ।

ତେବେ ରାଜ୍ୟରେ ୯୧୪ ଜଣ ଅଧ୍ୟାପକ ଯୋଗ ଦେଇଥିବା ବେଳେ ସେଥିମଧ୍ୟରୁ ୩୨୧ ଜଣ ଅଧ୍ୟାପକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଯୋଗ ଦେଇଛନ୍ତି । ସେହିଭଳି ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ୧୨୬ ଅଧ୍ୟାପକ ଯୋଗ ଦେଇଥିବା ବେଳେ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୪୬୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ମିଳିଛି । ନବନିଯୁକ୍ତମାନେ ଲୋକସଭା ଭବନର କନଭେସନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ରାଜ୍ୟର ନିଯୁକ୍ତି ପ୍ରକ୍ରିୟାରେ ରୂପାନ୍ତରଣ ଆଣିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଭର୍ଚ୍ଚୁଆଲ ମୋଡରେ ଦିଗଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details