ଓଡିଶା

odisha

By ETV Bharat Odisha Team

Published : Oct 10, 2023, 8:02 PM IST

ETV Bharat / state

ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ! ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନର ବ୍ୟବହାରକୁ ନେଇ ଆପତି ଉଠାଇଛି ଭାରତୀୟ ଜନତା ପାର୍ଟି । ଏହା ବିରୋଧରେ ବିଜେପି ଅଦାଲତକୁ ଯିବ ବୋଲି କହିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ । ଅଧିକ ପଢନ୍ତୁ

ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ! ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି
ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ! ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ! ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ଆମ ଗାଁ ଆମ ବିକାଶ । ଠିକ ସାଧାରଣ ନିର୍ବାଚନ ପୂର୍ବରୁ ଯୋଜନା ଫାଇଦା ଦେବା ବୋଲି ଆଶା ରଖିଛି ଶାସକ ଦଳ । ତେବେ ଯୋଜନାର ବିଜ୍ଞାପନରେ ବ୍ୟବହାର ହୋଇଥିବା ଦଳୀୟ ଚିହ୍ନକୁ ଆପତ୍ତି ଉଠାଇଛନ୍ତି ବିରୋଧୀ । ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର ବିରୋଧରେ ଅଦାଲତକୁ ଯିବ ବୋଲି କହିଛି ବିଜେପି । କଂଗ୍ରେସ କହିଛି ଡଙ୍ଗା ବୁଡିବା ସମୟରେ ଏଭଳି ପ୍ରକୃତି ସରକାରଙ୍କର ବାହାରିଲାଣି । ସେପଟେ ବିରୋଧୀଙ୍କୁ କଟାକ୍ଷ କରିଛି ଶାସକ ଦଳ ।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନର ବ୍ୟବହାରକୁ ନେଇ ଆପତି ଉଠାଇଛି ଭାରତୀୟ ଜନତା ପାର୍ଟି । ଏହା ବିରୋଧରେ ବିଜେପି ଅଦାଲତକୁ ଯିବ ବୋଲି କହିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ । ମୋହନ କହିଛନ୍ତି ଯେ, ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ଏହି ପ୍ଳାନ । ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ । ଯୋଜନା କିପରି ରଦ୍ଦ ହେବ ସେ ନେଇ ବ୍ୟବସ୍ଥା ହେବ । ଯୋଜନା ଠିକ ଗାଇଡ ଲାଇନରେ ହେଉନାହିଁ । ଯୋଜନା ପାଇଁ କିଏ ପ୍ରସ୍ତାବ ଦେବ ତା ନେଇ ଚିତ୍ର ସ୍ପଷ୍ଟ ନାହିଁ । ଏହି ଯୋଜନା ପାଇଁ ଜନ ପ୍ରତିନିଧିଙ୍କ ଠାରୁ ପ୍ରସ୍ତାବ ନିଆଯାଉନାହିଁ । ଏହା କେବଳ ଭୋଟ ବ୍ୟାଙ୍କ ପାଇଁ ଯୋଜନା । ଶଙ୍ଖ ଚିହ୍ନ ଗୋଟେ ଦଳୀୟ ଚିହ୍ନ । କିପରି ଏହା ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ହାରିବା ଭୟରେ ଶାସକ ଦଳ ଶଙ୍ଖ ଚିହ୍ନର ବ୍ୟବହାର କରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଭୟଭୀତ ହୋଇ ଶଙ୍ଖ ଚିହ୍ନ ବ୍ୟବହାର କରାଯାଇଛି । ଏହାକୁ ବରଦାସ୍ତ କରାଯିବନାହିଁ ।

ଏହାବି ପଢନ୍ତୁ- Ama Odisha Nabin Odisha: ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା; ଖର୍ଚ୍ଚ ହେବ ୩୩୯୭ କୋଟି

ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ରାଜ୍ୟବାସୀଙ୍କ ଟଙ୍କାରେ ଯୋଜନା ହୋଇଥିବାରୁ ଦଳୀୟ ଚିହ୍ନ ଲଗାଇବା ନିନ୍ଦନୀୟ ଘଟଣା । ଯୋଜନାକୁ ନେଇ ମମଲା କୋର୍ଟରେ ଅଛି । ଏପଟେ ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି । ଏହା ଅଲାଜୁକ କାମ । ଯେତେବେଳେ ମୁଣ୍ଡ ଖରାପ ହୋଇଯାଏ, ଆଉ ସ୍ଥିତି ନଥାଏ ସେତେବେଳେ ଏମିତି ପ୍ରକୃତି ବାହାରେ । ବିଜେଡିର ଡଙ୍ଗା ବୁଡିବା ସମୟ ହୋଇଗଲାଣି ।

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ପାଇଁ ଏ ସରକାର ସବୁବେଳେ ଧ୍ୟାନ ଦେଇଥାଏ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଇଥାଏ । ଆଜି ମଧ୍ୟ ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରତ୍ୟେକ ଜିଲ୍ଲାର ଗାଁ ଏବଂ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ । ଲୋକଙ୍କ କାମରେ ଲାଗିପାରିବ । ଏହି କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ପାଖରୁ ଅନୁରୋଧ ଆସିଛି । ଲୋକମାନେ ନିଜ ଗାଁ ଓ ପଞ୍ଚାୟତରେ କଣ ହେବ ସେନେଇ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ମନକୁ ଛୁଇଁବ । ବିଜେପି କଣ ଆପତ୍ତି କରିବ ନାହିଁ । ଶଙ୍ଖ ଚିହ୍ନ ହେଉଛି ପବିତ୍ରତାର ପ୍ରତୀକ । ବିଜେପି ଯଦି ଆପତ୍ତି କରୁଛି, ତେବେ ଜନଔଷଧୀ କାର୍ଯ୍ୟକ୍ରମର ନାଁ କଣ ରଖିଛନ୍ତି କୁହନ୍ତୁ । ଜନଔଷଧୀ କାର୍ଯ୍ୟକ୍ରମ ରହିଛି ସବୁ ସମବାୟ ସେଣ୍ଟରରେ ଲାଗିବ, ତାହା ନାଁ ସେମାନେ ଦେଇଛନ୍ତି ବିଜେପି । ଏହା ଦଳୀୟ ବ୍ରାଣ୍ଡିଙ୍ଗ କିଛି ନୁହେଁ । ଆମେ ସବୁବେଳେ ଲୋକଙ୍କ ପାଖକୁ ଯାଉଛୁ । ସେମାନେ ଅଦାଲତ ପାଖକୁ ଯିବେ କି ଆଉ କେଉଁଠିକୁ ଯିବେ । ସେ ଲୋକଙ୍କ ପାଖକୁ ଯାଇପାରିବେନାହିଁ, ତାଙ୍କର ସେ ବ୍ୟବସ୍ଥା ନାହିଁ । କିନ୍ତୁ ଆମର ବ୍ୟବସ୍ଥା ଅଛି । ଆମେ ଲୋକଙ୍କ ପାଖକୁ ଯାଉଛୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details