ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଓ ଆଇନ ବ୍ୟବସ୍ଥାକୁ ନେଇ ପୋଲିସ ଏବଂ ବିଜେପି ଯୁବ ମୋର୍ଚ୍ଚା ହାତାହାତି ପରେ ମୁହାଁମୁହିଁ ହେଉଛନ୍ତି ବିଜେଡି ବିଜେପି । ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଛି ଟ୍ୱିଟ ଓ ବାକ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେପଟେ ପ୍ରଣବଙ୍କୁ ଟ୍ୱିଟରରେ ଘେରିଛନ୍ତି ବିଜେପିର ଦୁଇ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଓ ମୁକେଶ ମହାଲିଙ୍ଗ । ଯାହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।
ବିରୋଧୀଙ୍କ ପାଖେ ପ୍ରସଙ୍ଗ ନାହିଁ, କେବଳ ଅନ୍ୟର ଚରିତ୍ର ସଂହାର କରିବେ: ବିଜେଡି ବିଧାୟକ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସୁଧୀର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକହିତକର କାର୍ଯ୍ୟ ଯୋଗୁଁ ଓଡିଶା ଏକ ନମ୍ବର ରାଜ୍ୟ ହେବା ଦିଗରେ ଅଗ୍ରସର ହେଉଛି । ତେଣୁ ବିରୋଧୀ ଦଳ ପାଖରେ ଭାଷା କିଛି ନାହିଁ । ସେ କେବଳ ଅନ୍ୟର ଚରିତ୍ର ସଂହାର କରିବେ । ଅନ୍ୟ ବିରୋଧରେ ଆଲୋଚନା କରିବେ । ଏ ସବୁ ବିରୋଧୀଙ୍କ କାର୍ଯ୍ୟକ୍ରମ । ଯେଉଁମାନେ ରାଜନୀତିରେ ହିଂସାକୁ ପ୍ରସୟ ଦିଅନ୍ତି, ସେମାନେ ଏହି କାର୍ଯ୍ୟକ୍ରମ କରୁଛନ୍ତି । ଅଧିକ ପଢନ୍ତୁ
ସୁଧୀର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକହିତକର କାର୍ଯ୍ୟ ଯୋଗୁଁ ଓଡିଶା ଏକ ନମ୍ବର ରାଜ୍ୟ ହେବା ଦିଗରେ ଅଗ୍ରସର ହେଉଛି । ତେଣୁ ବିରୋଧୀ ଦଳ ପାଖରେ ଭାଷା କିଛି ନାହିଁ । ସେ କେବଳ ଅନ୍ୟର ଚରିତ୍ର ସଂହାର କରିବେ । ଅନ୍ୟ ବିରୋଧରେ ଆଲୋଚନା କରିବେ । ଏ ସବୁ ବିରୋଧୀଙ୍କ କାର୍ଯ୍ୟକ୍ରମ । ଯେଉଁମାନେ ରାଜନୀତିରେ ହିଂସାକୁ ପ୍ରସୟ ଦିଅନ୍ତି, ସେମାନେ ଏହି କାର୍ଯ୍ୟକ୍ରମ କରୁଛନ୍ତି । ଆଗାମୀ ଦିନରେ ରାଜ୍ୟବାସୀ ତାଙ୍କୁ ଜବାବ ଦେବେ । ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଜଣେ ଯୁବ ନେତାଙ୍କର ଭିଡ଼ିଓ ଭାଇରାଲ ହେବା କଥା ଉଠାଇଥିଲେ କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଆଉ ପାଦେ ଆଗେଇ ବିଜେପି ମୁଖପାତ୍ର ଭାଇରାଲ ଭିଡିଓରେ ଦକ୍ଷିଣ ଓଡ଼ିଶାର ଜଣେ ମନ୍ତ୍ରୀ ଥିବା କଥା କହିଛନ୍ତି । ଯାହାର ଜବାବ ରଖିଛନ୍ତି ସୁଧୀର ।
ସୁଧୀର କହିଛନ୍ତି ଯେ, ଅଶ୍ଲୀଳ ଭିଡିଓ ବୁଲିବା କଥା କହିପାରିବି ନାହିଁ । ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ କହିପାରିବେ । କାହାର କେତେବେଳେ ଅଶ୍ଲୀଳ ଭିଡିଓ ବୁଲୁଛି, ତାହା ଉପରେ ଟିପ୍ପଣୀ ଦେବିନାହିଁ । ଅସତ୍ୟ ଉପରେ ଆଧାରିତ ତଥ୍ୟ ଉପରେ କାହାର ଚରିତ୍ର ସଂହାର କରିବା ଏବଂ କାହା ବିରୋଧରେ କଥାବାର୍ତ୍ତା କରିବାରେ ବିଶ୍ୱାସ କରେନାହିଁ । ସେହିପରି ଗତ କିଛିଦିନ ହେବ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳର ନେତୃତ୍ୱଙ୍କୁ ତେର୍ଚ୍ଛା ବାଣ ମାରୁଛନ୍ତି । ଜବାବରେ ସୁଧୀର କହିଛନ୍ତି ଯେ, ଦଳର ନେତା ଯାହା କହୁଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତ । ଦଳର ବାର୍ତ୍ତା ଦେବା ଲାଗି ମୁଖପାତ୍ର ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ମୁହଁରେ ଏ ସବୁ ବାହାରି ନାହିଁ । ବିଜେଡି ସୁପ୍ରିମୋ ଓ ସଂଗଠନ ସଂପାଦକ ଯାହାଙ୍କୁ ନିଯୁକ୍ତି କରିଛନ୍ତି, ସେମାନେ ବାର୍ତ୍ତା ଦେଲେ ଆମେ ଗ୍ରହଣ କରିବୁ ।
ଇଟିଭି ଭାରତ, ଭୁବନେଶ୍ବର