ଖୋର୍ଦ୍ଧା: ବିଜେପିରେ ମିଶିବା ପରଠାରୁ ବିବାଦରେ ଫସିଛନ୍ତି ପ୍ରଶାନ୍ତ ନନ୍ଦ ଏବଂ ତାଙ୍କ ପୁଅ ଋଷଭ ନନ୍ଦ । ପ୍ରଶାନ୍ତ ନନ୍ଦ ବିଜେଡି ସାଂସଦ ଅଟନ୍ତି । ଆଉ ଏବେ ତାଙ୍କ ପୁଅ ଋଷଭ ବିଜେପିରେ ମିଶିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବେଗୁନିଆ ବିଜେପି ।
ଏହାକୁ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପିଚୁକୁଳିରେ ଥିବା ବିଜେପି କାର୍ଯ୍ୟାଳୟରେ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ସଞ୍ଜୟ କୁମାର ଛୁଆଳସିଂଙ୍କ ନେତୃତ୍ବରେ ଶତାଧିକ କର୍ମୀ ଋଷଭ ହଟାଅ ସ୍ଲୋଗାନ ଦେଇଥିଲେ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା ତେବେ ଦଳୀୟ କର୍ମୀଙ୍କ କହିବାନୁସାରେ, ପ୍ରଶାନ୍ତ ନନ୍ଦ ଦୁଇ ହଜାର ମସିହାରେ ବିଜେପି ଟିକେଟରୁ ମନ୍ତ୍ରୀ ହୋଇ ଦୁର୍ନୀତି କରି ମନ୍ତ୍ରୀମଣ୍ଡଳରୁ ତଡା ଖାଇଥିଲେ। ତେବେ ତାଙ୍କ ପୁରୁଣା ସମ୍ପର୍କ ଆଧାରରେ ସେ କିଛି ବିଜେପି ନେତାଙ୍କୁ ଧରି ନିଜ ପୁଅ ଋଷଭକୁ ଦଳରେ ମିଶାଇ ଟିକେଟ ପାଇବାକୁ ଚକ୍ରାନ୍ତ କରୁଛନ୍ତି । କିନ୍ତୁ ବେଗୁନିଆରେ ଦୀର୍ଘଦିନ ଧରି ବିଜେପି ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ସଂଗଠନକୁ ଦୃଢ଼ କରିଛନ୍ତି । ଯଦି ଏଠାରେ ଦଳ ଋଷଭଙ୍କୁ ବେଗୁନିଆରେ ପ୍ରାର୍ଥୀକରେ, ତେବେ ବିଜେପି ସଙ୍ଗଠନରେ ଥିବା ନେତା ଓ କର୍ମୀ ସମୂହ ଇସ୍ତଫା ଦେବେ ବୋଲି ଚରମବାଣୀ ଶୁଣାଇଛନ୍ତି ଦଳୀୟ କର୍ମୀ ।
ଏହି କାର୍ଯ୍ୟକ୍ରମରେ ବେଗୁନିଆ ବୋଲଗଡ଼ ବିଜେପିର ବହୁ ଛାମୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ