ଓଡିଶା

odisha

ETV Bharat / state

ଆଜିଠୁ କ୍ୟାପିଟାଲ ହସ୍ପିଟାଲରେ ସକାଳ 9ଟାରୁ OPD - କ୍ୟାପିଟାଲ ହସ୍ପିଟାଲରେ ଦିନ 9ଟାରୁ ଓପିଡି

କ୍ୟାପିଟାଲ ହସ୍ପିଟାଲର ଓପିଡି ସମୟ ପରିବର୍ତ୍ତନ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଠାରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (OPD) ଖୋଲା ରହିବ । ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲ
କ୍ୟାପିଟାଲ ହସ୍ପିଟାଲ

By

Published : Dec 1, 2022, 8:03 AM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ଓପିଡି ସମୟ ପରିବର୍ତ୍ତନ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଠାରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (OPD) ଖୋଲା ରହିବ ।

ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ଖୋଲାରହିବ ଏବଂ ଅନ୍ୟାନ୍ୟ ସବୁରୋଗୀ ସେବା ପୂର୍ବଭଳି ଚାଲୁରହିବ । ତେବେ ଅପରାହ୍ନ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହିବ । ଏଥିପାଇଁ ପଞ୍ଜିକରଣ କାଉଣ୍ଟର ସକାଳ ୮ଟା ୩୦ରୁ ଦିନ ୧୨ଟା ୩୦ ଓ ୧ଟା ୩୦ରୁ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ । ଏହି ସୁବିଧା ସପ୍ତାହର ସବୁଦିନ ଉପଲବ୍ଧ ହେବ । ଅନ୍ୟପଟେ ରକ୍ତ ନମୁନା ସଂଗ୍ରହ ଏବଂ ପରୀକ୍ଷା ନୂତନ ଓପିଡ଼ି ସମୟ ଅନୁଯାୟୀ ଖୋଲାରହିବ ।

ଏହା ମଧ୍ୟ ପଢନ୍ତୁ: OHRDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କ ସହ ୫ ଦୋଷୀ ସାବ୍ୟସ୍ତ

ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ଖୋଲାରହିବ ଏବଂ ଅନ୍ୟାନ୍ୟ ସବୁରୋଗୀ ସେବା ପୂର୍ବଭଳି ଚାଲୁରହିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଓପିଡି ସମୟ ପରିବର୍ତ୍ତନ ନେଇ ଡାକ୍ତର ଏବଂ କର୍ମଚାରୀମାନଙ୍କୁ ନୋଟିସ ଜାରି କରାଯାଇଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details