ଭୁବନେଶ୍ବର: ଦକ୍ଷିଣରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ପରେ ଉପକୂଳ ଓଡିଶା ଉପରେ ଏବେ ପକାଇଛି ନଜର । ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଭୁବନେଶ୍ବରରେ ଆୟୋଜିତ ହେବ ବିଶାଳ ସମାବେଶ । ପୁରୀରେ ଚଳିତ ମାସରେ ହେବ ବିଶାଳ ସମାବେଶ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।
ବିଜୟ କହିଛନ୍ତି, ‘‘ଆସନ୍ତାକାଲି କଂଗ୍ରେସ ଭବନରେ ପୁରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବସିବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ପୁରୀ ଜିଲ୍ଲା ଅନ୍ତର୍ଗତ ସମସ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କିଭଳି ଆସ୍ଥାଭାଜନ ହେବ,ରାହୁଲ ଗାନ୍ଧୀଙ୍କ ବାର୍ତା ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେ ନେଇ ଅଣ୍ଟା ଭିଡ଼ିଲା କଂଗ୍ରେସ । ପୁରୀ ଉପକୂଳ ଓଡିଶାର ପ୍ରାଣକେନ୍ଦ୍ର ଭାବେ ପରିଚୟ ବହନ କରେ । ପୂର୍ବରୁ ପୁରୀ ଜିଲ୍ଲା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବାଜିମାତ କରିଛି । ସେହିପରି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କ୍ଷମତା ଦଖଲ କରିଛି । ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ର ବ୍ରହ୍ମଗିରିରୁ ନିର୍ବାଚିତ ହୋଇଛନ୍ତି । ନିମାପଡା ଗୋପ ନିର୍ବାଚନ ମଣ୍ଡଳୀରେ ମଧ୍ୟ କଂଗ୍ରେସ ପୂର୍ବରୁ ଜିତି ଆସିଛି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପୁରୀ ଜିଲ୍ଲାରେ କିଛି ସିଟ ଦଖଲ କରିବାକୁ ଯୋଜନା କରିଛି । ’’
ଏହାବି ପଢନ୍ତୁ- ଗୋଷାଣୀ ବ୍ଲକ ଘେରାଉ କଲା କଂଗ୍ରେସ, ବିଜେପି-ବିଜେଡି ଏକାଠି କହିଲେ ବିଜୟ