ଭୁବନେଶ୍ବର: ଖରା ଦିନେ ପାଣି ପାଇଁ ହାହାକାର ହେବ ରାଜ୍ୟରେ । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତରକୁ ନେଇ ରାଜ୍ୟ ସରକରଙ୍କ ଉପରେ ବର୍ଷିଲା କଂଗ୍ରେସ । ପାନୀୟ ଜଳ ପ୍ରକଳ୍ପ ଏକ ମେଗା ସ୍କାମ ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ।
ପିସିସି ସଭାପତି ଅଭିଯୋଗ କରିଛନ୍ତି 34806 କୋଟି ଟଙ୍କାର କାମ ଏହାର 96 ପ୍ରତିଶତ କେତେକ ମୁଷ୍ଟିମେୟ କଣ୍ଟ୍ରାକ୍ଟରକୁ ବାଛି ଦିଆଯାଇଛି । 207ଟି ମଧ୍ୟରୁ କେବଳ 16ଟି କାମ ସରିଛି ହେଲେ ତାହା ସମ୍ପୂର୍ଣ୍ଣ କାମ ସରିନାହିଁ । 16ଟି ପ୍ରକଳ୍ପର କାମ ରାଜ୍ୟ ବାହାର କଣ୍ଟ୍ରାକ୍ଟର କାମ କରିଛନ୍ତି ଯେପରି ଓଡିଶାରେ କଣ୍ଟ୍ରାକ୍ଟର ନାହାଁନ୍ତି । 189 ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ 21ଟି କେବଳ ଓଡିଶା କଣ୍ଟ୍ରାକ୍ଟର ପାଇଛନ୍ତି । ସମସ୍ତ ପ୍ରକଳ୍ପ ନିର୍ମାଣର ଆଉ ଏକ୍ସଟେନସନ ନକରି ଶୀଘ୍ର ପ୍ରକଳ୍ପ କାମ ସାରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।
ସେହିପରି କେନ୍ଦୁଝରରେ 115ଟି ଗାଁର ପ୍ରକଳ୍ପକୁ ମିଶାଇ ଗୋଟିଏ କାମ କରି ବାହାର କଣ୍ଟ୍ରାକ୍ଟରକୁ ଦିଆଯାଇଛି । ଅନୁଗୋଳରେ 214ଟି ଗାଁର ପ୍ରକଳ୍ପକୁ ମିଶାଇ ଗୋଟିଏ କାମ ଦିଆଯାଇଛି । ଓଡ଼ିଶା ସରକାରଙ୍କ ବାହାର ଠିକାଦାର ପ୍ରୀତି ଏତେ କାହିଁକି ବୋଲି ଦଳ ପ୍ରଶ୍ନ ଉଠାଇଛି ଦଳ ।