ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ପ୍ରାର୍ଥୀ ତାଲିକା ପଠାଉଛନ୍ତି ଜିଲ୍ଲା ସଭାପତି - ଓଡିଶା ବିଧାନସଭା ନିର୍ବାଚନ ପ୍ରସ୍ତୁତି

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟ କଂଗ୍ରେସର ତତ୍ପରତା ସେତିକି ବଢ଼ିବାରେ ଲାଗିଛି। ରାଜ୍ୟ ମଙ୍ଗୁଆଳଙ୍କ ତତ୍ପରତା ଏବେ ତୃଣମୁଳ ସ୍ତରରେ ଦଳର କର୍ମୀଙ୍କୁ ମଧ୍ୟ ସକ୍ରିୟ କରିବାରେ ଖୋରାକ ଯୋଗାଇଛି। ଦୀର୍ଘ 24 ବର୍ଷ ଧରି ଶାସନ କ୍ଷମତାରୁ ଦୂରରେ ଥିବା ଦଳ କିଭଳି ପୁଣି ଶାସନ କ୍ଷମତାକୁ ଫେରିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ରାଜ୍ୟ କଂଗ୍ରେସ। ଦଳର ଇତିହାସରେ ପ୍ରଥମ ଥର ପାଇଁ ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଜିଲ୍ଲା ସଭାପତି। ଅଧିକ ପଢନ୍ତୁ

ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ପ୍ରାର୍ଥୀ ତାଳିକା ପଠାଉଛନ୍ତି  ଜିଲ୍ଲା ସଭାପତି
ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ପ୍ରାର୍ଥୀ ତାଳିକା ପଠାଉଛନ୍ତି ଜିଲ୍ଲା ସଭାପତି

By ETV Bharat Odisha Team

Published : Nov 8, 2023, 8:20 PM IST

ପ୍ରାର୍ଥୀ ତାଲିକା ପଠାଉଛନ୍ତି ଜିଲ୍ଲା ସଭାପତି

ଭୁବନେଶ୍ବର: କଂଗ୍ରେସର ମିଶନ 2024। ସେନାପତି ଚୟନ କରିବେ ଜିଲ୍ଲାର ଛାମୁଆ ନେତା। ନିର୍ମଳ ଭାବମୂର୍ତି, ଲୋକପ୍ରିୟତା ଓ ବିଜୟର ସମ୍ଭାବନାକୁ ଆଧାର କରି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ତାଲିକା ଦେବେ କଂଗ୍ରେସ ଜିଲ୍ଲା ସଭାପତି। ଡେଡ ଲାଇନ ପୂର୍ବରୁ ପ୍ରତ୍ୟକ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ସାଂସଦଙ୍କ ତାଲିକା ମାଗିଛି ପ୍ରଦେଶ କଂଗ୍ରେସ କମିଟି। ଜିଲ୍ଲା ସଭାପତି ମାନଙ୍କ ପ୍ରସ୍ତାବ ଆସିବା ପରେ ପ୍ରାର୍ଥୀ ତାଲିକାକୁ ହାଇକମାଣ୍ଡଙ୍କ ନିକଟକୁ ପଠାଯିବ। ଜିଲ୍ଲା ଓ ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବକୁ ତର୍ଜମା କରି ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବେ ହାଇକମାଣ୍ଡ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଅପରପକ୍ଷରେ ନଭେମ୍ବର10 ଡେଡ ଲାଇନ ଥିବାବେଳେ ଆଉ କେତେକ ଜିଲ୍ଲାରୁ ପ୍ରାର୍ଥୀ ତାଲିକା ଚୟନ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି।

ଅଧିକ ପଢନ୍ତୁ- ଓଡିଶା ଆସୁନାହାଁନ୍ତି ଜାତୀୟ ନେତା, କେମିତି ଶକ୍ତିଶାଳୀ ହେବ ଓଡିଶା କଂଗ୍ରେସ

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟ କଂଗ୍ରେସର ତତ୍ପରତା ସେତିକି ବଢ଼ିବାରେ ଲାଗିଛି। ରାଜ୍ୟ ମଙ୍ଗୁଆଳଙ୍କ ତତ୍ପରତା ଏବେ ତୃଣମୁଳ ସ୍ତରରେ ଦଳର କର୍ମୀଙ୍କୁ ମଧ୍ୟ ସକ୍ରିୟ କରିବାରେ ଖୋରାକ ଯୋଗାଇଛି। ଦୀର୍ଘ 24 ବର୍ଷ ଧରି ଶାସନ କ୍ଷମତାରୁ ଦୂରରେ ଥିବା ଦଳ କିଭଳି ପୁଣି ଶାସନ କ୍ଷମତାକୁ ଫେରିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ରାଜ୍ୟ କଂଗ୍ରେସ। ଦଳର ଇତିହାସରେ ପ୍ରଥମ ଥର ପାଇଁ ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଜିଲ୍ଲା ସଭାପତି। ଏଥିପାଇଁ ଦଳ ପକ୍ଷରୁ ନିର୍ଦେଶନାମା ଜାରି କରିଛନ୍ତି ପିସିସି ସଭାପତି। ନିର୍ଦ୍ଦେଶ ନାମା ଅନୁଯାୟୀ ଜିଲ୍ଲା ସଭାପତି ମାନେ ସମ୍ଭାବିତ ପ୍ରାର୍ଥୀଙ୍କ ନାଁ ସୁପାରିଶ କରିବେ । ବିଧାନସଭା ପାଇଁ 3 ଜଣଙ୍କ ପ୍ରାର୍ଥୀଙ୍କ ନାଁ ଏବଂ ଲୋକସଭା ପାଇଁ 5ଜଣ ଙ୍କ ନାଁ ଦେବାକୁ ନିର୍ଦେଶ ଦେଇଥିଲା ପିସିସି। 10 ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଜିଲ୍ଲାରୁ ଆସିଥିବା ନାଁ ଗୁଡିକ ଅନୁମୋଦନ ପାଇଁ ଏଆଇସିସିକୁ ପଠାଯିବ । ତା ପରେ ନାଁ ଚୟନ କରାଯିବ। 4 ଥର ସର୍ଭେ ହେବ। ନାଁ ଗୁଡିକ ଆସିବା ପରେ ସମୀକ୍ଷା ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ଅଧିକ ପଢନ୍ତୁ- Ambabhona PS Vandalism Case: ଦୀର୍ଘ ଦିନ ଶାସନ ଯୋଗୁଁ ବିଜେଡିର ଆତ୍ମଗର୍ବ ବଢିଗଲାଣି: PCC ସଭାପତି

ସେପଟେ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ବିଧାୟକ ସୁର ରାଉତରାୟ କହିଛନ୍ତି ମୁଁ 3ଟି ବିଧାୟକ ପ୍ରାର୍ଥୀଙ୍କ ନାଁ ଓ 5 ଜଣ ସାଂସଦ ଙ୍କ ନାଁ ପିସିସି କୁ ଦେଇସାରିଛି। କେତେକ ଜିଲ୍ଲାରେ ଜିଲ୍ଲା ସଭାପତି ମାନେ ତାଲିକା ଦେଇଛନ୍ତି, ଆଉ କିଛି ଜିଲ୍ଲା ସଭାପତି ମାନେ ଦେବେ। ପ୍ରାର୍ଥୀ ଚୟନ ନେଇ ଏଆଇସିସି ନିଷ୍ପତ୍ତି ନେବ। ଯେଉଁମାନେ କଂଗ୍ରେସ କ୍ୟାଡର ହୋଇଥିବେ,ସ୍ବଚ୍ଛ ଭାବମୂର୍ତି ଥିବ, ଜିତିବାର ସମ୍ଭାବନା ଥିବ, ଜନସାଧାରଣ ଙ୍କ ପାଖରେ ଗ୍ରହଣୀୟତା ଥିବ ସେହିଭଳି ପ୍ରାର୍ଥୀ ଟିକେଟ ପାଇବେ।

କଂଗ୍ରେସରେ କନ୍ଦଳ କିଛି ନୂଆ କଥା ନୁହେଁ। ନିକଟ ଅତୀତରେ ଦଳରେ ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ଥିବା ଗୁମର ଖୋଲିଥିଲେ ଚିରଞ୍ଜୀବ ବିଶ୍ବାଳ। ଆଉ ଏ ନିଆଁ ରେ ଘିଅ ଢାଳିବାକୁ ପଛାଇ ନଥିଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଆଉ ଏବେ କଂଗ୍ରେସ ଇତିହାସ ରେ ପ୍ରଥମ ଥର ପାଇଁ ବିଧାୟକ ଓ ସାଂସଦ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ ଜିଲ୍ଲା ସଭାପତି। ତେବେ ଆଶାୟୀ ପ୍ରାର୍ଥୀଙ୍କ ଚୟନ ତାଲିକାରେ କେତେ ସ୍ବଚ୍ଛ ତା ରହିବ, ଏହା କଂଗ୍ରେସକୁ କେତେ ଫାଇଦା ଦେବ ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details