ଓଡିଶା

odisha

ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ କରିପାରିବେ ଛାତ୍ରଛାତ୍ରୀ

By ETV Bharat Odisha Team

Published : Jan 9, 2024, 9:46 AM IST

Updated : Jan 9, 2024, 5:10 PM IST

KALIA Scholarship: ଆଜିଠୁ କାଳିଆ ଛାତ୍ର ବୃତ୍ତି ପାଇଁ ଆବେଦନ ଆରମ୍ଭ । କମନ ସ୍କଲାରର୍ସିପ ପୋର୍ଟାଲକୁ ଯାଇ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

KALIA Scholarship
କାଳିଆ ଛାତ୍ରବୃତ୍ତି

ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର:ଆଜିଠୁ କାଳିଆ ଛାତ୍ର ବୃତ୍ତି ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । କମନ ସ୍କଲାରର୍ସିପ ପୋର୍ଟାଲ (http://scholarship.odisha.gov.in)ରେ ଅନଲାଇନରେ କରିପାରିବେ ଆବେଦନ । ଏହି ପୋର୍ଟାଲ ଜାନୁଆରୀ ୩୧ ପର୍ଯ୍ୟନ୍ତ ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଅନଲାଇନରେ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ ଓ ନ‌ବୀକରଣ ପାଇଁ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲା ରହିବ । ଏହା ଫଳରେ କାଳିଆ ହିତାଧିକାରୀଙ୍କ ପିଲାମାନେ ଉତ୍ତମ ଶିକ୍ଷା ପାଇବା ସ୍ବପ୍ନ ସାକାର ହେବା ସହିତ ସେମାନଙ୍କର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପ୍ରଗତି ଘଟିବ ।

କେବଳ ସରକାରୀ ଶିକ୍ଷାନୁଷ୍ଠାନ ନୁହେଁ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କାଳିଆ ହିତାଧିକାରୀଙ୍କ ପିଲାଙ୍କୁ କାଳିଆ ଛାତ୍ର ବୃତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କାଳିଆ ଛାତ୍ରବୃତ୍ତିକୁ ଉପଯୋଗୀ ଏବଂ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି । ଏହି ଯୋଜନାରେ ୨୦୨୧-୨୨ ଏବଂ ୨୦୨୨-୨୩ ମସିହାରେ ରାଜ୍ୟରେ ୧୮୩୯ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୩.୮୮ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ୮୩୯ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୩.୮୮ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କାଳିଆ ଛାତ୍ରବୃତ୍ତି ସମ୍ପ୍ରସାରଣ; ସଂଶୋଧିତ ମାର୍ଗଦର୍ଶିକା ଜାରି କଲା କୃଷି ବିଭାଗ


ସରକାରୀ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀମାନେ ଦାଖଲ କରିଥିବା କସନ ମନି ବ୍ୟତୀତ ସମସ୍ତ ଫିସ ସଂପୃକ୍ତ ବିଦ୍ୟାର୍ଥୀଙ୍କୁ ପ୍ରଦାନ କରାଯିବ । ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ କୋର୍ସ ଫି ହାରରେ ଛାତ୍ରବୃତ୍ତି ପ୍ରଦାନ କରାଯିବ । ସରକାରୀ ଶିକ୍ଷାନୁଷ୍ଠାନରେ ପିଏଚଡି କରୁଥିବା ବିଦ୍ୟାର୍ଥୀଙ୍କୁ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ପ୍ରକୃତ ଫିସ ଅନୁସାରେ ବୃଦ୍ଧି ପ୍ରଦାନ କରାଯିବ । ଯଦି ବିଦ୍ୟାର୍ଥୀ ପାଠ୍ୟକ୍ରମରେ ଅନ୍ୟ କୌଣସି ସୂତ୍ରରୁ ଫେଲୋସିପ କିମ୍ବା ଆର୍ଥିକ ସହାୟତା ପାଉଥାଆନ୍ତି, ତେବେ ସେହି ରାଶିକୁ କୋର୍ସ ଫିସରୁ ବାଦ ଦିଆଯାଇ ବୃତ୍ତି ପ୍ରଦାନ କରାଯିବ । ଏହି ସମସ୍ତ ରାଶି ବିଦ୍ୟାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ସିଧାସଳଖ ପଠାଯିବ ।

ରାଜ୍ୟ କିମ୍ବା ରାଜ୍ୟ ବାହାରର ପ୍ରିମିୟର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ଦ୍ବାରା ପ୍ରସ୍ତାବିତ ଫିସ୍ କିମ୍ବା ସର୍ବାଧ‌ିକ ଏକ ଲକ୍ଷ ଟଙ୍କା, ଯେଉଁଠି କମ ଥିବ ତାହା କାଳିଆ ଛାତ୍ରବୃତ୍ତି ଭାବରେ ପ୍ରଦାନ କରାଯିବ । ୟୁଜି, ପିଜି, ପିଏଚଡି ଏବଂ ପ୍ରିମିୟର ଶିକ୍ଷାନୁଷ୍ଠାନରେ ହଷ୍ଟେଲର ମେସ ଖର୍ଚ୍ଚ ବାବଦରେ ମାସକୁ ୧୨୦୦ ଟଙ୍କା ଏବଂ ଡିପ୍ଲୋମା, ପଲିଟେକ୍ନିକ, ଆଇଟିଆଇ ବିଦ୍ୟାର୍ଥୀମାନଙ୍କୁ ମାସକୁ ଏକ ହଜାର ଟଙ୍କା ବର୍ଷର ୧୦ ମାସ ପାଇଁ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଦିଆଯିବ । ରାଜ୍ୟରେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ମସିହାରୁ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ସରକାରୀ ଶିକ୍ଷାନୁଷ୍ଠାନରେ ବୃତ୍ତିଗତ / ବୈଷୟିକ ଶିକ୍ଷା ଲାଭ କରୁଥିବା କାଳିଆ ହିତାଧିକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ର ବୃତ୍ତି ପ୍ରଦାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 9, 2024, 5:10 PM IST

ABOUT THE AUTHOR

...view details