ଓଡିଶା

odisha

ETV Bharat / state

ଅନଲାଇନ ହୋଲ୍ଡିଂ ଟିକସ ପୈଠ ଶୁଭାରମ୍ଭ - Online holding Tax Payments Launched

ସ୍ବାୟତ ଶାସନ ଦିବସ ଅବସରରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ଅନଲାଇନ ହୋଇଡିଂ ଟିକସ ପୈଠ ଶୁଭାରମ୍ଭ କରାଯାଇଛି। ଏହାଦ୍ବାରା ସମସ୍ତ ଗୃହ ମାଲିକ ଘରେ ବସି ନିଜର ଟିକସ ଦାଖଲ ସୁବିଧାରେ କରିପାରିବେ।

khurda
ଅନଲାଇନ ହୋଲିଡିଂ ଟିକସ ପୈଠ

By

Published : Aug 31, 2020, 10:25 PM IST

ଖୋର୍ଦ୍ଧା: ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ଅବସରରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ଅନଲାଇନ ହୋଲଡିଂ ଟିକସ ପୈଠ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ପୌର ପ୍ରଶାସକ ତଥା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏହାର ଶୁଭାରମ୍ଭ କରିଛନ୍ତି ।

ଅନଲାଇନ ହୋଲିଡିଂ ଟିକସ ପୈଠ

ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଡି.ଶତପଥୀଙ୍କ ପୌରହିତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଆକ୍ସିସ ବ୍ୟାଙ୍କ ପରିଚାଳକ କେଶବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧାର ୫ ଜଣ ଗୃହ ମାଲିକ ଅନଲାଇନ ଜରିଆରେ ଟିକସ ପୈଠ ଦାଖଲ କରିଛନ୍ତି।

ଏହାସହ ଏଟିଏମ କାର୍ଡ ୱେବ ନଗଦ କ୍ୟାସ ଦେଇ ଡିଜିଟାଲ ରସିଦ ଜିଲ୍ଲାପାଳଙ୍କ ଠାରୁ ନେଇଥିଲେ । ଏହାଦ୍ବାରା ସମସ୍ତ ଗୃହ ମାଲିକ ଘରେ ବସି ନିଜର ଟିକସ ଦାଖଲ ସୁବିଧାରେ କରିପାରିବେ।ଖୋର୍ଦ୍ଧା ବାହାରେ ଥିବା ଗୃହମାଲିକ ମଧ୍ୟ ସେମାନଙ୍କ ଟିକସ ଠିକ୍ ସମୟରେ ଦାଖଲ କରିପାରିବେ। ଶେଷରେ ପୌର ଅଧିକାରୀ ଶ୍ରୀମତୀ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details