ଭୁବନେଶ୍ୱର: CSIR-IMMT ଭୁବନେଶ୍ୱରରେ 'ୱାନ ଉଇକ ୱାନ ଲ୍ୟାବ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୧୧ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଏହି କାର୍ଯ୍ୟକ୍ରମ ବିଶେଷ କରି ଛାତ୍ରଛାତ୍ରୀ ଯେଉଁମାନେ ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଚାହୁଁଛନ୍ତି ଏହା ସେମାନଙ୍କୁ ସାହାଯ୍ୟ କରିବା ସହିତ ଶିଳ୍ପ ସହଭାଗୀତା, ସାମାଜିକ ସମସ୍ୟାର ସମାଧାନ ପ୍ରଦାନ କରିବାରେ ସାହାଯ୍ୟ କରିବ । ଏହାସହ ଖଣିଜ ପଦାର୍ଥ, ସାମଗ୍ରୀ ଏବଂ ପରିବେଶ ସ୍ଥିରତା ଏବଂ ଉପଲବ୍ଧ ସେବା କ୍ଷେତ୍ର ଥିବା ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ଶିଶୁ ଦିବସରୁ ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ଏଥର ମୁଖ୍ୟ ପ୍ରସଙ୍ଗ ‘ଶିକ୍ଷା ପାଇଁ ପୋଷଣ’
କେନ୍ଦ୍ର ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ୧୭ ଏପ୍ରିଲ ୨୦୨୩ ସୋମବାର ‘ୱାନ୍ ଉଇକ୍ ୱାନ୍ ଲ୍ୟାବ୍’ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଏହି ଅଭିଯାନ ଦେଶରେ ଅବସ୍ଥିତ ୩୭ଟି CSIR ଲ୍ୟାବକୁ ଏହାର ହିତାଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟର ପ୍ରଦର୍ଶନ ତଥା ଲାଭ ସମ୍ବନ୍ଧରେ ଜଣାଇବାକୁ ଅନୁମତି ଦେବ । ତେବେ ଏହା କାଉନ୍ସିଲ୍ ଅଫ୍ ସାଇଣ୍ଟ୍ଫିକ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆଇଆର୍)ର ଏକ ଥିମ୍ ଆଧାରିତ ଅଭିଯାନ । ଏହା ଯୁବ ଉଦ୍ଭାବକ, ଛାତ୍ରଛାତ୍ରୀ, ଷ୍ଟାର୍ଟ ଅପ୍, ଏକାଡେମିଆ ଏବଂ ଶିଳ୍ପ ମାଧ୍ୟମରେ ଗଭୀର ଭାବରେ ସୁଯୋଗ ଖୋଜିବା ପାଇଁ ଆୟାଯିତ ହୋଇଛି । CSIRରେ ଜେନମ୍ଠାରୁ ଭୂବିଜ୍ଞାନ, ଖାଦ୍ୟଠାରୁ ଇନ୍ଧନ ପର୍ଯ୍ୟନ୍ତ, ଖଣିଜ ପଦାର୍ଥଠାରୁ ଦ୍ରବ୍ୟ ପର୍ଯ୍ୟନ୍ତ, ପରୀକ୍ଷଣ କେନ୍ଦ୍ରଠାରୁ ସ୍ଥଳ ଏବଂ ଆକାଶ ପର୍ଯ୍ୟନ୍ତ ଓ ଅନାନ୍ୟ ସ୍ୱତନ୍ତ୍ର ବିଷୟରେ ଅବଗତ କରାଯାଉଛି ।