ଓଡିଶା

odisha

ETV Bharat / state

ମାଙ୍କଡା ଖଣିରୁ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ପାୱାରଟିଲର ଜବତ

କୋରୋନା ପାଇଁ ସରକାର ଲକଡାଉନ ସଟଡାଉନ ଜାରି କରିଥିବାବେଳେ ଏହାର ଭରପୁର ପାଇଦା ଉଠାଉଛନ୍ତି ପଥର ମାଫିଆ । ତେବେ ଖୋର୍ଦ୍ଧା ପୁବୁସାହି ମୌଜାରୁ ପଥର ଉତ୍ତୋଳନ କରାଯାଉଥିବା ଖବରପାଇ ଖଣିରେ ଚଢ଼ାଉ କରି ଗୋଟିଏ ଟ୍ରାକ୍ଟର ଏବଂ ଦୁଇଟି ପାୱାର ଟିଲର ଜବତ କରିଛି ରାଜସ୍ବ ବିଭାଗ । ଅଧିକ ପଢନ୍ତୁ...

By

Published : Jun 10, 2021, 10:08 AM IST

ମାଙ୍କଡା ଖଣିରୁ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ପାୱାରଟିଲର ଜବତ
ମାଙ୍କଡା ଖଣିରୁ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ପାୱାରଟିଲର ଜବତ

ଖୋର୍ଦ୍ଧା: କୋରୋନା ପାଇଁ ସରକାର ଲକଡାଉନ ସଟଡାଉନ ଜାରି କରିଥିବାବେଳେ ଏହାର ଭରପୁର ଫାଇଦା ଉଠାଉଛନ୍ତି ପଥର ମାଫିଆ । ପ୍ରଶାସନ ତରଫରୁ କେବଳ ଧର୍ମକୁ ଆଖିଠାର ସଦୃଶ ପଥର ମାଫିଆଙ୍କଠାରୁ କେବଳ ଜୋରିମାନା ଆଦାୟ କରୁଥିବା ନଜରକୁ ଆସୁଛି । କିନ୍ତୁ ପୁବୁସାହି ଏବଂ ତରତୁଆ ପ୍ରଭୃତି ଅଞ୍ଚଳରୁ ମାଫିଆମାନେ ବେଫିକର ଭାବେ ପଥର ଚାଲାଣ କରିବାରେ ଲାଗିଛନ୍ତି ।

ସେହିଭଳି ପୁବୁସାହି ମୌଜାରୁ ପଥର ଉତ୍ତୋଳନ କରାଯାଉଥିବା ବିଶ୍ୱସ୍ତସୂତ୍ରରୁ ରାଜସ୍ୱ ବିଭାଗ ଖବର ପାଇ ଖଣିରେ ଚଢ଼ାଉ କରି ଗୋଟିଏ ଟ୍ରାକ୍ଟର ଏବଂ ଦୁଇଟି ପାୱାର ଟିଲର ଜବତ କରିଛି । ମାତ୍ର ପାୱାର ଟିଲର କୃଷିକାର୍ଯ୍ୟ ନିମନ୍ତେ ଉଦ୍ଦିଷ୍ଟ ଥିବାବେଳେ ପଥର ଉତ୍ତୋଳନ କରିବା ପାଇଁ କିପରି ବ୍ୟବହାର କରାଯାଉଛି, ତାର ତଦନ୍ତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details