ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୱାନ ନେସନ ୱାନ ଇଲେକ୍ସନ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ୱାନ ନେସନ ୱାନ ଇଲେକ୍ସନ କମିଟି ମୁଖ୍ୟ ରାମନାଥ କୋବିନ୍ଦ । ଆସନ୍ତା ୨୩ ତାରିଖରେ ପ୍ରଥମ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି । ଏପଟେ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଆଜି ଏକ ଘରୋଇ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ୱାନ ନେସନ ୱାନ ଇଲେକ୍ସନକୁ ନେଇ ଏବେ ଦେଶରେ ରାଜନୈତିକ ବାତାବରଣ ସରଗରମ ରହିଛି । ତେବେ ୱାନ ନେସନ ୱାନ ଇଲେକ୍ସନ ନେଇ କେନ୍ଦ୍ର ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ନାଁ ରହିଥିବାବେଳେ ସେ ଏଥିରୁ ନିଜକୁ ଅଲଗା କରିନେଇଛନ୍ତି । ଏବେ ଦେଖିବାର କଥା, ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଭିନ୍ନ ଭିନ୍ନ ରାଜନୈତିକ ଦଳ କିପରି ସହମତି ପ୍ରଦାନ କରୁଛନ୍ତି ।
ଏହା ବି ପଢନ୍ତୁ- One nation, One Election: 8ଜଣିଆ କମିଟିରେ ଶାହ, ଆଜାଦ ଓ ଅଧୀର