ଓଡିଶା

odisha

ETV Bharat / state

ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ସପ୍ତାହରେ 3 ମାମଲା - ଓଡିଶାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା

Odisha Corona Update: ଓଡିଶାରେ କାୟା ମେଲାଉଛି କୋରୋନା ଭାଇରସ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Odisha Corona Update
Odisha Corona Update

By ETV Bharat Odisha Team

Published : Dec 26, 2023, 11:09 AM IST

ଭୁବନେଶ୍ବର:ରାଜ୍ୟରେ ଡରାଇଲାଣି କୋଭିଡ ସଂକ୍ରମଣ । ଗତ 24 ଘଣ୍ଟାରେ ଓଡ଼ିଶାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 3ରେ ପହଞ୍ଚିଛି । ବିଶେଷ କଥା ହେଉଛି ଦେରେ ସଂକ୍ରମଣ ହାର ବୃଦ୍ଧି ଏକ ପ୍ରକାର ଚିନ୍ତାର ବିଷୟ ସାଜିଥିବା ବେଳେ ଏବଂ ରାଜ୍ୟରେ କେରୋନା ସଂକ୍ରମଣ ବୃଦ୍ଧି ଏକ ପ୍ରକାର ଭୟ ସୃଷ୍ଟି କରିଛି। ସପ୍ତାହ ମଧ୍ୟରେ ରାଜ୍ୟରେ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଦୀର୍ଘ ଦିନର ବିରତି ପରେ ଏବେ ଓଡ଼ିଶାକୁ ଫେରିଛି କୋରୋନା । ଦେଶ ପରେ ରାଜ୍ୟରେ କେରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏନେଇ ଭୟଭୀତ ହେବାର କୌଣସି ଆବଶ୍ୟତା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆତଙ୍କିତ ହେବାର ଆବଶ୍ୟକତା ନାହିଁ, ଲକ୍ଷଣ ମଧ୍ୟ ଦେଖାଯାଉନାହିଁ । ସମସ୍ତେ ଘରେ ଚିକିତ୍ସିତ ହେଉଥିବା ବେଳେ ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି । ସେମାନଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିଛି । ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ପ୍ରଥମ ଥର ଡିସେମ୍ବର 23 ତାରିଖରେ ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ଗତକାଲି(ସେମବାର) ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଆଜି ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 3ରେ ପହଞ୍ଚିଛି । ତେବେ ବର୍ତ୍ତମାନ ସୁଦ୍ଧା ଜେଏନ୍‌ 1 ଭାରିଆଣ୍ଟକୁ ନେଇ କୌଣସି ସୂଚନା ନଥିବା ବେଳେ ରିପୋର୍ଟ ଆସିବା ପରେ ତଥ୍ୟ ସାମ୍ନାକୁ ଆସିପାରିବ ।

ଏହା ମଧ୍ୟ ପଢନ୍ତୁ: ଓଡିଶାକୁ ଫେରିଲା କୋରୋନା: ଜଣେ ପଜିଟିଭ, ଜେଏନ 1 ଭାରିଆଣ୍ଟର ଭୟ ନାହିଁ

ଏପଟେ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଛି କୋଭିଡ଼ ଜେଏନ 1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । ତେବେ ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନାଚୁରାଲ । କେରଳ ଓ କର୍ଣ୍ଣାଟକରେ ପଜିଟିଭ ସଂଖ୍ୟା ବୃଦ୍ଧି ପରେ କେନ୍ଦ୍ର ଗାଇଡଲାଇନ୍‌ ଜାରି କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରାଯାଇଛି । ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ ।

ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅପିଲ୍‌ କରି କୁହାଯାଇଛି, "ଏବେ ବି ସର୍ଭେଲାନ୍ସ ଜାରି ରହିଛି । ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା, ସେପରି କରାଯିବ । ତଥାପି ସର୍ଭେଲାନ୍ସ ଜାରି ରହିଛି। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି। ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ଲକ୍ଷଣ ରହୁଛି, ସେମାନେ ଆସି ଟେଷ୍ଟ କରନ୍ତୁ । ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ୱାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । କୌଣସି ଲକ୍ଷଣ ଥିଲେ ପିକ୍‌ନିକ୍‌ କରିବାକୁ ଯାଆନ୍ତୁ ନାହିଁ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details