ଓଡିଶା

odisha

ଫୋକସରେ ଚାଷୀଙ୍କ ଆୟ ଦ୍ୱିଗୁଣିତ, 3 ବର୍ଷରେ ଚିହ୍ନଟ ହେବେ 1 ଲକ୍ଷ ଚାଷୀ

By

Published : Apr 18, 2023, 9:40 PM IST

କୃଷି ଭବନରେ ଆଜି ଆୟୋଜିତ ବୈଠକରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ୨୦୨୩-୨୪ ବର୍ଷର କାର୍ଯ୍ୟ ଖସଡ଼ାର ମନ୍ତ୍ରୀ ସମୀକ୍ଷା କରିଛନ୍ତି । କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମନ୍ୱିତ କୃଷି, ମିଲେଟ ମିଶନ, ଫସଲର ବିବିଧିକରଣ ସମେତ ମତ୍ସ୍ୟ ଓ ପ୍ରାଣୀପାଳନ ମାଧ୍ୟମରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିହେବ । ଅଧିକ ପଢନ୍ତୁ

ଏପ୍ରିଲ ୩୦ ସୁଦ୍ଧା ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ
ଏପ୍ରିଲ ୩୦ ସୁଦ୍ଧା ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ

ଭୁବନେଶ୍ବର: ୫ଟି ଉପକ୍ରମରେ ୩ ବର୍ଷ ମଧ୍ୟରେ ରାଜ୍ୟର ଏକ ଲକ୍ଷ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ଚାଷୀ ଚିହ୍ନଟ ପ୍ରକ୍ରିୟା ଶେଷ ହେବ (3 ବର୍ଷ ପୂର୍ବରୁ ଚିହ୍ନଟ ଆରମ୍ଭ ହୋଇଯାଇଛି ) । ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିତାଧିକାରୀ ଚୟନ କ୍ଷେତ୍ରରେ ସମ୍ବେଦନଶୀଳ କୃଷକ ପରିବାର ଓ ମହିଳା କୃଷକଙ୍କୁ ଅଗ୍ରାଧିକାର ପ୍ରଦାନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୃଷି ଭବନରେ ଆଜି ଆୟୋଜିତ ବୈଠକରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ୨୦୨୩-୨୪ ବର୍ଷର କାର୍ଯ୍ୟ ଖସଡ଼ାର ମନ୍ତ୍ରୀ ସମୀକ୍ଷା କରିଛନ୍ତି । କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମନ୍ୱିତ କୃଷି, ମିଲେଟ ମିଶନ, ଫସଲର ବିବିଧିକରଣ ସମେତ ମତ୍ସ୍ୟ ଓ ପ୍ରାଣୀପାଳନ ମାଧ୍ୟମରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିହେବ । ଏଥି ସହିତ କୃଷକଙ୍କ ଆୟବୃଦ୍ଧି କରିବା ଦିଗରେ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ଏକ ଉପଯୋଗୀ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟସ୍ତରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଂପୃକ୍ତ ନିର୍ଦ୍ଦେଶକମାନଙ୍କୁ ନେଇ ପ୍ରତି ମାସରେ ସମନ୍ୱୟ ବୈଠକ କରିବେ । କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- Mahanadi Dispute: ଟ୍ରିବ୍ୟୁନାଲର ଆଜିଠୁ କ୍ଷେତ୍ର ପରିଦର୍ଶନ, ଓଡିଶା ଟିମ ସାମିଲ

ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସମନ୍ୱୟ ବୈଠକ କରିବା ସହିତ ପ୍ରତ୍ୟେକ ବ୍ଲକରେ ଦୁଇ ଜଣ ମାଷ୍ଟର ଟ୍ରେନର ବ୍ୟବସ୍ଥା କରିବାକୁ ମନ୍ତ୍ରୀ କହିଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟସ୍ତରୀୟ କମିଟି ସମତେ ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ଗଠନ କରାଯାଇଛି । ହିତାଧିକାରୀ ଚୟନ ସମୟରେ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୩୦ଟି ଜିଲ୍ଲାର ସମସ୍ତ ୩୧୪ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି । ହିତାଧିକାରୀଙ୍କ ତାଲିକା ଓ ଆନୁଷଙ୍ଗିକ ତଥ୍ୟ ବିଭାଗୀୟ ୱେବେସାଇଟରେ ମେ ୧୫ ତାରିଖ ସୁଦ୍ଧା ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଭିସି ଜରିଆରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା, ସିଡିଭିଓ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details