ଖୋର୍ଦ୍ଧା: ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ହଳଦିଆ ରାସ୍ତାର ମୁକ୍ତାପୁର ଛକରେ ସଡ଼କ ଦୁର୍ଘଟଣା । ଏଥିରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୁକ୍ତାପୁର ଛକରେ ନିର୍ମାଣଧିନ କଲଭର୍ଟରେ ଖସିପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ଘଟଛି । ମୃତକ ଜଣକ ହେଉଛନ୍ତି କୂଆପୁଟ ଗ୍ରାମକ କୁଳମଣି ନିଶଙ୍କ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:Hockey World Cup: ଅସହ୍ୟ ଶୀତକୁ ଖାତିର ନକରି କେନ୍ଦ୍ରାପଡ଼ାରେ ହକି ବିଶ୍ୱକପ ଟ୍ରଫିକୁ ସ୍ବାଗତ
ସୂଚନା ଅନୁଯାୟୀ, ହଳଦିଆ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ କଲଭର୍ଟ ତିଆରି ପାଇଁ ଠିକାଦାର ରାସ୍ତାକୁ ଖୋଳି ପକାଇଛନ୍ତି । ଯାହା ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗ ଓ ଠିକାଦାର ଏହାକୁ କର୍ଣ୍ଣପାତ କରୁନଥିବା ବେଳେ ଏଠାରେ ଜଣେ ବାଇକ ଆରୋହୀର ମୃତ୍ୟୁ ହୋଇଛି । କୂଆପୁଟ ଗ୍ରାମର କୁଳମଣି ନିଶଙ୍କ ଖୋର୍ଦ୍ଧାରୁ କାମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ମୁକ୍ତାପୁର ଛକରେ ନିର୍ମାଣ ଚାଲିଥିବା କଲଭର୍ଟରେ ଖସିପଡି ଜୀବନ ହରାଇଛନ୍ତି । ରାସ୍ତା କାମ ଓ କଲଭର୍ଟ କାମ ଚାଲୁଥିଲେ ମଧ୍ୟ ବିଭାଗ କିମ୍ବା ଠିକାଦାରଙ୍କ ପକ୍ଷରୁ କୌଣସି ସଚେତନତା ମୂଳକ ପଦକ୍ଷେପ ନିଆଯାଇନଥିବା କାରଣରୁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।