ଭୁବନେଶ୍ବର:ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଏକକ ପରିଚୟ ପତ୍ର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ୍ ପିଲାଙ୍କ ପାଇଁ 'ଗୋଟିଏ ଦେଶ, ଗୋଟିଏ ପରିଚୟ' ପତ୍ର ଅଣାଯିବାକୁ ଯୋଜନା କରାଯାଉଛି । ଏହି ଆଇଡି କାର୍ଡରେ ୧୨ ଅଙ୍କ ବିଶିଷ୍ଟ ଏକ ନମ୍ବର ରହିବ । ଯାହା ପ୍ରି-ପ୍ରାଇମେରୀଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ । ଏହାକୁ ଅଭିଭାବକ ମହଲରେ ସ୍ବାଗତ କରାଯାଇଛି ।
ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ୍ ନମ୍ବର ମିଳିବ। ୨୦୨୦ ଶିକ୍ଷାନୀତି ଅନୁଯାୟୀ, ସମସ୍ତ ସ୍କୁଲ୍ ପିଲାଙ୍କ ପାଇଁ 'ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର'( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି । ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରଖାଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତାର ବିସ୍ତୃତ ତଥ୍ୟ ରଖାଯିବ । ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ଭାବେ APAAR ଛାତ୍ରଛାତ୍ରୀଙ୍କ ଆଇଡି ନମ୍ବର ହେବ ।
ଏହା ବି ପଢନ୍ତୁ...One Nation One Election: ୨୩ରେ ବସିବ ପ୍ରଥମ ବୈଠକ, ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ସୂଚନା