ଓଡିଶା

odisha

Gold Seized: ଅଢେଇ କେଜି ସୁନା ବିସ୍କୁଟ ଜବତ, ସ୍ମଗଲର ଗିରଫ

ରାଜଧାନୀ ଭୁବନେଶ୍ବରକୁ ଅବାଧରେ ଆସୁଛି ଚୋରା ସୁନା । ଅଢେଇ କେଜି ସୁନା ବିସ୍କୁଟ ଜବତ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 8, 2023, 7:47 AM IST

Published : Sep 8, 2023, 7:47 AM IST

ଅଢେଇ କେଜି ସୁନା ବିସ୍କୁଟ ଜବତ
gold biscuits seized

ଭୁବନେଶ୍ବର: ବେଆଇନ ସୁନା ଚାଲାଣ କାରବାରରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ବଡ ସଫଳତା ମିଳିଛି । ରାଜଧାନୀ ଭୁବନେଶ୍ବରକୁ ଅବାଧରେ ଆସୁଥିବା ଚୋରା ସୁନା କାରବାରକୁ ପଣ୍ଡ କରିଛି ଡିଆରଆଇ । ଭୁବନେଶ୍ବରରୁ ଜଣେ ସ୍ମଗଲରଙ୍କୁ ଗିରଫ କରିବା ସହ ତାଠାରୁ 2 କିଲୋ 465 ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି । ମୋଟ 19ଟି ସୁନା ବିସ୍କୁଟ ଜବତ ହୋଇଛି । ପ୍ରତି ବିସ୍କୁଟର ଓଜନ 116 ଗ୍ରାମ ରହିଛି । ଗିରଫ ସ୍ମଗଲରକୁ ରିମାଣ୍ଡରେ ନେବ ଡିଆରଆଇ । ଜବତ ସୁନାରର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଜବତ ସୁନା ବିସ୍କୁଟରେ ବିଦେଶୀ ଲୋଗୋ ଥିବାରୁ ଏହା ପଛରେ ଏକ ବଡ ରାକେଟ ଥିବା ଅନୁମାନ କରାଯାଉଛି । ଡିଆରଆଇ ଏହାର ଖୋଳତାଡ ଆରମ୍ଭ କରିଛି । ଗିରଫ ସ୍ମଗଲରକୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି । କିଛି ଦିନ ତଳେ ଭୁବନେଶ୍ବରକୁ ଚୋରା ସୁନା ଆସୁଥିବା ସୂଚନା ଡିଆରଆଇକୁ ମିଳିଥିବା । ସୂଚନା ଆଧାରରେ ବିଭାଗର ଏକ ସ୍ବତନ୍ତ୍ର ଟିମ ଦୁଇ ତିନି ତଳେ ରାଜଧାନୀର କେତେକ ସ୍ଥାନରେ ଚଢାଇ କରିଥିଲା । ଗତକାଲି ଚଢାଉ କରି 2 କେଜି 465 ଗ୍ରାମର ସୁନା ବିସ୍କୁଟ ଜବତ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଗିରଫ ସ୍ମଗଲର ଜଣକ ଅନ୍ୟମାନଙ୍କ ଜରିଆରେ ବିଦେଶରୁ ସୁନା ଚୋରାରେ ଚାଲାଣ କରୁଥିବା ସୂଚନା ମିଳିଛି । ବିଦେଶରୁ ରାଜ୍ୟରୁ ଏହି ଚୋରା କାରବାର ରାକେଟ ଲମ୍ବିଥିବା କୁହାଯାଉଛି ।

ଏହା ବି ପଢନ୍ତୁ...ପଡୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ, ସୋନପୁରରୁ 41 ଲକ୍ଷର ଜାଲ ନୋଟ ଜବତ କଲା STF

ଏହା ବି ପଢନ୍ତୁ...ବସରେ ଖୁଲମଖୁଲା ସୁନା ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ

କଷ୍ଟମ ଆକ୍ଟ ୧୯୬୨ ଆଧାରରେ ଏହି ସୁନା ସମଗଲିଙ୍ଗ ଘଟଣାରେ କାର୍ଯ୍ୟନୁଷ୍ଠାନ କରିଛି ଡିଆରଆଇ। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଏହି ସୁନା ଜବତ ହୋଇଥିବା ବେଳେ କିଏ ଓ କାହିଁକି ଏହି ଚାଲାଣ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ ବା ଏଯାଏ ଡିଆରଆଇ ଏନେଇ କୌଣସି ସୂଚନା ଦେଇନାହିଁ। ଅଧିକ ଜେରା ଚାଲିଛି । ଆଗକୁ ଅଧିକ ସୂଚନା ଦେବ ବୋଲି ଉଲ୍ଲେଖ୍ୟ କରିଛନ୍ତି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ସୁନା ସ୍ମଗଲିଙ୍ଗ କାରବାରରେ ଆଉ କିଏ କିଏ ସଂମ୍ପୂକ୍ତ ଅଛନ୍ତି ତାର ଖୋଳତାଡ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details