ଖୋର୍ଦ୍ଧା: ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ । ବୋଲଗଡ ଥାନା ପୋଲିସ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଗିରଫ ଜଣଙ୍କ ହେଉଛନ୍ତି କେରଙ୍ଗ ଗ୍ରାମର ସେଖ୍ ଅନୱର ।
ସୂଚନା ଅନୁଯାୟୀ, 57ନଂ ଜାତୀୟ ରାଜପଥ କାର୍ଯ୍ୟ କରୁଥିବା ଏଆରଏସଏସ କମ୍ପାନୀର ରାଜସୁନାଖଳା ନିକଟରେ ଥିବା କ୍ୟାମ୍ପର ମ୍ୟାନେଜର ସଂଜୟ କୁମାର ସାମନ୍ତରାଙ୍କୁ ଦୁଇଦିନ ପୂର୍ବେ ସେଖ୍ ଅନୱରଙ୍କ ସହିତ ଅନ୍ୟଜଣେ ଯାଇ ଧମକ ଚମକ ଦେବା ସହ ମାଡମାରି ଦାଦାବଟି ମାଗିଥିଲେ । ଏନେଇ ମ୍ୟାନେଜର ସଂଜୟ କୁମାର ସାମନ୍ତରାୟ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।