ଓଡିଶା

odisha

ETV Bharat / state

ବିଶ୍ୱ ପାଣିପାଗ ଦିବସ: ସାଧାରଣ ଜନତାଙ୍କ ପାଇଁ ଖୋଲିଲା ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର - open

ଆଜି ହେଉଛି ବିଶ୍ୱ ପାଣିପାଗ ଦିବସ । ଏହି ଅବସରରେ ଦିନକ ପାଇଁ ଖୋଲିଲା ଭୁବନେଶ୍ବର ପାଣିପାଗ ବିଭାଗ କେନ୍ଦ୍ର । ଏ ବର୍ଷର ସ୍ଲୋଗାନ ରହିଛି ସୂର୍ଯ୍ୟ, ପୃଥିବୀ ଓ ପାଣିପାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 23, 2019, 6:35 PM IST

ଭୁବନେଶ୍ବର: ବିଶ୍ୱ ପାଣିପାଗ ଦିବସରେ ସମସ୍ତଙ୍କ ପାଇଁ ଖୋଲିଲା ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମାର୍ଚ୍ଚ 23କୁ ଭୁବନେଶ୍ୱର ପାଣିପାଗ ବିଭାଗରୁ ଏକ ନୂଆ ସ୍ଲୋଗାନରେ ପାଳନ ହୋଇଛି ୱାଲ୍ଡ ମେଟ୍ରୋ ଲୋଜିକାଲ ଡେ । ଏ ବର୍ଷର ସ୍ଲୋଗାନ ରହିଛି ସୂର୍ଯ୍ୟ, ପୃଥିବୀ ଓ ପାଣିପାଗ । ପାଣିପାଗ ବିଭାଗ ବୁଲି ଦେଖିବାକୁ ଛାତ୍ରଛାତ୍ରୀଙ୍କଛୁଟୁଛି ସୁଅ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିଭଳି ସୂର୍ଯ୍ୟ ପାଣିପାଗକୁ ନିୟନ୍ତ୍ରଣ କରୁଛି ତା ବିଷୟରେ ଲୋକଙ୍କ ଅବଗତ କରାଇଥିଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଜି ହିଁ ଗୋଟିଏ ଦିନ, ଯେଉଁ ଦିନରେ ଭୁବନେଶ୍ୱର ପାଣିପାଗ ବିଭାଗ ନିଜର ସମସ୍ତ ଯନ୍ତ୍ରସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶିତ କରିଥାଏ ।

ରେନ୍ ଗଜ, ଜଳବାୟୁ ମାପୁ ଥିବା ଥରମୋମିଟର, ସିସମୋମିଟର, ଜିପିଏସ ଯନ୍ତ୍ର, ଥେଡୋ ଲାଇଟ ଭଳି ପାଣିପାଗକୁ ମାପୁ ଥିବା ଯନ୍ତ୍ର ସବୁ ପ୍ରଦର୍ଶନ କରାଯାଇଥିଲା । ଏଠାରେ ସୂଚନାଥାଉ ଯେ 1950 ମସିହାରୁ 23 ମାର୍ଚ୍ଚକୁ ବିଶ୍ୱ ପାଣିପାଗ ଦିବସ ରୂପେ ସାରା ବିଶ୍ୱରେ ପାଳନ କରାଯାଏ ।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details