ଭୁବନେଶ୍ବର: ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଗାଁଠୁ ସହର ଉତ୍ସବ ମୁଖର । ଘରେ ଘରେ ଜମୁଛି ପିଠାପଣାର ଆସର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।
ଓଡିଆ ନବବର୍ଷ: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସମସ୍ତଙ୍କ ସ୍ବପ୍ନ ସାକାର ହେବା ସହ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଫଟୋ ସୌଜନ୍ୟ: ସୋସିଆଲମିଡିଆ/ ଟ୍ବିଟର @narendramodi
ଏହାସହ ରାଜ୍ୟପାଳ ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ । ଓଡିଆ ନବ ବର୍ଷର ପ୍ରଥମଦିନ ହୋଇଥିବାରୁ ପ୍ରତ୍ୟେକ ଓଡିଆ ଘରେ ତଥା ଦେବାଦେବୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ପିଠାପଣାର ଆୟୋଜନ ହୋଇଥାଏ ।
Last Updated : Apr 14, 2019, 11:37 AM IST