ଓଡିଶା

odisha

ETV Bharat / state

ପରଦାରେ ରାଉଡି ରାଜା, ନିର୍ଦ୍ଦେଶକ କହିଲେ ଦର୍ଶକଙ୍କ ମନ କିଣିବ ଫିଲ୍ମ - ଓଡିଆ ନୂଆ ସିନେମା ରାଉଡି ରାଜା

କଳ୍ପନା ଫିଲ୍ମ ବ୍ୟାନରରେ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ରାଉଡି ରାଜା’ ଓଡ଼ିଶାର ୧୫ଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

ଓଡ଼ିଆ ଚଳଚ୍ଚିତ୍ର ‘ରାଉଡି ରାଜା’  ରିଲିଜ
ଓଡ଼ିଆ ଚଳଚ୍ଚିତ୍ର ‘ରାଉଡି ରାଜା’ ରିଲିଜ

By ETV Bharat Odisha Team

Published : Oct 15, 2023, 9:12 PM IST

ଓଡ଼ିଆ ଚଳଚ୍ଚିତ୍ର ‘ରାଉଡି ରାଜା’ ରିଲିଜ

ଖୋର୍ଦ୍ଧା: ବଡ ପରଦାରେ ପାଦ ଥାପିଲା ଓଡିଆ ନୂଆ ଚଳଚ୍ଚିତ୍ର ‘ରାଉଡି ରାଜା’ । କଳ୍ପନା ଫିଲ୍ମ ବ୍ୟାନରରେ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର "ରାଉଡି ରାଜା" ଓଡ଼ିଶାର ୧୫ଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିଛି । ଖୋର୍ଦ୍ଧା ନିକଟ ଡିଏନ୍ ରେଗାଲିଆ ଆଇନକ୍ସରେ ଆଜି ଏହି ଫିଲ୍ମର ପ୍ରିମିଅର ଶୋ ହୋଇଥିଲା । ଏହି ଅବସରରେ ଓଲିଉଡ଼ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ପ୍ରଣୟ ଜେଠୀ, ଗଙ୍ଗାଧର ରେଡ୍ଡୀ, ଟୁଟୁ ନାୟକ, ରମେଶ ବାରିକ ଏବଂ ଅଭିନେତା ବବି ମିଶ୍ର, ସୋହମ ସିଂହ, ଅଭିଷେକ ଗିରି, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟିକୁ ଦେଖିଥିଲେ । ଲଭ, ରୋମାନ୍ସ , ଆକ୍ସନରେ ଓ କମେଡିରେ ଭରପୁର ଏକ ଓଡ଼ିଆ ଘରର ମୌଳକ ପାରିବାରିକ କାହାଣୀକୁ ନେଇ ନିର୍ମାଣ ହୋଇଛି ‘ରାଉଡି ରାଜା’ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଏହି ନୂଆ ଓଡିଆ ଫିଲ୍ମ ‘ରାଉଡି ରାଜା’ର ପ୍ରଯୋଜନା କରିଛନ୍ତି କଳ୍ପନା ସିଂହ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ସୋହମ ସିଂହ ଏବଂ ତାଙ୍କ ବିପକ୍ଷରେ ଅଛନ୍ତି ଚୁଲବୁଲି ନାୟିକା ଶ୍ରଦ୍ଧା ପାଣିଗ୍ରାହୀ । ତାଙ୍କ ସହିତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ପପି ସନ୍ତୁକା, ସସ୍ମିତା ପ୍ରଧାନ, ଅକ୍ଷୟ ବସ୍ତିଆ, ଅଭିଷେକ, ଦିବ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କାହାଣୀ କଳ୍ପନା ସିଂହଙ୍କର ହୋଇଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ । ଏହାସହ ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ । ଚିତ୍ରତ୍ତୋଳନ କରିଛନ୍ତି ସୌମ୍ୟ । ଚଳଚ୍ଚିତ୍ରର ଗୀତ ଗୁଡିକ ବେଶ ମନଛୁଆଁ ବୋଲି ନାୟକ ସୋହମ ସିଂହ କହିଛନ୍ତି । ତେବେ ପୂଜା ପୂର୍ବରୁ ରାଉଡି ରାଜା ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଦର୍ଶକ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Singham Again: ସାମ୍ନାକୁ ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍, ପୋଲିସ ଭୂମିକାରେ ଆସିଲେ ନଜର


ଅଭିନେତା ବବି ମିଶ୍ର କହିଛନ୍ତି, ‘‘ଏହି ଫିଲ୍ମଟି ନିଶ୍ଚିନ୍ତ ଲୋକଙ୍କ ମନକୁ ଛୁଇଁବ । ଏହି ଫିଲ୍ମରେ ପାଇଁ ସବୁ କଳାକାର ନିଜର ଶତପ୍ରତିଶତ ଦେଇଛନ୍ତି । ଫିଲ୍ମରେ ରୋମାନ୍ସ, ଆକ୍ସନ ଓ କମେଡିର ଏକ ଭଲ କମ୍ବିନେସନ ରହିଛି । ଏହା ଏକ ପାରିବାରିକ ନିଚ୍ଛକ କାହାଣୀ । ଏହାକୁ ଦେଖିବାକୁ ଆସନ୍ତୁ ନିଶ୍ଚିତ ଏହି କାହାଣୀଟି ଆପଣଙ୍କୁ ଭଲ ଲାଗିବ । ’’


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details