ଓଡିଶା

odisha

ETV Bharat / state

Ollywood Controversy: ଘନଉଛି ଓଲିଉଡ କଳି, ପୁଣି ଅରିନ୍ଦମଙ୍କୁ ମନୋଜଙ୍କ ଟାର୍ଗେଟ - ଅରିନ୍ଦମ ମନୋଜ ମିଶ୍ର ଓଡିଆ ସିନେମା କଳି

ବଢ଼ିବାରେ ଲାଗିଛି କଳାକାର କଳି । ସୋସିଆଲ ମଡିଆରେ ପୋଷ୍ଟ କରି ଅରିନ୍ଦମଙ୍କୁ ଚାର୍ଗେଟ କରିଛନ୍ତି ମନୋଜ ମିଶ୍ର । ଅଧିକ ପଢ଼ନ୍ତୁ

Ollywood conflict
Ollywood conflict

By ETV Bharat Odisha Team

Published : Nov 1, 2023, 10:58 PM IST

ଭୁବନେଶ୍ବର: ବଢ଼ିବାରେ ଲାଗିଛି କଳାକାର କଳି । ବିବାଦ କମିବା ବଦଳରେ ଆହୁରି ତେଜୁଛି । ପରସ୍ପର ମଧ୍ୟରେ ଚାଲିଛି ଦୋଷ ଲଦାଲଦି । ଆରୋପ ପ୍ରତ୍ୟାରୋପ ମଧ୍ୟରେ ଜଣେ ପରେ ଜଣେ ସୋସିଆଲ ମଡିଆରେ ପୋଷ୍ଟ କରି ନିଜ ମତ ରଖୁଛନ୍ତି । ଏହାରି ମଧ୍ୟରେ ପୁଣିଥରେ ଅରିନ୍ଦମଙ୍କୁ ଚାର୍ଗେଟ କରିଛନ୍ତି ମନୋଜ ମିଶ୍ର । ନିଜର ସୋସିଆଲ ମିଡ଼ିଆ ପେଜ୍‌ରେ ପ୍ରତିକ୍ରିୟା ଲେଖି ପୋଷ୍ଟ କରିଛନ୍ତି ମନୋଜ ।

ଏନେଇ ମନୋଜ ସୋସିଆଲ ମିଡିଆରେ ଲେଖିଛନ୍ତି, "Dear Arindam Roy ତମ ମାନଙ୍କର ପ୍ରୋବ୍ଲେମ ହଉଛି ମତେ ଗୋଟେ କଥା କହୁଛ ଆଉ ଗୋଟେ କଥା କରୁଛ । ଯାହାଦ୍ଵାରା ମୁଁ ବହୁତ୍ ଅତ୍ୟାଚାରିତ ହଉଛି । ତମର ସିନା ଭାଇ ଓଡ଼ିଶାରେ ପାୱାର ଅଛି ମୋର କଣ ଅଛି । ମୁଁ କାମ ନକଲେ ଖାଇବି କଣ, ତମକୁ ସତରେ ଲାଗୁଛି ମୁଁ କାହାକୁ କହିଥିବି ଯେ, ତମ ଫିଲ୍ମକୁ ବନ୍ଦ କରିଦେବାକୁ, ମାନାର ମୁଣ୍ଡ ଖରାପ ଅଛି ବୋଲି ତମକୁ କେତେ ଥର କହିଛି, ଯଦି ତମକୁ ତା କଥାରେ ବିଶ୍ୱାସ ଅଛି ତାହେଲେ ମୁଁ ଆଉ କଣ କରିବି । ଏଇ ସବୁ ଝଗଡ଼ା ଭିତରେ ତମ ଫିଲ୍ମ ମୋ ଫିଲ୍ମ ଦୁଇଟା ଯାକ ପ୍ରଭାବିତ ହେଲା ତମେ ସେ ପ୍ରଣୟର କଥାକୁ ବିଶ୍ୱାସ କଲ ମତେ ଥରେ ପଚାରିଥାଆନ୍ତ, ସିଏ ମୋ କଲ ରେକର୍ଡିଂ କଥା କହୁଛି କିନ୍ତୁ ସେ ଜାଣିଛି ମୋ ପାଖରେ ତାର ରେକର୍ଡିଂ ଅଛି । ଯେଉଁଥିରେ ସେ କହୁଛି ଏ ଅରିନ୍ଦମ କିଛି ବୁଝୁନି ତା ଫିଲ୍ମ କଣ ଚାଲିବ । ଅବଶ୍ୟ ଏ କଥା ସେ ଆଗରୁ କହିଛି । ଅରିନ୍ଦମ ଗୋଟେ କଥା ଜାଣିଛ କୁନା ତ୍ରିପାଠୀ ପାଇଁ ମୋର ସମ୍ବଲପୁରୀ ସେନ୍ସର ଗୋଟେ ଦିନ ବିଳମ୍ବ ହେଲା କେତେ କଷ୍ଟରେ ଆମେ content ହଲକୁ ପଠେଇଛୁ ।"

ମନୋଜ ଏହା ମଧ୍ୟ ପୋଷ୍ଟରେ ଉଲ୍ଲେଖ କରିଛନ୍ତି " Distribution system କଥା ଜାଣିଛ । ତମେ ମୁଁ ଆମେ ତ ଲୋକପ୍ରିୟ କିନ୍ତୁ ଯିଏ ନୂଆ କରୁଛି ଭଲ ଫିଲ୍ମ କରୁଛି ତା ଫିଲ୍ମ ପାଇଁ ହଲ୍ ମିଳୁନି । ଯିଏ ଆମ ଓଡ଼ିଶା ସଂସ୍କୃତିକୁ ନେଇ ଫିଲ୍ମ କରୁଛି ତା ଫିଲ୍ମ କେବେ ଦୁନିଆ ଦେଖିବ । ତମେ ତ ଭାଇ ରାଜନୀତିରେ ବ୍ୟସ୍ତ ଓଡ଼ିଶାର ସାଧାରଣ ଲୋକଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ମିଶୁଛି, ତମେ ଯେଉଁ ମନୋଜ ଭାଇକୁ ଜାଣିଥିଲ ସେ ବହୁତ୍ ବଦଳି ଯାଇଛି swine flueରେ ଡକ୍ଟର କହିଲେ ମରିଯିବ, କିନ୍ତୁ ବଞ୍ଚିକି ଆସିଲା ପରେ ନିଷ୍ପତ୍ତି କରିଛି, ମୋ ପାଇଁ ବଞ୍ଚିବିନି, ମୋ କଥାକୁ ହସିକି ଉଡେଇ ଦେଇପାର। କିନ୍ତୁ ଦମନକୁ ମୁଁ ଯେତିକି ପ୍ରଚାର କରିଛି ବାବୁବି କରିନି, ବାବୁକୁ ପଚାରିବ । "

ସେହିପରି ଆହୁରି କହିଛନ୍ତି ଯେ, ତମର ତ ସରକାରରେ ଏତେ ଭଲ ସମ୍ପର୍କ ଅଛି ଆସ ମିଶିକି ଆମ distribution systemକୁ ଠିକ୍ କରିବା, ଯେଉଁ ରାଜ୍ୟର ସଂସ୍କୃତି ଯେତେ ଆଗରେ ସେଇ ରାଜ୍ୟ ସେତେ ଆଗରେ । ମୁଁ ରାଜନୀତି କରିପାରିବି ନାହିଁ କାରଣ ମୁଁ ଜଣେ କଳାକାର, କିନ୍ତୁ ମୋ ଓଡ଼ିଶା ସଂସ୍କୃତିକୁ ବାହାରେ ନଜାଣିଲେ ମତେ କଷ୍ଟ ହଉଛି, ଆସ କଳାକାର ହିସାବରେ ଆମ କର୍ତ୍ତବ୍ୟ କରିବା ଆମ ଓଡ଼ିଶାକୁ ସାରା ଭାରତରେ ଏକ ନମ୍ବର ରାଜ୍ୟ ବନେଇବା । ଦଶହରାରେ ଆମେ ଆଉ କେତେ ଦାଣ୍ଡିଆ କରିବା ଚାଲ ସମ୍ବଲପୁରୀ ନାଇଟ୍ସ କରିବା, ଗୋଟେ କଳାକାରର କିଛି ସୀମା ନଥାଏ । ମତେ ଅଯଥାରେ ଭାଗ ଭାଗ କରୁଛ କହି ଦୋଷ ଦିଅନି, ମୁଁ ଜଣେ କଳାକାର ସାରା ବିଶ୍ଵ ହେଉଛି ମୋ ଘର, ମତେ ଭଲ ପାଉଥିବା ବ୍ୟକ୍ତି କେବଳ ପଶ୍ଚିମ ଓଡ଼ିଶାରେ ମତେ ସପୋର୍ଟ କରୁନାହାନ୍ତି କଟକରେ, ବାଲେଶ୍ଵର, ବ୍ରହ୍ମପୁର, ଜୟପୁର, ରାୟଗଡ଼ା ସବୁ ଜାଗାରେ ସପୋର୍ଟ କରୁଛନ୍ତି। ଏମିତି କି ଭାରତ ବାହାରେ ରହୁଥିବା ଓଡ଼ିଆ ବି ସପୋର୍ଟ କରୁଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ.....ପୁଣି ମୁହଁ ଖୋଲିଲେ ମନୋଜ ମିଶ୍ର, କହିଲେ- 'ମୋତେ ମାନସିକ ନିର୍ଯାତନା ଦେବା ବନ୍ଦ କର'

ସେମାନେ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହୁଁ ନାହାନ୍ତି, ସେମାନେ ଓଡ଼ିଶାକୁ ନେଇ ଗର୍ବ କରିବାକୁ ଚାହାନ୍ତି । କେବଳ ଆମର ରସଗୋଲାକୁ ନେଇ ଗର୍ବ କରିବା, ଆମ ବିଜୁ ବାବୁ ଆମ ଗୋପବନ୍ଧୁ ଆମ ସୁରେନ୍ଦ୍ରସାଇ ଆମ କୋଣାର୍କ ଆମ ଭୀମଭୋଇ କଥା ସାରା ଭାରତ କେବେ ଜାଣିବ । ଆମର ବି ତ ଦାୟିତ୍ୱ ଅଛି ସିନେମା ମାଧ୍ୟମରେ ଏ ବିଷୟରେ ଦୁନିଆକୁ ଜଣେଇବାର । ମୁଁ ସତରେ ଅଛି ସେଥିପାଇଁ ସାରା ଓଡ଼ିଶା ମୋ ସାଙ୍ଗରେ ଅଛି, । best wishes for your political carrier, and be sure I will not join politics, ମୁଁ ଯାହା କହୁଛି ଆଜି ନୁହେଁ ଆଉ ଦଶ ବର୍ଷ ପରେ ବୁଝିବ ବୋଲି ଅରିନ୍ଦମଙ୍କୁ ଟାର୍ଗେଟ କରି ଲେଖିଛନ୍ତି ମନୋଜ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details