ଭୁବନେଶ୍ବର:ଓଲିଉଡ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ । ପୁରୁଷବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ । ସମ୍ପର୍କ ନିବିଡ ହେବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଖାଲି ସେତିକି ନୁହେଁ, ପୁରୁଷ ବନ୍ଧୁ ତାଙ୍କୁ ସୁଟିଂ ସେଟରେ ହଙ୍ଗାମା କରୁଥିବା ସହ ଧମକଚମକ ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ବର୍ତ୍ତମାନ ପୁରୁଷବନ୍ଧୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଥାନା ଏବଂ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ । ଘଟଣା ଶୁଣି ଓଲିଉଡରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଘଟଣା ନେଇ ପୂର୍ବରୁ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲେ ଅଭିନେତ୍ରୀ । ଏହି ଅଭିଯୋଗ ପରେ ପୋଲିସ ଏହାକୁ ଗ୍ରହଣ କରିନଥିଲା। ଏହା ପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିନେତ୍ରୀ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ଲକ୍ଷ୍ମୀସାଗର ଥାନା ପୋଲିସ କେଶ ରୁଜୁ କରିଛି । ଦଫା ୨୬୮, ୨୯୪, ୩୪୯, ୩୫୦ , ୩୫୪ , ୩୫୪ ଏ , ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩ , ୫୦୬ ରେ ମାମଲା ରୁଜୁ କରିଛି ପୋଲିସ । ଆଇଟି ଆକ୍ଟ ୨୦୦୦ ର ୬୬ ଏ, ୬୬ ଇ, ୬୭, ୬୭ ଏ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।
ପୁରୁଷ ବନ୍ଧୁ ମଧ୍ୟ ଜାତୀୟ ସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଧୀରେ ଧୀରେ ସମ୍ପର୍କ ନିବିଡ ହେବାକୁ ଲାଗିଲା । ଏପରିକି ଉଭୟଙ୍କ ପରିବାର ମଧ୍ୟରେ ବି ମିଳାମିଶା ବଢିଲା । ପରେ କିଛି ବିଜ୍ଞାପନ ସହ ଏକାଧିକ ଫିଲ୍ମରେ ହିରୋଇନ ହେବା ପାଇଁ ତାଙ୍କୁ ଅଫର କରିଥିଲେ ପୁରୁଷ ବନ୍ଧୁ । କିଛି ନାମାଦାମୀ ସିନେ ନିର୍ମାତାଙ୍କ ସହ ହୋଇଥିବା ଚୁକ୍ତିନାମାକୁ ମନା କରିବାକୁ କହିଥିଲେ । ବଡ଼ ପ୍ରଯୋଜକ ସଂସ୍ଥା ସହ କୌଣସି ଫିଲ୍ମ ସାଇନ କରାଇ ଦେଉନଥିଲେ । ପୁରୁଷ ବନ୍ଧୁଙ୍କ ମନମାନିକୁ ଅଭିନେତ୍ରୀ ଜଣଙ୍କ ବିରୋଧ କରିବାରେ ନାନା ଅତ୍ୟାଚାର ଓ ନିର୍ଯାତନାର ଶିକାର ହେଉଥିଲେ ଅଭିନେତ୍ରୀ । ସୁଟିଂ ସେଟରେ ହଙ୍ଗାମା ସହ ପୁରୁଷ ବନ୍ଧୁ ଜଣଙ୍କ ଗଣ୍ଡଗୋଳ କରୁଥିଲେ ।