ଓଡିଶା

odisha

ETV Bharat / state

ଦଳିଦେଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ - ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

elephant attack in khordha
elephant attack in khordha

By

Published : Jun 6, 2023, 10:05 AM IST

ଦଳିଦେଲା ଦନ୍ତା

ଖୋର୍ଦ୍ଧା:ଜିଲ୍ଲାରେ କମିବାରେ ନାଁ ନେଉନି ହାତୀ ମଣିଷ ଲଢେଇ । କେତେବେଳେ ହାତୀ ତ କେତେବେଳେ ମଣିଷ ବଳି ପଡୁଛି । ତେବେ ଆଜି ପୁଣି ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଦଲକ ଗ୍ରାମରେ ଘଟିଛି ଏହି ଘଟଣା । ତେବେ ବୃଦ୍ଧ ଜଣକ 65 ବର୍ଷୀୟ ଦେବରାଜ ହରିଚନ୍ଦନ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଆଜି ସକାଳ 5ଟା ସମୟରେ ଗ୍ରାମର ବୃଦ୍ଧ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଜୀବନ ହରାଇଛନ୍ତି ଜଣେ ବୃଦ୍ଧ । ଖବର ପାଇ ଗ୍ରାମବାସୀ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ଏନେଇ ବନ ବିଭାଗ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି । କିଛିଦିନ ହେବ ଗୋଡ଼ା , ଦେଉଳି, ଦଲକ ଅଞ୍ଚଳରେ 5 ରୁ 7ଟି ହାତୀ ଉପଦ୍ରବ କରୁଥିବା ସ୍ଥାନୀୟ ଲୋକ ସୂଚନା ଦେଇଥିବା ବେଳେ ସଠିକ ଢଙ୍ଗରେ ବନ ବିଭାଗ ତାର ଦାୟିତ୍ୱ ତୁଲାଉ ନଥିବା ଅଭିଯୋଗ ହୋଇଛି । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀ ଜନବସତି ଆଡ଼କୁ ପସି ଆସି ବିଭିନ୍ନ ସମୟରେ ଫସଲ ନଷ୍ଟ କରୁଥିବା ବେଳେ ଧନ ଜୀବନ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ହେଲେ ବନ ବିଭାଗ କେବଳ କ୍ଷତିପୂରଣ ଦେଇ ଚୁପ ବସି ପଡୁଥିବା ଭଳି ମନେ ହେଉଛି ।

ସେହିପରି ଗତ ମାସ 27 ତାରିଖରେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜର ମୟୁର ଝାଲିଆ କମାଗୁରୁ ରାସ୍ତାରେ କୂଅ ଖୋଳିବାକୁ ଯାଉଥିବା ସମୟରେ ଜଣେ ଶ୍ରମିକଙ୍କୁ ଦଳି ଦେଇ ଥିଲା ହାତୀ । ଦ୍ରୁତ ଜଙ୍ଗଲ କ୍ଷୟ ପାଇଁ ଜଙ୍ଗଲି ଜନ୍ତୁ ଜନବସତି ମୁଁହା ହେଉଛନ୍ତି । ଆଉ ଏହି ମୁଁହା ମୁହିଁ ପରିସ୍ଥିତିରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଥିବା ଦେଖିବାକୁ ମିଳୁଛି । ସେପଟେ ବନ ବିଭାଗର 10 ବର୍ଷର ତଥ୍ୟ ଅନୁଯାୟୀ 2013ରୁ 2023 ବର୍ଷ ମଧ୍ୟରେ ଅନେକ ଥର ହାତୀ ମଣିଷ ମୁହାଁମୁହିଁ ହୋଇଛନ୍ତି । ଫଳରେ ହାତୀ 33 ଜଣଙ୍କୁ ମାରିଥିବା ବେଳେ 13ଟି ହାତୀ ମରିଛନ୍ତି । ସେହିଭଳି ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି 76 ଜଣ । 57 ହଜାର 730 ହେକ୍ଟର ପରିବ୍ୟାପ୍ତ ବନାଞ୍ଚଳକୁ ନେଇ ଗଠିତ ଖୋର୍ଦ୍ଧା ବନଖଣ୍ଡ ହାତୀଙ୍କ ସୁରକ୍ଷା ପାଇଁ 15ଟି ସ୍କ୍ବାଡ୍‌ ଗଠନ ହୋଇଛି । ସେପଟେ 19ଟି ହାତୀ ଚଲାପଥ ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଛି ।



ଇଟିଭି ଭାରତ , ଖୋର୍ଦ୍ଧା

ABOUT THE AUTHOR

...view details