ଖୋର୍ଦ୍ଧା: ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଚାଲିଗଲା ବୃଦ୍ଧଙ୍କ ଜୀବନ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଜିଲେ ବେଗୁନିଆ ବ୍ଲକ ଡିଗଂର ଗ୍ରାମର ବସନ୍ତ ମହାପାତ୍ର । ଦୁଇ ବର୍ଷ ପୂର୍ବେ ଅଜଣା ରୋଗରେ ଆକ୍ରାନ୍ତ ହୁଅନ୍ତି ବୃଦ୍ଧ । ଅର୍ଥାଭାବରୁ ପ୍ରଶାସନର ସହାୟତା ଲୋଡିଥିଲେ ତାଙ୍କ ପତ୍ନୀ ଗ୍ରାମବାସୀ । ହେଲେ ନା ସ୍ବାସ୍ଥ୍ୟ ବିଭାଗ ନା ବ୍ଳକ ପ୍ରଶାସନ କେହି ବି କର୍ଣ୍ଣପାତ କରିନଥିଲେ । ଫଳରେ ଅର୍ଥାଭାବରୁ ସେ ଅତ୍ୟାଧୁନିକ ଚିକିତ୍ସା ନ ପାଇ ଶେଷ ନିଃଶ୍ବାସ ତ୍ୟାଗ କଲେ।
ନିସନ୍ତାନ ଏହି ବୃଦ୍ଧ ଦମ୍ପତିଙ୍କୁ ଆହା ପଦେ କହିବାପାଇଁ ଆଗୁକୁ କି ପଛକୁ କେହି ନାହିଁ । ସେପଟେ ବସନ୍ତଙ୍କ ବାରଦୁଆର ଶୁଣ୍ଢିପିଣ୍ଡା ଦେଖି ଗ୍ରାମବାସୀ ତାଙ୍କୁ ଏକ ସରକାରୀ ଜାଗା ଯୋଗାଇ ଦେଇଥିବା ବେଳେ ସେଥିରେ ନିର୍ମିତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘରର କିସ୍ତି ଅଧାରୁ ବନ୍ଦ କରିଦେଇଛନ୍ତି ସରକାର । ଦୀର୍ଘ ଦୁଇ ବର୍ଷ ଭିତରେ ଯଦି କୌଣସି ସରକାରୀ ଅଧିକାରୀ ଟିକିଏ ଧ୍ୟାନ ଦେଇଥାନ୍ତେ ତାହାଲେ ହୁଏତ ବସନ୍ତ ଆଜି ମରିନଥାନ୍ତେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ।