ଓଡିଶା

odisha

ETV Bharat / state

ଓଡ଼ିଶାରେ ହେବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର, ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ କରାଯିବ ବ୍ୟବସ୍ଥା - ଭୁବନେଶ୍ବରରେ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର

ଓଡ଼ିଶାକୁ ମିଳିବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଏଣିକି କ୍ୟାପିଟାଲ ହସ୍ପିଟାଲରେ କରାଯିବ ନାର୍କୋ ଟେଷ୍ଟ । ଏନେଇ ମାନସିକ ରୋଗ ବିଶେଷଜ୍ଞଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଅଧିକ ପଢନ୍ତୁ

narco analysis test in odisha
କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ ସେଣ୍ଟର

By ETV Bharat Odisha Team

Published : Oct 19, 2023, 8:13 PM IST

ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର । ଓଡ଼ିଶାକୁ ମିଳିବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଏଣିକି କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ । ହସ୍ପିଟାଲ OTରେ ନାର୍କୋ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଆସନ୍ତା ମାସ ଠାରୁ କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ ଆରମ୍ଭ କରାଯିବ ବୋଲି କୁହାଯାଉଥିବାବେଳେ ଏଥିପାଇଁ ସମସ୍ତ ପ୍ରକାରର ଉପକରଣ ହସ୍ପିଟାଲକୁ ଆସି ସାରିଛି । ଏନେଇ ମାନସିକ ରୋଗର ବିଶେଷଜ୍ଞମାନେ ଆଜି ଟ୍ରେନିଂ ପାଇଁ ଯାଇଛନ୍ତି ।


ଏହି ଯୋଜନା ପାଇଁ ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଷ୍ଟେଟ ଫରେନ୍ସିକ୍ ଲ୍ୟାବ ସହ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକ ପରେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କୁ ବର୍ତ୍ତମାନ ପ୍ରଶିକ୍ଷଣ ଦିଆଯାଉଛି । କ୍ୟାପିଟାଲ ହସ୍ପିଟାଲ OTରେ ନିଶା ଇଞ୍ଜେକସନ ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ହଜାର ଶଯ୍ୟାକୁ ବୃଦ୍ଧି ପାଇବ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବେଡ ସଂଖ୍ୟା


ପୂର୍ବରୁ ରାଜ୍ୟରେ ଅନେକ ମାମଲା ଦେଖିବାକୁ ମିଳିଛି । ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଛି। ଏନେଇ ପୋଲିସ ବିଭାଗରୁ ଆରମ୍ଭ କରି ହସ୍ପିଟାଲ ସମେତ ସରକାରଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। "କ୍ୟାପିଟାଲ ହସ୍ପିଟାଲରେ ଏହି ନାର୍କୋ ଟେଷ୍ଟ ହେବାର ନିଷ୍ପତ୍ତି ନେଇ ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି" ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ଏହା ବି ପଢନ୍ତୁ...ଚେତିଲା କ୍ୟାପିଟାଲ ହସ୍ପିଟାଲ, ଏଣିକି ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ


ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲକୁ ଦୈନିକ 4 ରୁ 5 ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ଖୋର୍ଦ୍ଧା ସମେତ ନୟାଗଡ଼, ପୁରୀ ଏବଂ ରାଜ୍ୟର ଅନେକ ସ୍ଥାନରୁ ମଧ୍ୟ ରୋଗୀମାନେ ଆସୁଛନ୍ତି । "ସମସ୍ତ ରୋଗୀଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ କ୍ୟାପିଟାଲ ହସ୍ପିଟାଲ ଅଗ୍ରଗତି କରୁଛି । ଏହାସହ ଡାକ୍ତରଙ୍କ ଅଭାବ ମେଡିକାଲ କର୍ମଚାରୀଙ୍କ ଅଭାବ ଦୂର କରିବା ଦିଗରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ହସ୍ପିଟାଲରେ ପିଜି ଖୋଲିଯିବା ଫଳରେ ଅନେକ ସମସ୍ୟାର ସମାଧାନ ହୋଇଛି। ଯାହା ଫଳରେ ରୋଗୀ ମାନେ ଭଲ ଚିକିତ୍ସା ପାଇପାରୁଛନ୍ତି" ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details