ଭୁବନେଶ୍ବର: ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ନିକଟରେ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ ଗାଁ ଠାରୁ ଆରମ୍ଭ କରି ସହରରେ ଥିବା ସମସ୍ତ ଛୋଟ ବଡ଼ ହସ୍ପିଟାଲରେ ନୂଆ ରୂପ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରଥମ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଛି ମଡୁଲାର ଓଟି । ଯେଉଁଠାରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥିତ ରହିବା ସହ ଏକ ସାଙ୍ଗରେ ୨୦ ଜଣଙ୍କର ଅସ୍ତ୍ରୋପଚାର କରାଯାଇ ପାରିବ । ଏହି ୧ ମହଲା ବିଶିଷ୍ଟ ଘରେ ୭ଟି ଗୃହ ରହିଛି ଯେଉଁଠି ୫ଟି ଗୃହରେ ରହିଛି ମଡୁଲାର ଓଟି ଏବଂ ବାକି ୨ ଟି ଗୃହରେ ରହିଛି ଅସ୍ତ୍ରୋପଚାର ପରବର୍ତ୍ତୀ ଅବଜରବେଶନ ଗୃହ ।
ଏହା ମଧ୍ୟ ପଢନ୍ତୁ...ବଦଳୁଛି କ୍ୟାପିଟାଲ ହସ୍ପିଟାଲର ରୂପରେଖ, ଆଜିଠୁ କାର୍ଯ୍ୟକ୍ଷମ ହେବ ମଡ୍ୟୁଲାର ଓଟି
ଏହି ଓଟିରେ ଏକାକାଳୀନ ଭାବରେ ୧୦ ଜଣଙ୍କର ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଛି । ଏହା ସମ୍ପୂର୍ଣ୍ଣ ଭାବରେ କୋରିଆନ ସିଟରେ ତିଆରି ହୋଇଛି । ଏଥିରେ ସମସ୍ତ ସରଞ୍ଜାମ ଅତ୍ୟାଧୁନିକ ଅଟେ । ଅସ୍ତ୍ରୋପଚାର ସମୟରେ ବା ପରେ ଯେଉଁ ଭଳି ଭାବରେ ରୁମରେ ବ୍ୟାକ୍ଟେରିଆ ରହିବେ ନାହିଁ ସେନେଇ ମଧ୍ୟ ଅତ୍ୟାଧୁନିକ ମେସିନ ରହିଛି । ରୁମର ଅଟୋମେଟିକ୍ ତାପମାତ୍ରା ପରିବର୍ତ୍ତନର ବ୍ୟବସ୍ଥା ରହିଛି। ଏହାରି ମଧ୍ୟରେ କ୍ୟାମେରା ଦ୍ଵାରା ଏଲଇଡି ସହିତ ସଂଯୋଗ କରାଯାଇଛି । ଏହା ସତ୍ତ୍ବେ ବି ସମସ୍ତ କାର୍ଯ୍ୟ କୋରିଆରୁ ଆସିଥିବା ଫିଙ୍ଗର ପ୍ରିଣ୍ଟ ସ୍କାନରରେ ପରିଚାଳିତ ହେବ ଯାହାର କଣ୍ଟ୍ରୋଲ ପ୍ୟାନେଲ ୟୁକେରୁ ଆସିଛି । ଏହା ଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀ ମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏହା ଦ୍ବାରା ରେଫରାଲ ସଂଖ୍ୟା ମଧ୍ୟ ହ୍ରାସ ପାଇବ । ତେବେ ବିଶେଷ କରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀ ମାନେ ମଧ୍ୟ ଅଧିକରୁ ଅଧିକ ଭାବରେ ଉପକୃତ ହୋଇପାରିବେ ।