ଓଡିଶା

odisha

ETV Bharat / state

ବିଜେଡି ଶାସନରେ ମହିଳା ବିପଦରେ ଅଛନ୍ତି: ବିଜେପି ମହିଳା ମୋର୍ଚ୍ଚା - ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ

ରାଜ୍ୟରେ ବଢୁଥିବା ମହିଳା ହିଂସାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଶତାଧିକ ମହିଳା ନେତ୍ରୀ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଅଧିକ ପଢନ୍ତୁ

ବିଜେଡି ଶାସନରେ ମହିଳା ବିପଦରେ ଅଛନ୍ତି: ବିଜେପି ମହିଳା ମୋର୍ଚ୍ଚା
ବିଜେଡି ଶାସନରେ ମହିଳା ବିପଦରେ ଅଛନ୍ତି: ବିଜେପି ମହିଳା ମୋର୍ଚ୍ଚା

By

Published : Dec 3, 2022, 10:10 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ମହିଳା ହିଂସାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଶତାଧିକ ମହିଳା ନେତ୍ରୀ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏବଂ ଦିବ୍ୟ ଶଙ୍କର ମିଶ୍ରଙ୍କର ମଧ୍ୟ କୁଶ ପୁତ୍ତଳିକା ଦାହ କରିଛି ବିଜେପି ମହିଳା ମୋର୍ଚ୍ଚା ।

ବିଜେଡି ଶାସନରେ ମହିଳା ବିପଦରେ ଅଛନ୍ତି: ବିଜେପି ମହିଳା ମୋର୍ଚ୍ଚା

ଏଭଳି ସାଂଘାତିକ ଅଭିଯୋଗ ଆଣି ବିଜେପି ଆଜି ରାଜଧାନୀ ରାଜରାସ୍ତାରେ ଗର୍ଜନ କରିଛି । ଦଳୀୟ ନେତ୍ରୀ ଅଭିଯୋଗ କରିଛନ୍ତି ଦୀର୍ଘ ବର୍ଷ ଧରି ରାଜ୍ୟରେ ମହିଳା ଅସୁରକ୍ଷିତ, ମହିଳାଙ୍କୁ ଅସମ୍ମାନ, ମହିଳା ବିରୋଧୀ ହିଂସା, ଦୁଷ୍କର୍ମ, ହତ୍ୟା ଆଦିରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ, ନେତା ମାନେ ଲିପ୍ତ ଅଛନ୍ତି। ହେଲେ ଭାରତୀୟ ଜନତା ପାର୍ଟି ଉପରେ ମହିଳା ବିରୋଧୀ ବୋଲି ଯେଉଁ ଲାଞ୍ଛନା ଲଗାଉଛି ବିଜେଡ଼ି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଅସଲରେ ଯଦି କିଏ ମହିଳା ବିରୋଧୀ ତାହେଲେ ସେ ହେଉଛି ରାଜ୍ୟ ସରକାର । ତାଙ୍କ ନେତା ମନ୍ତ୍ରୀ ମାନେ ଇତିଶ୍ରୀ ଠାରୁ ଆରମ୍ଭ କରି ବେବିନା, କୁନ୍ଦୁଲି ପୀଡ଼ିତା, ମାଧବିଲତା, ମମିତା ମେହେର ଓ ପରୀ ହତ୍ୟାକାଣ୍ଡ ଭଳି ଘଟଣାରେ ସମ୍ପୃକ୍ତ । ଅନ୍ୟକୁ କହିବା ଆଗରୁ ରାଜ୍ୟ ସରକାର ନିଜକୁ ଦେଖନ୍ତୁ ବୋଲି ବିଜେପି ଦାବି କରିଛି ।

ଦଳ ଆହୁରି ଅଭିଯୋଗ କରିଛି, ଆଜି ସରକାରଙ୍କ ପ୍ରୋତ୍ସାହନରେ ଏଠି ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଭଳି ଘଟଣା ଘଟୁଛି। ମହିଳାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେବା ଦଳ ହେଉଛି ବିଜୁ ଜନତା ଦଳ । କାହାକୁ କୌଣସି ଦୋଷ ଦେଇପାରିବେ ନାହିଁ । ଯଦି ବିଜେପିର କେଉଁ ନେତା କି କାର୍ଯ୍ୟକର୍ତ୍ତା କିଛି ଦୋଷ କରିଛନ୍ତି ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମହିଳା ଶୋଷଣରେ ରାଜ୍ୟ ସରକାର ଆଗରେ । ବିଧାନସଭାର ପ୍ରଶ୍ନ ଉତ୍ତର ଏହା ସ୍ପଷ୍ଟ କରିଛି । ମୁଖ୍ୟମନ୍ତ୍ରୀ ଆଗେ ତାହା ସ୍ପଷ୍ଟ କରନ୍ତୁ । ଅନ୍ଧାରରେ ବାଡ଼ି ବୁଲେଇବା ଭଲି ଭିତ୍ତିହୀନ ଅଭିଯୋଗ ନ କରନ୍ତୁ । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଯିଏ ଦୋଷ କରିବ ସେ ଦଣ୍ଡ ପାଇବ । ସରକାର କାର୍ଯ୍ୟାନଷ୍ଠାନ ନିଅନ୍ତୁ ରାଜନୀତି ନ କରନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details