ଭୁବନେଶ୍ବର: ମନ୍ଦିର ମାଳିନୀ ସହର ଭୁବନେଶ୍ବରରେ ଆରମ୍ଭ ହେଲା ଓଡିଶା ୱାକ ପ୍ରାତଃଭ୍ରମଣ ଅଭିଯାନ ବା ଐତିହ୍ୟ ୱାକ ଅଭିଯାନ(Odisha Walk campaign started) । ଓଡିଶା ପର୍ଯ୍ୟଟନ କ୍ଷେତ୍ର ଐତିହ୍ୟର ଇତିହାସ ସମ୍ବନ୍ଧରେ ଅନେକ କିଛି ଜଣା ଅଜଣା କଥା ଜାଣିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ବିଶେଷ ଭାବେ ଏକାମ୍ର କ୍ଷେତ୍ରର ଇତିହାସ ଏଥିର ସ୍ଥାନିତ ହୋଇଛି । ଏହି ଅଭିଯାନ ଦ୍ବାରା ଦେଶର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକଙ୍କୁ ଓଡିଶାର ଐତିହ୍ୟ ସ୍ଥାନ ଗୁଡିକ ବିଷୟରେ ଅବଗତ କରାଯିବ ।
ଓଡିଶା ପର୍ଯ୍ୟଟନ ବିଭାଗ (Odisha Tourism Department )ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ଦ୍ୱାରା ବିଶେଷ ଭାବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିୟୋଜିତ ଥିବା ପଥପ୍ରଦର୍ଶକ ବା ଗାଇଡ଼ ମାନେ ଉପସ୍ଥିତ ରହି ଐତିହ୍ୟ ସ୍ଥାନଗୁଡିକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ କାହାଣୀ ମାଧ୍ୟମରେ ସେହି ସ୍ଥାନର ଇତିହାସ ସମ୍ବନ୍ଧରେ ବୁଝାଇବେ । ଏହାସହ ଆଗକୁ ହକି ବିଶ୍ୱକପ ରହିଥିବା ବେଳେ ରାଜ୍ୟ ବାହାର ଓ ବିଦେଶ ପର୍ଯ୍ୟଟକ ମାନଙ୍କୁ ଆମ ଐତିହ୍ୟର ଇତିହାସ କଥା କହିବ ଏହି ଅଭିଯାନ । ଯାହା ସେମାନଙ୍କୁ ଆମ ଐତିହ୍ୟର ଇତିହାସକୁ ଜାଣିବା ପାଇଁ ଆକର୍ଷିତ କରିବ ।
ଏହା ମଧ୍ୟ ପଢନ୍ତୁ-Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା