ଭୁବନେଶ୍ବର:ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଚାଲିଯାଇଛି ଅନେକ ଜୀବନ । ଟ୍ରେନ ଦୁର୍ଘଟଣା ନେଇ ଅନେକ ଟ୍ରେନ ବାତିଲ ରହିଛି । ଫଳରେ ବସରେ ଲୋକ ଯାତାୟତ କରୁଛନ୍ତି । ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି ଯାତ୍ରୀ । ଭୁବନେଶ୍ବର, ବାଲେଶ୍ବର, ପୁରୀ, କଟକରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ଆରଟିଓ ବସ ବ୍ୟବସ୍ଥା କରିଛନ୍ତି । ମନ ଇଚ୍ଛା ଭଡା ନେଉଥିବା ବସଗୁଡିକ ଉପରେ କଡା ନଜର ରଖିଛି ଆରଟିଓ ।
ବାହାନଗାରେ ଟ୍ରେନ ଦୁର୍ଘଟଣା ପରେ ବସଷ୍ଟାଣ୍ଡ ଅଭିମୁଖେ ଅନେକ ଯାତ୍ରୀ । ବିଶେଷ କରି ପଶ୍ଚିମବଙ୍ଗ ଅଭିମୁଖେ ଯିବା ପାଇ ଯାତ୍ରୀ ବସଷ୍ଟାଣ୍ଡ ରେ ଭିଡ ଜମାଇଛନ୍ତି । ଟ୍ରେନ ଦୁର୍ଘଟଣା ଯୋଗୁ ଟ୍ରେନ ବିଳମ୍ବ ହେବା ଉଦ୍ଦେଶ୍ୟରେ ବସରେ ଯିବାକୁ ଗୁରୁତ୍ବ ଦେଇଛନ୍ତି । ଏନେଇ ଅନେକ ଷ୍ଟାଣ୍ଡରେ ବସ ଭଡା ନିର୍ଦ୍ଦିଷ୍ଟ ଦର ଠାରୁ ଅଧିକ ଆଦାୟ କରୁଛନ୍ତି ବସ କର୍ମଚାରୀ । ଏନେଇ ଟ୍ବିଟ ଯୋଗେ ପୁରୀରୁ ଜଣେ ଯାତ୍ରୀ ଅଭିଯୋଗ ପରେ ଗୁରୁତ୍ବ ଦେଇଛି ରାଜ୍ୟ ପରିବହନ ବିଭାଗ ବା STA । ଏନେଇ ପରିବହନ ବିଭାଗ ପକ୍ଷରୁ ସମସ୍ତ RTO ଏନେଇ ଆଲର୍ଟ କରାଯାଇଛି ।
ପରିବହନ ବିଭାଗ ପକ୍ଷରୁ RTO ଏନେଇ ଆଲର୍ଟ କରାଯାଇଛି । ଏନେଇ ବିଶେଷ କରି ପୁରୀ,ବାଲେଶ୍ବର ,କଟକ ଓ ଭୁବନେଶ୍ୱରର ଦୁଇଟି RTO ଅଧିକାରୀଙ୍କ ଯୋଗାଯୋଗ ନମ୍ବର ସେୟାର କରି ଏନେଇ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ସୂଚିତ କରାଯାଇଛି । ତେବେ ଏଭଳି ବିପଦ ସମୟରେ ବିଶେଷ କରି ଭଡ଼ା ଅଧିକ ନ ନେବା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।
ଏହା ବି ପଢନ୍ତୁ...Train Mishap In Odisha: ଗଲାଣି 261 ଜୀବନ, ଆହୁରି ବଢିବା ଆଶଙ୍କା