ଓଡିଶା

odisha

ETV Bharat / state

ଲଣ୍ଡନରେ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେଲା ଓଡିଶା, ବିଶ୍ୱ ଦେଖିଲା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି - ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେଲା ଓଡିଶା

ଲଣ୍ଡନରେ ଆୟୋଜିତ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହୋଇଛି ଓଡ଼ିଶା । ବିଶ୍ୱ ଟ୍ରାଭେଲ ବଜାରର ଉଦଘାଟନୀ ଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Nov 9, 2022, 8:40 PM IST

ଭୁବନେଶ୍ୱର: ଲଣ୍ଡନରେ ଆୟୋଜିତ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହୋଇଛି ଓଡ଼ିଶା । ବିଶ୍ୱ ଟ୍ରାଭେଲ ବଜାରର ଉଦଘାଟନୀ ଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ । ଟ୍ରାଭେଲ ବଜାରର ପ୍ରଦର୍ଶନୀ ସ୍ଥଳରେ ଓଡିଶାର ପର୍ଯ୍ୟଟନକୁ ବିଶ୍ୱ ସମୁଦାୟଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ଏକ ମଣ୍ଡପ ଖୋଲାଯାଇଛି । ଆମ ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଉପସ୍ଥାପନ କରାଯାଉଛି ।

ଲଣ୍ଡନରେ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେଲା ଓଡିଶା, ବିଶ୍ୱ ଦେଖିଲା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି

ବିଶ୍ୱ ଟ୍ରାଭେଲ ବଜାରରେ ପ୍ରାୟ 100ଟି ଦେଶର 2500 ପ୍ରଦର୍ଶକ ସାମିଲ ହୋଇଛନ୍ତି । ଭାରତ ଓ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆକୃଷ୍ଟ କରିବା ଲାଗି ମଧ୍ୟ ଇନକ୍ରେଡିବୁଲ ଇଣ୍ଡିଆ ଷ୍ଟାଣ୍ଡ ଖୋଲା ଯାଇଛି । ଏହି ଷ୍ଟାଣ୍ଡର ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପଣ୍ଡିଚେରୀ ପର୍ଯ୍ୟଟନ ମନ୍ତ୍ରୀ କେ. ଲକ୍ଷ୍ମୀନାରାୟଣନ, ତାମିଲନାଡୁ ପର୍ଯ୍ୟଟନ ମନ୍ତ୍ରୀ ଡ଼. ଏମ ମାଥିଭେନଥାନ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପର୍ଯ୍ୟଟନ ମନ୍ତ୍ରଣାଳୟର ଅରବିନ୍ଦ ସିଂ, ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୂରାଇସ୍ୱାମୀ, ଓଡ଼ିଶାର ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ସାମିଲ ହୋଇଛନ୍ତି । ଓଡ଼ିଶାର ପର୍ଯ୍ୟଟନ ବିଭାଗ ତରଫରୁ ବିଶ୍ୱ ଟ୍ରାଭେଲ ବଜାରର ପ୍ରଦର୍ଶନୀ ସ୍ଥଳରେ ଓଡିଶାର ପର୍ଯ୍ୟଟନକୁ ବିଶ୍ୱ ସମୁଦାୟଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ଏକ ମଣ୍ଡପ ଖୋଲାଯାଇଛି । ଓଡ଼ିଶାର ପର୍ଯ୍ୟଟନ ବିଭାଗ ଷ୍ଟାଣ୍ଡରେ ଇକୋ-ଟୁରିଜିମ, ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଦର୍ଶନ କରାଯାଉଛି । ଯେଉଁଠାରେ ଓଡ଼ିଶାର ପ୍ରତିନିଧିମାନେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ତଥା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ନିବେଶକଙ୍କ ସହିତ ଆଲୋଚନା କରିବେ ।

ଲଣ୍ଡନରେ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେଲା ଓଡିଶା, ବିଶ୍ୱ ଦେଖିଲା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି

ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଉପସ୍ଥାପନ କରାଯାଉଛି । ଏହା ସହିତ ଅନ୍ୟଦେଶର ପର୍ଯ୍ୟଟକମାନେ କିପରି ଏହାକୁ ପର୍ଯ୍ୟଟନ ଲକ୍ଷ୍ୟ ସ୍ଥଳ କରିପାରିବେ, ସେ ସଂପର୍କରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁଯୋଗ ସୃଷ୍ଟି କରିବ । ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବା ଓଡ଼ିଶା ପାଇଁ ଗର୍ବର କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ ବହୁତ ଆଗକୁ ଯାଇଛି । ପର୍ଯ୍ୟଟନ ଭିର୍ତ୍ତିଭୂମୀ ଓ କ୍ଷେତ୍ରର ବିକାଶ ହୋଇଛି । ରାଜ୍ୟର ପର୍ଯ୍ୟଟନ ଆଗକୁ ବଢିବା ସହ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢୁଛି । ବିଶ୍ୱ ଦରବାରରେ ବ୍ରାଣ୍ଡ ଓଡ଼ିଶାକୁ ପ୍ରଚାର ଓ ପ୍ରସାର ଲାଗି ପ୍ରକୃଷ୍ଟ ସ୍ଥାନ ଓ ସମୟ ବୋଲି ମନ୍ତ୍ରୀ କହିଛନ୍ତି ।

ଲଣ୍ଡନରେ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେଲା ଓଡିଶା, ବିଶ୍ୱ ଦେଖିଲା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି

ଇକୋ-ରିଟ୍ରିଟ ବ୍ୟବସ୍ଥା ସହ ଓଡ଼ିଶା ପର୍ଯ୍ୟଟନଙ୍କୁ ଆଗକୁ ନେବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଓଡିଶା ଏହି ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ପ୍ରତିବର୍ଷ ଅଂଶଗ୍ରହଣ କରିଆସୁଛି । ଶେଷ ଥର ଓଡିଶା 2019ରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା । କିନ୍ତୁ ଗତ 3 ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଚଳିତ ବର୍ଷ ପୁନଶ୍ଚ ଏହା ଆରମ୍ଭ ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂପୃକ୍ତ ସମସ୍ତଙ୍କ ପାଇଁ ସୁଯୋଗ ।

ଲଣ୍ଡନରେ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେଲା ଓଡିଶା, ବିଶ୍ୱ ଦେଖିଲା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି

ଇଟିଭି ଭାରତ, ଭୁବନଶ୍ୱର

ABOUT THE AUTHOR

...view details