ଭୁବନେଶ୍ବର: ଦେଶରେ ୨୦୩୦ ସୁଦ୍ଧା ଫାଇଲେରିଆ ମୁକ୍ତ ଲକ୍ଷ୍ୟରେ ଓଡ଼ିଶା । ୮୯.୦୫ ପ୍ରତିଶତ ସାମୂହିକ ଔଷଧ ସେବନରେ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଅଗଷ୍ଟ ୧୦ରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ହୋଇଛି । ଗତ ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହି ଦ୍ବିତୀୟ ପର୍ଯ୍ୟାୟ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୧୧ ଜିଲ୍ଲାରେ ଔଷଧ ବଣ୍ଟନ କରାଯିବ। ଯେଉଁଥିରେ ଆଲବେଣ୍ଡାଜୋଲ ଓ ଡିଇସି ବଟିକା ରହିଛି । ତେବେ ଏହାର ନିରାକରଣ ପାଇଁ ବର୍ଷକୁ ଥରେ ମାତ୍ର ଔଷଧ ସେବନ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାମୂହିକ ଔଷଧ ସେବବ କାର୍ଯ୍ୟକ୍ରମ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ପୁରୀ, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି, ବୌଦ୍ଧ ଜିଲ୍ଲାଗୁଡ଼ିକ ଫାଇଲେରିଆ ମୁକ୍ତ ହୋଇଥିବା ବେଳେ ଖୁବଶୀଘ୍ର ଆଉ ଦୁଇ ଜିଲ୍ଲା ସାମିଲ ହେବ।
ଏହା ବି ପଢନ୍ତୁ- ରାଜ୍ୟରୁ ୨୦୪୭ ସୁଦ୍ଧା ମୁକ୍ତ ହେବ ସିକିଲ ସେଲ, ଫୋକସରେ ଗର୍ଭବତୀ ଓ ଶିଶୁ