ଓଡିଶା

odisha

ETV Bharat / state

ରାଜ୍ୟରୁ ୨୦୪୭ ସୁଦ୍ଧା ମୁକ୍ତ ହେବ ସିକିଲ ସେଲ, ଫୋକସରେ ଗର୍ଭବତୀ ଓ ଶିଶୁ - Sikil cell in pregnant

ରାଜ୍ୟରୁ ୨୦୪୭ ସୁଦ୍ଧା ମୁକ୍ତ ହେବ ସିକିଲ ସେଲ । ବିଶେଷ କରି ଗର୍ଭବତୀ ଓ ଶିଶୁ ଫୋକସରେ ଥିବା କହିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 24, 2023, 7:42 PM IST

ଭୁବନେଶ୍ବର:ରାଜ୍ୟରୁ ୨୦୪୭ ସୁଦ୍ଧା ମୁକ୍ତ ହେବ ସିକିଲ ସେଲ୍‌ । ଫୋକସରେ ଗର୍ଭବତୀ ଓ ସ୍କୁଲ ପିଲା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସିକିଲ୍ ସେଲରେ ୨୫ ପ୍ରତିଶତ ଶିକାର ହେଉଛନ୍ତି । ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଏହି ରୋଗ ଅଧିକ ଭାବରେ ଦେଖାଯାଉଥିବା ବେଳେ ଆସନ୍ତା ୨୦୪୭ ସୁଦ୍ଧା ଏହାର ମୂଳୋତ୍ପାଟନ ହେବ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ଜୁଲାଇ ୧ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଜାତୀୟ ସିକିଲ ସେଲ ଆନେମିଆ ଏଲିମିନେଶନ ମିଶନ ଆରମ୍ଭ ହୋଇଥିବା ବେଳେ ଏହା ସଫଳ ହୋଇଛି ।

ସିକିଲ ସେଲ ରୋଗ ହେବା ଦ୍ଵାରା ବିଶେଷ ଭାବରେ ଲୋହିତ ରକ୍ତ କଣିକାରେ ଅସୁବିଧା ହୋଇଥାଏ । ବିଶେଷକରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଏହି ରୋଗ ଦେଖାଯାଇଥାଏ । ତେବେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ଅଧିକ ଦେଖାଯାଇଥାଏ । ରାଜ୍ୟରେ ମାତ୍ର ବର୍ତ୍ତମାନ ସୁଦ୍ଧା ୨୫ ପ୍ରତିଶତ ଏହି ରୋଗରେ ଶିକାର ହେଉଛନ୍ତି । ବର୍ତ୍ତମାନ ରାଜ୍ୟରେ ୨୦ଟି ଜିଲ୍ଲାରେ ସିକିଲ ସେଲ୍‌ ଟେଷ୍ଟ କରାଯିବ । ପୂର୍ବରୁ ଅର୍ଥାତ ୨୦୧୦ ମସିହାରେ ଓଡ଼ିଶାରେ ସିକିଲ୍‌ ସେଲ୍‌ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଯାହା ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ୨୦୧୭ ମସିହାରେ ସିଏମସି ଭେଲୋର ସହିତ ଏକ ଏମଓୟୁ ସ୍ବାକ୍ଷର ହୋଇଥିଲା ।

ଏହା ବି ପଢନ୍ତୁ- ସିକିଲ ସେଲ ନିରାକରଣ ପାଇଁ ପଦକ୍ଷେପ, ରାଜ୍ୟରୁ ବ୍ଲକ ପର୍ଯ୍ୟନ୍ତ ଅନୁଷ୍ଠାନିକ ବ୍ୟବସ୍ଥା: ସ୍ୱାସ୍ଥ୍ୟ ସଚିବ

ଏହାର ମୂଳ ଲକ୍ଷ୍ୟ ଥିଲା ଯେ, ଏହାକୁ କିଭଳି ଭାବରେ କମାଯାଇପରିବ ସେନେଇ ଗୁରୁତ୍ଵ ଦିଆଯାଇଛି । ବର୍ତ୍ତମାନ ସମୟରେ ୦ରୁ ୨୫ ବର୍ଷ ମଧ୍ୟରେ ଏହାର ଟେଷ୍ଟ ଚାଲିଛି । ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ । ବିଶେଷ କରି ଗର୍ଭବତୀ ଏବଂ ସ୍କୁଲ ପିଲାଙ୍କୁ ଫୋକସରେ ରଖାଯାଇଛି । ରାଜ୍ୟରେ ୨୦୪୭ ସୁଦ୍ଧା ରାଜ୍ୟର ସମାପ୍ତ ଜିଲ୍ଲାରୁ ମୁକ୍ତ ହେବ ସିକିଲ ସେଲ ବୋଲି ସୂଚନା ମିଳିଛି । ସିକିଲ ସେଲ ରୋଗ ନିରାକରଣ ଲାଗି ରାଜ୍ୟରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି । ତଦନୁଯାୟୀ ରାଜ୍ୟସ୍ତରୀୟ ସବ-କମିଟି, ଜିଲ୍ଲା କମିଟି ଏବଂ ବ୍ଲକ କମିଟି ଗଠନ କରାଯାଇଛି । ଏହି ସବୁ କମିଟି ସିକିଲ୍ ସେଲ୍ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ରକ୍ତ ନିରାପତ୍ତା ନିର୍ଦ୍ଦେଶକ ସିକିଲ୍‌ ସେଲ୍‌ ମିଶନର ନୋଡ଼ାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ।

ସିକିଲ ସେଲ ରୋଗର ଚିହ୍ନଟ, ନିରାକରଣ ଲାଗି କାର୍ଯ୍ୟ ଯୋଜନା ପ୍ରସ୍ତୁତି, ଉତ୍କର୍ଷ କେନ୍ଦ୍ରମାନଙ୍କ ସହ ସଂଯୋଗ, ଟେଲି-ପରାମର୍ଶ ବ୍ୟବସ୍ଥା ଆଦି ଦିଗରେ ନୋଡାଲ ଅଧିକାରୀ କାର୍ଯ୍ୟ କରିବେ ବୋଲି ଚଳିତ ବର୍ଷ ସ୍ବାସ୍ଥ୍ୟ ସଚିବ କାର୍ଯ୍ୟକାରୀ କରିବା ଲାଗି ଏକ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁଯାୟୀ ଜୁଲାଇ ୧ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଜାତୀୟ ସିକିଲ ସେଲ ଆନେମିଆ ଏଲିମିନେଶନ ମିଶନ ଆରମ୍ଭ ହୋଇଥିଲା । ଯେଉଁଥିରେ କି ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଗକୁ କିଭଳି ଏହି କାର୍ଯ୍ୟକ୍ରମ କରାଯିବ ସେନେଇ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମଟି ମଧ୍ୟପ୍ରଦେଶରେ ପ୍ରଥମ କରି ଆରମ୍ଭ ହୋଇଥିବା ବେଳେ ଆମ ରାଜ୍ୟରେ ସୁନ୍ଦରଗଡ଼ରେ ପ୍ରଥମ କରି ଆରମ୍ଭ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details