ଓଡିଶା

odisha

ETV Bharat / state

ବଢୁଛି ଦରଦାମ; ବିଜେଡି-ବିଜେପି ମେଳି ଯୋଗୁଁ ପେଷି ହେଉଛନ୍ତି ଲୋକେ, ଯୋଗାଣ ମନ୍ତ୍ରୀ କହିଲେ ବର୍ଷା ପାଇଁ ବଢିଲା ଟମାଟୋ ଦର

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଯେବେଠାରୁ କେନ୍ଦ୍ରରେ ବିଜେପି ସରକାର ଆସୁଛି, ସେବେଠାରୁ ଦରଦାମ ବୃଦ୍ଧି ପାଇବା ଆରମ୍ଭ କରିଛି । ସାରା ଭାରତ ବର୍ଷର ଲୋକଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖାଇ 2014ରେ ସରକାରକୁ ଆସିଥିଲା ବିଜେପି । ପେଟ୍ରୋଲ ଓ ଡିଜେଲ ପାଖାପାଖି ଶହେ ଟଙ୍କା । ଗରିବ ଲୋକ ବ୍ୟବହାର କରୁଥିବା କିରାସିନି ଶହେ ଟପିଗଲା । ଆଜି ଟମାଟୋ ଶହେ ଟପିଛି । ଅଧିକ ପଢନ୍ତୁ

ବଢୁଛି ଦରଦାମ; ବିଜେଡି - ବିଜେପି ମେଳି ଯୋଗୁଁ ପେଷି ହେଉଛନ୍ତି ଲୋକେ
ବଢୁଛି ଦରଦାମ; ବିଜେଡି - ବିଜେପି ମେଳି ଯୋଗୁଁ ପେଷି ହେଉଛନ୍ତି ଲୋକେ

By

Published : Jun 28, 2023, 9:42 PM IST

ବଢୁଛି ଦରଦାମ; ବିଜେଡି - ବିଜେପି ମେଳି ଯୋଗୁଁ ପେଷି ହେଉଛନ୍ତି ଲୋକେ

ଭୁବନେଶ୍ବର: ରାଜ୍ୟରେ ଟମାଟୋ ଓ ଅନ୍ୟାନ୍ୟ ଦରଦାମ ବୃଦ୍ଧି ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବର୍ଷା ଯୋଗୁଁ ଟମାଟୋ ଆମଦାନୀରେ ସମସ୍ୟା ଯୋଗୁଁ ଦର ବୃଦ୍ଧି ହୋଇଥିବା ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ସେହିପରି ଅନ୍ୟାନ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ଉପରେ ଦୋଷ ଠେଲିଛନ୍ତି ମନ୍ତ୍ରୀ । ବିଜେଡି-ବିଜେପି ମେଳି ଯୋଗୁଁ ସାଧାରଣ ଲୋକ ପେଷି ହେଉଥିବା କହିଛନ୍ତି ପିସିସି ସଭାପତି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଯେବେଠାରୁ କେନ୍ଦ୍ରରେ ବିଜେପି ସରକାର ଆସୁଛି, ସେବେଠାରୁ ଦରଦାମ ବୃଦ୍ଧି ପାଇବା ଆରମ୍ଭ କରିଛି । ସାରା ଭାରତ ବର୍ଷର ଲୋକଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖାଇ 2014ରେ ସରକାରକୁ ଆସିଥିଲା ବିଜେପି । ପେଟ୍ରୋଲ ଓ ଡିଜେଲ ପାଖାପାଖି ଶହେ ଟଙ୍କା । ଗରିବ ଲୋକ ବ୍ୟବହାର କରୁଥିବା କିରାସିନି ଶହେ ଟପିଗଲା । ଆଜି ଟମାଟୋ ଶହେ ଟପିଛି । ଆମେ ଓଡ଼ିଆ ଲୋକ ଖାଉଥିବା ମୁଢି, ଚୁଡା, ଗୁଡ଼, ଦହିରୁ ଜିଏସଟି ନେଉଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ସରକାରରେ ଥିବା ବିଜେଡି ସରକାର ଚୁପ ହୋଇ ବସିଛି । ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କଲେ ନାହିଁ । ବିଜେଡି - ବିଜେପି ମିଶିକି ଅଛନ୍ତି । ଉପରେ କୋଳାକୋଳି ହୋଇ ଏଠାରେ କେବଳ ବୟାନବାଜି କରୁଛନ୍ତି । ସାଧାରଣ ପେଷି ହେଉଛନ୍ତି । କେଉଁଟା ସତ ଓ କେଉଁଟା ମିଛ ଜନସାଧାରଣ ଜାଣନ୍ତୁ । ଆଗାମୀ ଦିନରେ ଜନସାଧାରଣ ଉଚିତ ଜବାବ ଦେବେ । ଦରଦାମ ବୃଦ୍ଧି ନେଇ ଆଗାମୀ ଦିନରେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ।

ରାଜ୍ୟରେ ଟମାଟୋ ଦର ବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା । ଅତ୍ୟାବଶ୍ୟକ ସାମଗ୍ରୀ ସହ ଡାଲି ଦରଦାମ ବୃଦ୍ଧି ପାଇଛି । ତାହା ଏକ ଜାତୀୟ ସମସ୍ୟା । ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ଆମ ପାଖରେ ଯାହା ଫିଡ଼ବ୍ୟାକ ଅଛି, ଲଗାଣ ବର୍ଷାର ପ୍ରଭାବ ବଜାର ଉପରେ ପଡିଛି । ସ୍ଥାନୀୟ ଚାଷୀ ମାନଙ୍କ ଉପରେ ବି ପ୍ରଭାବ ପଡିଛି । ଆମର ମୁଖ୍ୟତଃ ବାଙ୍ଗାଲୋରରୁ ଟମାଟୋ ଆସେ । ଭାବୁଛୁ ଏହା ଭିତରେ ସ୍ଥିତିରେ କିଛି ପରିବର୍ତ୍ତନ ଆସିବ ବା ସ୍ଥିରାବସ୍ତା ଆସିବ । ବିଶେଷ କରି ଡାଲି କିମ୍ୱା ଏହି ଭଳି ସାମଗ୍ରୀର ଯଦି କେଉଁ ମାନେ ହୋଡ଼ିଂ କରି ବଜାର ଦର ବଢ଼ାଉଥିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଡାଲି ଦର ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବାର ଆବଶ୍ୟକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details