ଭୁବନେଶ୍ବର:ଆଗକୁ ସାଧାରଣ ନିର୍ବାଚନ । ଏହି ସହିତ ପଡୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ ରହିଛି । ଏହାରି ଭିତରେ ଏବେଠୁ ପୁଳାପୁଳା ନକଲି ନୋଟ ଜବତ ହୋଇଛି । ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳର ମାଟିଖାଇନୁଆବସ୍ତିରୁ ୪୧ଲକ୍ଷ ୧୬ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜଣଙ୍କୁ ଗିରଫ କରିଛି ସ୍ବତନ୍ତ୍ର ଟାକ୍ସ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ ।
୫୦୦ ଟଙ୍କିଆ ୪୧ଲକ୍ଷ ୧୬ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସଟିଏଫ ଟିମ୍ । ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳର ମାଟିଖାଇନୁଆବସ୍ତିରୁ ଏହି ପୁଳାପୁଳା ନୋଟ୍ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଦୀପକ ମେହେର । ସେ ସେହି ଉଲୁଣ୍ଡା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଜବତ କରିଥିବା ନକଲି ନୋଟ କ୍ବାଲିଟି ଭଲ ହୋଇଥିବା ବେଳେ ଏହାର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ବବ୍ୟାଙ୍କକୁ ପଠାଯାଇଛି । ଏନେଇ ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନେବ ଏସଟିଏଫ ଟିମ୍ ।
ଆବଶ୍ୟକ ପଡିଲେ NIA ଆକ୍ଟ ଲାଗାଇ ପାରେ ଏସଟିଏଫ ଟିମ୍ । କାରଣ ଏସଟିଏଫ ସନ୍ଦେହ କରୁଛି ଏଭଳି କ୍ବାଲିଟି ନୋଟ ଛତିଶଗଡରୁ ଆସିଥାଇପାରେ । କାରଣ ଟଙ୍କାର ଓ୍ବାଟରମାର୍କ ସହ ଟଙ୍କାର ରଙ୍ଗ ଓ ସାର୍ପନେସ ପ୍ରିଣ୍ଟି ଦେଖି ଯେ କେହି ବି ଏହାକୁ ଅସଲି ଭାବି ନେବ । ତେବେ ହାଇ କ୍ବାଲିଟି ନୋଟ ପଛର ରାଜ କଣ ସେ ନେଇ ତଦନ୍ତ କରୁଛି ଏସଟିଏଫ ଟିମ୍ । ଜଣଙ୍କୁ ଏସଟିଏଫ ଉଠାଇ ନେବା ସହିତ ଜାଲ ନୋଟ ଛପା ଯାଉଥିବା କଲର ପ୍ରିଣ୍ଟର, କଲର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀଙ୍କ ସୂଚନା ମୁତାବକ ଗିରଫ ଅଭିଯୁକ୍ତ ଦୀପକ ମେହେର ଯାହାଙ୍କ ଘରୁ ନକଲି ନୋଟ ଜବତ ହୋଇଛି ଏଭଳି ନକଲି ସେ ଓ ତାର ଭାଇ ପେଶାରେ ବୁଣାକାର । ଏମାନେ ଲୁଗା ବେପାର ପାଇଁ ଛତିଶଗଡ଼ ଓ ବରଗଡ଼ ଓ ଝାରସୁଗୁଡ଼ାକୁ ଯାତାୟତ କରିଥାନ୍ତି । ଏତେ ପରିମାଣର ହାଇକ୍ବାଲିଟି ନକଲି ନୋଟ ନେଇ ଘରେ ରଖିଥିବା ଖବର ପାଇ ରେଡ କରାଯାଇଥିଲା । ତେବେ ଗିରଫ ଅଭିଯୁକ୍ତ ବଡ ଭାଇ ଫେରାର ଅଛି । ତେବେ ଗିରଫ ଅଭିଯୁକ୍ତକୁ ପଚରାଉଚରା ବେଳେ ଜାଣିବାକୁ ପାଇଛନ୍ତି ୪୧ ଲକ୍ଷ ୧୬ହଜାର ଟଙ୍କା ନକଲି ନୋଟକୁ କାରବାର ପାଇଁ ୧୨ଲକ୍ଷ ଟଙ୍କାରେ ଅଦଳବଦଳ କରିଥାନ୍ତେ ।