ଓଡିଶା

odisha

ETV Bharat / state

ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF - ରେଭେନ୍ସା ଛାତ୍ର ଲକ୍ଷ୍ମଣ ମାଢୀ ଗିରଫ

ନିଜକୁ ସୂଚନା ଅଧିକାର କର୍ମୀ କହି କୋଟିକୋଟି ଲୁଟ କରୁଥିବା ଠକ ଗ୍ୟାଙ୍ଗର ଗୁମର ଫିଟିବାରେ ଲାଗିଛି । ସୋମବାର ଏହି ଲିଙ୍କ୍‌ରେ ଜଣେ ରେଭେନ୍ସା ଛାତ୍ରକୁ ଗିରଫ କରିଛି ଓଡ଼ିଶା STF । ଅଧିକ ପଢ଼ନ୍ତୁ

ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF
ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF

By ETV Bharat Odisha Team

Published : Oct 10, 2023, 3:44 PM IST

Updated : Oct 10, 2023, 4:01 PM IST

ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF

ଭୁବନେଶ୍ବର:ନିଜକୁ ସୂଚନା ଅଧିକାର କର୍ମୀ କହି କୋଟିକୋଟି ଲୁଟ୍‌ କରୁଥିବା ଠକ ଗ୍ୟାଙ୍ଗର ଗୁମର ଫିଟିବାରେ ଲାଗିଛି । ସୋମବାର ଏହି ଲିଙ୍କ୍‌ରେ ଜଣେ ରେଭେନ୍ସା ଛାତ୍ରକୁ ଗିରଫ କରିଛି ଓଡ଼ିଶା ଏସ୍‌ଟିଏଫ । ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଭାବେ କାମ କରୁଥିଲା ରେଭେନ୍ସା ଛାତ୍ର ଲକ୍ଷ୍ମଣ ମାଢୀ । ଏହାକୁ ମିଶାଇ ଏହି ମାମଲାରେ ମାଷ୍ଟର ମାଇଣ୍ଡ କାହ୍ନୁଚରଣ ପ୍ରଧାନ ସହ 3 ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍‌ । ନିଜକୁ ଆରଟିଆଇ କର୍ମୀ ସହ ବଡ଼ବଡ଼ ଅଫିସରର ପରିଚୟ ଦେଇ କୋଟିକୋଟି ଟଙ୍କା ଠକୁଥିଲେ ଏହି ଗ୍ୟାଙ୍ଗ । ଚାକିରି କରାଇବା ଓ ବଦଳି କରାଇଦେବା କହି କରୁଥିଲେ ଲୁଟ୍ ।

ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF

କାହ୍ନୁ ଚରଣ ପ୍ରଧାନର ଅନ୍ୟତମ ସହଯୋଗୀ ରେଭେନ୍ସା ବିଶ୍ବବିଦ୍ୟାଳୟର ଯୁକ୍ତ ତିନି କଳାର ବିଭାଗର ଛାତ୍ର ଲକ୍ଷ୍ମଣ ମାଢୀକୁ ଗିରଫ କରିଛି ଏସଟିଏଫ ଟିମ୍ । ଲକ୍ଷ୍ନଣ ମାଢ଼ୀ ଘର ମାଲକାନଗିରି ହୋଇଥିବା ବେଳେ ସେ ରେଭେନ୍ସାରେ ପାଠ ପଢୁଛି । ତେବେ ସୋମବାର ଦିନ ତାକୁ ଗିରଫ କରାଯାଇଥିବା ବେଳେ ଆଜି(ମଙ୍ଗଳବାର) ତାକୁ କୋର୍ଟ ଚାଲାଣ କରାଯାଇଛି । ତା ଆକାଉଣ୍ଟରେ 60 ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଛି ଏସ୍‌ଟିଏଫ୍‌ । ତେବେ ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ଖୋଳତାଡ ଆରମ୍ଭ କରିଦେଇଛି ପୋଲିସ ।

ଏହାମଧ୍ୟ ପଢନ୍ତୁ..ଧରାପଡ଼ିଲା RTI ମହାଠକ, ଚାକିରିଆଙ୍କୁ ଟ୍ରାନ୍ସଫର ଆଳରେ କରୁଥିଲା ଠକେଇ

ତେବେ ନିଜକୁ ବଡବଡ ସରକାରୀ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଇବା ସହ କୋଟି କୋଟି ଟଙ୍କା ଠକେଇ କରିଥିଲା ଏହି ନକଲି ସୂଚନା ଅଧିକାରୀ ଗ୍ୟାଙ୍ଗ୍‌ । ଚାକିରି କରାଇଦେବା ଓ ବଦଳି କରାଇଦେବା ଆଳରେ ଠକେଇ କରୁଥିଲା ମାଷ୍ଟରମାଇଣ୍ଡ୍ କାହ୍ନୁଚରଣ ପ୍ରଧାନ । ତେବେ ଅଗଷ୍ଟ 19ରେ ଏସଟିଏଫ ତାକୁ ଗିରଫ କରି ତଦନ୍ତ ଜାରି ରଖିଛି । ଫେକ୍‌ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା କାରବାର କରାଯାଉଥିଲା । ତେବେ ନିଜକୁ ଆରଟିଆଇ କର୍ମୀ ଓ ବଡ ସରକାରୀ ଚାକିରିଆ କହି ମୋଟା ଅଙ୍କରେ ଲୁଟ କରୁଥିଲା କାହ୍ନୁ । ଅତିରିକ୍ତ ସଚିବଠୁ ଆରମ୍ଭ କରି ସଚିବ ଓ ବିଭିନ୍ନ ବିଭାଗର ଅଧକ୍ଷ କହି ବିଭିନ୍ନ ଲୋକଙ୍କୁ ନମ୍ବର ଦେଉଥିଲା । ଚାକିରି ବଦଳି ଓ ଚାକିରି ଦେବା ନାଁରେ ଲୋକଙ୍କଠୁ କୋଟିକୋଟି ଟଙ୍କା ଲୁଟିଥିଲା କାହ୍ନୁ ଚରଣ । ପୂର୍ବରୁ ଏହି ଠକେଇ ମାମଲାରେ କାହ୍ନୁ ଚରଣର ମୁଖ୍ୟ ସହଯୋଗୀ କିଶୋର ମିଶ୍ରକୁ ଗିରଫ କରାଯିବା ପରେ ଠକେଇ ସିଣ୍ଡିକେଟ୍‌ର ଗୁମର ଖୋଲିଥିଲା ।

ମହାଠକ କିଶୋର କୁମାର ମିଶ୍ରକୁ କୋରାପୁଟ ଟାଉନ ଥାନାର ଏକ କେସ ଆଧାରରେ ଏସଟିଏଫ ରାଡାରରେ ଥିଲେ, ଆଉ ଶେଷରେ ଏସଟିଏଫ ଟିମ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । କିଶୋର କୁମାର ମିଶ୍ର ଘର ବ୍ରହ୍ମପୁର, ସେ କୋରାପୁଟ ନୀଳଚକ୍ର ନଗରରେ ରହୁଥିଲା । କିନ୍ତୁ ଭୁବନେଶ୍ବରରେ ଠକାମିର ଜାଲ ବିଛାଇଥିଲା‌ । ଅଧିକାଂଶ ସରକାରୀ ତଳ ସ୍ତରର କର୍ମଚାରୀଙ୍କୁ ଉପର ଅଫିସର ସହ ଭଲ ସମ୍ପର୍କ ଥିବା କହି କେତେବେଳେ କାହାକୁ ଟ୍ରାନ୍ସଫର୍‌ ତ ଆଉ କେତେବେଳେ ଚାକିରି ଦେବାର ଲୋଭ ଦେଇ ଟଙ୍କା ଠକୁଥିଲା ଠକ । ଏପରିକି ଅଧିକାଂଶ ମଦ ମାଫିଆ ଓ କ୍ରସର ମାଫିଆଙ୍କୁ ଲାଇସେନ୍ସ କରାଇଦେବାର ଲୋଭ ଦେଇ ସେମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରି ଲକ୍ଷାଧିକ ଟଙ୍କା ଠକେଇ କରୁଥିଲା ।

ଚାକିରି ଆଶାରେ କୋରାପୁଟରୁ ଲୋକଙ୍କୁ ଭୁବନେଶ୍ବର ଆଣି ବିଭିନ୍ନ ଅଫିସରଙ୍କ ସହ ଭେଟ କରାଇଦେବାର ଲୋଭ ଦେଖାଉଥିଲା । ମୋବାଇଲରେ ଯୋଗାଯୋଗ ପାଇଁ ନମ୍ବର ଦେଇ କଥା ହେବା ଆଳ ଦେଖାଇ ଠକାମି କରୁଥିଲା । କିଶୋର ଆକାଉଣ୍ଟରେ ପାଖାପାଖି 2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରଖିଛି ଏସଟିଏଫ ଟିମ୍।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 10, 2023, 4:01 PM IST

ABOUT THE AUTHOR

...view details