ଓଡିଶା

odisha

ETV Bharat / state

2030 ସୁଦ୍ଧା 80% ଏଡସ୍ ସଂକ୍ରମଣ ହ୍ରାସ ଲକ୍ଷ୍ୟ

ଓଡିଶା ଷ୍ଟେଟ୍ ଏଡ୍ସ କଣ୍ଟ୍ରୋଲ ସୋସାଇଟି (ଓସାକ୍ସ)ରେ ପାଳିତ ହୋଇଛି ବିଶ୍ବ ଏଡସ ଦିବସ। ସମଗ୍ର ବିଶ୍ବରେ ଏଡସ ଯୋଗୁଁ ହେଉଥିବା ଅସମାନତାକୁ ଦୂର କରି ସମାନତା ଆଣିବା ଏବଂ 2030 ମସିହା ସୁଧା ଏଡସ ସଂକ୍ରମଣର ମୁଳୋତ୍ପାଟନ କରିବା ଏହାର ମୂଳ ଲକ୍ଷ୍ୟ। ଅଧିକ ପଢନ୍ତୁ

2030 ସୁଦ୍ଧା 80 ପ୍ରତିଶତ ଏଡସ ସଂକ୍ରମଣ ହ୍ରାସ, 2025 ସୁଦ୍ଧା ମାଆ ଓ ଛୁଆଙ୍କୁ ନ ବ୍ୟାପେ ସେନେଇ ଗୁରୁତ୍ଵ
2030 ସୁଦ୍ଧା 80 ପ୍ରତିଶତ ଏଡସ ସଂକ୍ରମଣ ହ୍ରାସ, 2025 ସୁଦ୍ଧା ମାଆ ଓ ଛୁଆଙ୍କୁ ନ ବ୍ୟାପେ ସେନେଇ ଗୁରୁତ୍ଵ

By

Published : Dec 1, 2022, 8:51 PM IST

ଭୁବନେଶ୍ବର:ଆଜି ହେଉଛି ବିଶ୍ବ ଏଡସ ଦିବସ । ଏଚ.ଆଇ.ଭି ଏଡସ୍(HIV AIDS) ହେଉଛି ଏପରି ଏକ ସଂକ୍ରମଣ, ଯାହା ଦୁନିଆର ସବୁଠାରୁ ଜଟିଳ ରୋଗ ବର୍ଗରେ ରହିଛି । ତେବେ ରାଜ୍ୟରେ ଏବେ 24 ହଜାର ଏଡସ କେସ ଆକ୍ଟିଭ ରହିଛି। ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଭାରତରେ ପ୍ରଥମ ଥର ପାଇଁ 1986 ମସିହାରେ ଏଡସ କେସ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ସମୟରେ ରାଜ୍ୟରେ ଏଡସ ସଂକ୍ରମଣ ରୋକିବାକୁ ପ୍ରୟାସ ଚାଲିଛି। 2030 ସୁଧା 80 ପ୍ରତିଶତ ସଂକ୍ରମଣ କମେଇବା ପାଇଁ ଲକ୍ଷ୍ୟ ଥିବା ବେଳେ 2025 ସୁଦ୍ଧା ମାଆ ଠୁ ସଂକ୍ରମଣ ଯେମିତି ପିଲାକୁ ନ ବ୍ୟାପେ ସେନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି।

2030 ସୁଦ୍ଧା 80 ପ୍ରତିଶତ ଏଡସ ସଂକ୍ରମଣ ହ୍ରାସ, 2025 ସୁଦ୍ଧା ମାଆ ଓ ଛୁଆଙ୍କୁ ନ ବ୍ୟାପେ ସେନେଇ ଗୁରୁତ୍ଵ

ଚଳିତ ବର୍ଷ ପାଇଁ ବାର୍ତ୍ତା ସମସ୍ତଙ୍କ ପାଇଁ ସମାନ ଅଧିକାର ରହିଛି । ଅର୍ଥାତ ସାଧାରଣ ଲୋକଟିଏ ଯେମିତି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛି ସେହିଭଳି ଏଚଆଇଭି ଏଡସ ରେ ସଂକ୍ରମିତ ଲୋକଟି ମଧ୍ୟ ସମାନ ଅଧିକାର ପାଉ। ଲୋକଙ୍କ ମଧ୍ୟରେ ସେମାନଙ୍କ ପାଇଁ ସମ୍ମାନ ଭାବନା ବଢୁ। ଖାସ କରି ଗର୍ଭବତୀ ମହିଳାମାନଙ୍କ ପ୍ରଥମ ଷ୍ଟେଜରେ ବାରମ୍ବାର ଟେଷ୍ଟ କରାଯାଉଛି। ଯଦି ସେମାନଙ୍କ ଦେହରେ ସଂକ୍ରମଣ ହୋଇଥିବ ତେବେ ପିଲାକୁ ଦେଢ ବର୍ଷ ପର୍ଯ୍ୟଂନ୍ତ ନଜର ରଖାଯାଉଛି। କେମିତି ସେ ସୁସ୍ଥ ରହିବ। ଯଦିଓ ଏଚଆଇଭି ଏଡସର ସମ୍ପୂର୍ଣ୍ଣ ନିରାକରଣ ନାହିଁ, କିନ୍ତୁ ଠିକ ସମୟରେ ଠିକ ଚିକିତ୍ସା କରାଗଲେ କିଛି ମାତ୍ରାରେ ସଫଳ ମିଳିପାରେ। ତେବେ ଯାଇ ସୁସ୍ଥ ସମାଜରେ ସେମାନେ ମଧ୍ୟ ସମାନ ଅଧିକାର ପାଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଏପଟେ ଓଡିଶା ଷ୍ଟେଟ୍ ଏଡ୍ସ କଣ୍ଟ୍ରୋଲ ସୋସାଇଟି (ଓସାକ୍ସ)ରେ ପାଳିତ ହୋଇଛି ବିଶ୍ବ ଏଡସ ଦିବସ। ସମାନ ବିଷୟକୁ ନେଇ ଓସାକ୍ସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମଗ୍ର ବିଶ୍ବରେ ଏଡସ ଯୋଗୁଁ ହେଉଥିବା ଅସମାନତାକୁ ଦୂର କରି ସମାନତା ଆଣିବା ଏବଂ 2030 ମସିହା ସୁଧା ଏଡସ ସଂକ୍ରମଣ ର ମୁଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଜନ ସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଓସାକ୍ସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତ ବର୍ଷ ଆଜିର ଦିବସରେ ସମସ୍ତଙ୍କ ପାଇଁ ଏଚଆଇଭି ସମ୍ପର୍କିତ ପରୀକ୍ଷା ନିରୂପଣ ଓ ଚିକିତ୍ସା ପାଇଁ ମଧ୍ୟ ସରକାରଙ୍କ ତରଫରୁ ସୁବିଧା ଯୋଗାଇଦେଇଛି। ଏଚଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ମାଗଣା ଔଷଧ ସୁବିଧାରେ ଯୋଗାଣ ନିମନ୍ତେ ଆଗାମୀ ଦିନରେ ଅନ୍ୟ ସ୍ଥାନମାନଙ୍କ ସହ ଗଜପତି, ବାରିପଦା ଓ କେନ୍ଦ୍ରାପଡାରେ ନୂତନ ଏଆରଟି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରାଜ୍ୟରେ 20 ଟି ଏଆରଟି କେନ୍ଦ୍ର କାର୍ଯ୍ୟ କରୁଛି ବୋଲି କହିଛନ୍ତି ଓସାକ୍ସ ପ୍ରକଳ୍ପ ନିର୍ଦେଶିକା ଡ଼. ଉର୍ମିଳା ମିଶ୍ର।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details