ଓଡିଶା

odisha

ଆଜି ସୂର୍ଯ୍ୟପରାଗ: ଭୋର୍ ୪ଟା ୫୭ରୁ ପାକତ୍ୟାଗ, ଦେବନୀତି ବନ୍ଦ

By

Published : Oct 25, 2022, 8:34 AM IST

ଆଜି ଆଂଶିକ ସୂର୍ଯ୍ୟପରାଗ(Solar eclipse) । ଓଡିଶାରେ କେବଳ ୨୦ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଅଧିକ ପଢନ୍ତୁ

ଆଜି ସୂର୍ଯ୍ୟପରାଗ: ଭୋର୍ ୪ଟା ୫୭ରୁ ପାକତ୍ୟାଗ, ଦେବନୀତି ବନ୍ଦ
ଆଜି ସୂର୍ଯ୍ୟପରାଗ: ଭୋର୍ ୪ଟା ୫୭ରୁ ପାକତ୍ୟାଗ, ଦେବନୀତି ବନ୍ଦ

ଭୁବନେଶ୍ବର: ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ(Solar eclipse) । ଆଜି ଅପରାହ୍ନରେ ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ କେବଳ ୨୦ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଆଜି ଅପରାହ୍ନ ୨ଟା ୨୮ରେ ଆଂଶିକ ସୂର୍ଯ୍ୟପରାଗ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ । ଅପରାହ୍ନ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଏହାକୁ ଖାଲି ଆଖିରେ ଦେଖିବାକୁ ବୈଜ୍ଞାନିକମାନେ ମନା କରିଛନ୍ତି ।

ସୂର୍ଯ୍ୟପରାଗ ପାଇଁ ଆଜି ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଅପରାହ୍ନ ୪ଟା ୫୬ ମିନିଟ ୫୬ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି । ହିନ୍ଦୁନୀତି ଅନୁସାରେ ସୂର୍ଯ୍ୟପରାଗ ସମୟରେ ଦେବସ୍ଥାନ, ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଛି ।

୨୪ ତାରିଖ ମଧ୍ୟରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଛି । ଏହାସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୁପ ନୀତି କରାଯାଇଛି । ଏହାପରେ ଅମାବାସ୍ୟା ଶ୍ରୀ ନାରାୟଣ ସାଗର ବିଜେ ନୀତି କରିବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ ହୋଇଛି ।

ସେହିପରି ଆସନ୍ତା ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ତେଣୁ ଏହି ଦିନ ସକାଳ ୮ଟା ୨୯ ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି, ଜାଣନ୍ତୁ ସମ୍ପୂର୍ଣ ବିବରଣୀ

ଅନ୍ୟପଟେ ସୂର୍ଯ୍ୟପରାଗ ପାଇଁ ଆଜି ରାଜ୍ୟରେ ସରକାର ଛୁଟି ଘୋଷଣା କରିଛନ୍ତି । ଆଜି ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details